ETV Bharat / state

ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଲା ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ

author img

By

Published : Apr 10, 2022, 4:12 PM IST

ଦୀର୍ଘ ଦୁଇ ବର୍ଷ କୋଭିଡ କଟକଣା ହଟିବା ପରେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ବଡ଼ଦାଣ୍ଡରେ ପ୍ରକମ୍ପିତ ହେଲା ଜୟ ଶ୍ରୀରାମ ଧ୍ବନି । ଅଧିକ ପଢନ୍ତୁ

ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଲା ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ
ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଲା ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ

କୋରାପୁଟ: ଆଜି ଶ୍ରୀରାମ ନବମୀ ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ବଡ଼ଦାଣ୍ଡ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇଉଠିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କୀର୍ତ୍ତନ ମଣ୍ଡଳୀ ସାଙ୍ଗକୁ ଶ୍ରୀରାମ ଭକ୍ତ କୋରାପୁଟ ସହରରେ ଏକତ୍ରିତ ହୋଇ ଶ୍ରୀରାମ ନବମୀ ପାଳନ ଅବସରରେ ଗାନ୍ଧୀ ନଗରସ୍ଥିତ ହନୁମାନ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୂଜାରିପୁଟ ସ୍ଥିତ ଶ୍ରୀରାମ ମନ୍ଦିରରେ ପହଞ୍ଚିଥିଲେ ।

10 ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ଗହଣରେ ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ସମସ୍ତ ଭେଦଭାବ ଭୁଲି ଏକାଠି ନାଚି ଉଠିଥିଲେ । ଉତ୍ସବର ଜଣେ ଆୟୋଜକ କହିଛନ୍ତି ଯେ, କୋଭିଡ ମହାମାରୀ ଗତ ଦୁଇବର୍ଷ ହେବ ହାତ-ଗୋଡ ବାନ୍ଧି ରଖିବା ଭଳି ଲାଗୁଥିଲା । ଚଳିତ ବର୍ଷ କଟକଣା ହଟିଥିବାରୁ ବେଶ୍ ଆନନ୍ଦ ଲାଗୁଛି । ଆଗାମୀ ଦିନରେ ଯେପରି କୌଣସି ମହାମାରୀ କବଳିତ ନକରିବ ସେଥିପାଇଁ ପ୍ରାର୍ଥନା କରିଥିବା କହିଛନ୍ତି ଭକ୍ତ । ଶ୍ରୀରାମଙ୍କ ବିଶାଳ କଠଉକୁ ସାଥିରେ ନେଇ ବାହାରିଥିବା ଏହି ଶୋଭାଯାତ୍ରା ସହରବାସୀଙ୍କ ମଧ୍ୟରେ ବି ଉତ୍ସାହ ଓ ଆନନ୍ଦ ଭରିଦେଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.