ETV Bharat / state

'ଓଡିଆ ଭାଷାର ବ୍ୟାପକ ପ୍ରଚଳନ ନ ହେଲେ ଓଡିଶା ହାତରୁ ଖସିଯିବ କୋଟିଆ'

author img

By

Published : Nov 14, 2021, 7:33 AM IST

କୋଟିଆ ଗ୍ରାମପୁଞ୍ଜରେ ଓଡିଆ ଭାଷାର ବ୍ୟାପକ ପ୍ରଚଳନ ନ ହେଲେ ଅତୀତରେ ବୋରାମୁଠା ଭଳି ଏହାକୁ ମଧ୍ୟ ହରାଇବ ଓଡିଶା । ଏଭଳି ଆଶଙ୍କା ବ୍ୟକ୍ତ କଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ । ଅଧିକ ପଢନ୍ତୁ...

କୋଟିଆ ଚିନ୍ତା; ଓଡିଆ ଭାଷାର ବ୍ୟାପକ ପ୍ରଚଳନ ପାଇଁ ଦାବି
କୋଟିଆ ଚିନ୍ତା; ଓଡିଆ ଭାଷାର ବ୍ୟାପକ ପ୍ରଚଳନ ପାଇଁ ଦାବି

କୋରାପୁଟ: ବିବାଦୀୟ କୋଟିଆକୁ ନେଇ ଓଡିଶା-ଆନ୍ଧ୍ର ମଧ୍ୟରେ ଲାଗି ରହିଛି ଟଣାଓଟରା । କାଳେ ଓଡିଶା ହାତରୁ କୋଟିଆ ଗ୍ରାମପୁଞ୍ଜ ଚାଲିଯିବ, ସେନେଇ କୋରାପୁଟର ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଠାରୁ ବିଧାୟକ ଯାଏଁ ସମସ୍ତେ ଚିନ୍ତିତ । ପୂର୍ବରୁ ମଧ୍ୟ ବୋରାମୁଠାର ଗ୍ରାମଗୁଡିକୁ ନିଜ କବଜାକୁ ନେଇ ସାରିଛି ପଡୋଶୀ । ସେହି ଗ୍ରାମଗୁଡିକରେ ଓଡିଆ ପ୍ରଥମ ଭାଷା ବୋଲି ପ୍ରମାଣ କରିବାରେ ଓଡିଶା ସରକାର ବିଫଳ ହେବା ଯୋଗୁଁ ତାହା ଆନ୍ଧ୍ରକୁ ଦେବାକୁ ପଡିଛି । ବର୍ତ୍ତମାନ କୋଟିଆ କ୍ଷେତ୍ରରେ ମଧ୍ୟ ସମାନ ଚାଲ୍ ଚଲାଇବାକୁ ବସିଛନ୍ତି ବସିଛନ୍ତି ଆନ୍ଧ୍ର ସରକାର ।

କୋଟିଆ ଚିନ୍ତା; ଓଡିଆ ଭାଷାର ବ୍ୟାପକ ପ୍ରଚଳନ ପାଇଁ ଦାବି

ଏବେ ଆନ୍ଧ୍ରର ବିଭିନ୍ନ ନେତା ଓ ଅଧିକାରୀ କୋଟିଆରେ ଜବରଦସ୍ତ ପ୍ରବେଶ କରୁଛନ୍ତି । ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଲୋଭନରେ ଏଠାରେ ତେଲୁଗୁ ଭାଷାର ବହୁଳ ପ୍ରଚାର ପ୍ରସାର କରୁଛନ୍ତି । ଏହାସତ୍ତ୍ବେ ବି ଓଡିଶା ସରକାର କୋଟିଆ ବିବାଦକୁ ସେତେଟା ଗୁରୁତ୍ବ ସହକାରେ ନେଉନଥିବା ଅଭିଯୋଗ ହେଉଛି । ଓଡିଶା ସରକାରଙ୍କ ଏଭଳି ନିର୍ଲିପ୍ତତା ଓଡିଶା ପାଇଁ ଆଗକୁ ମହଙ୍ଗା ପଡିବ ବୋଲି କୁହାଯାଉଛି । କୋଟିଆ ପଞ୍ଚାୟତର ସମସ୍ତ ୨୭ଟି ଗ୍ରାମରେ ଓଡିଆ ଭାଷାର ବ୍ୟାପକ ପ୍ରଚଳନ ନ ହେଲେ ଅତୀତରେ ଯେଭଳି ବୋରାମୁଠାର ୧୩ଟି ଗାଁକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାତଛଡା କରିବାକୁ ପଡିଥିଲା, ସେଭଳି କୋଟିଆକୁ ମଧ୍ୟ ହରାଇବାକୁ ପଡିବା ବୋଲି ଚେତାଇଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ।

ଅପରପକ୍ଷେ, କୋଟିଆ ପଞ୍ଚାୟତର ଅନେକ ଗ୍ରାମବାସୀ ଆନ୍ଧ୍ରରେ ମିଶିବା ପାଇଁ ଚାହୁଁଥିବା ଦୁଇ ଦିନ ପୂର୍ବେ ଆନ୍ଧ୍ରର ସାଲୁର ବିଧାୟକ କହିଥିଲେ । ଯାହାକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ । କୋଟିଆ ଓଡିଶାର ଥିଲା, ଅଛି ଓ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଏବଂ ସାଲୁର ବିଧାୟକଙ୍କ ମନ୍ତବ୍ୟକୁ ଭିତ୍ତିହୀନ ବୋଲି କହିଛନ୍ତି ପଟ୍ଟାଙ୍ଗୀ ବିଧାୟକ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.