ETV Bharat / state

ଆଦିବାସୀ ଜନଜୀବନର କଥା କହୁଛି ସଂଗ୍ରହାଳୟ, ସ୍ବତନ୍ତ୍ର ଗ୍ୟାଲେରୀ ପାଇଁ ଆର୍ଥିକ ସହାୟତା ଜରୁରୀ

author img

By

Published : Sep 24, 2020, 7:52 PM IST

କୋରାପୁଟର ଆଦିବାସୀ ସଂଗ୍ରହାଳୟ । ଯେଉଁଠି ରହିଛି ମାଲକାନଗିରି ଜିଲ୍ଲାର ବଣ୍ଡା ଓ କୋୟା ଠାରୁ ଆରମ୍ଭ କରି ନବରଙ୍ଗପୁରର ଗୋଣ୍ଡ, କୋରାପୁଟ ଜିଲ୍ଲାର ପରଜା, କନ୍ଧ, ଭତରା, ଦୁରୁଆ, ଗାଦବା ତଥା ରାୟଗଡା ଜିଲ୍ଲାର ସଉରା ଜନଜାତିର ଜୀବନ ଧାରା, ଚାଲି ଚଳଣି, ନାଚ ଗୀତ, ବସ୍ତ୍ର, ଅସ୍ତ୍ର, ଗହଣା ପ୍ରଭୃତି । 1992ରେ ଏହା ପ୍ରତିଷ୍ଠା ହୋଇ ସଫଳତା ପୂର୍ବକ ଚାଲିଥିଲେ ହେଁ ଏବେ ଏହାର ପରିଚାଳନା ନେଇ ସରକାରୀ ସହାୟତାର ରହିଛି ଆବଶ୍ୟକତା ।

ଆଦିବାସୀ ଜନଜୀବନର କଥା କହୁଛି ସଂଗ୍ରହାଳୟ...
ଆଦିବାସୀ ଜନଜୀବନର କଥା କହୁଛି ସଂଗ୍ରହାଳୟ...

କୋରାପୁଟ: କୋରୋନା ଜନିତ ସରକାରୀ କଟକଣାରେ ପ୍ରଭାବିତ ହୋଇଛି କୋରାପୁଟସ୍ଥିତ ଆଦିବାସୀ ସଂଗ୍ରହାଳୟ । ପର୍ଯ୍ୟଟକଙ୍କ ପାଇଁ ଫାଟକ ବନ୍ଦ ହୋଇଯାଇଥିଲେବି ପରିସରରେ ସଂଗୃହିତ ହୋଇ ରହିଛି କୋରାପୁଟ ଅଞ୍ଚଳର ଜୀବନ ଯାତ୍ରାର ନମୁନା । କୋରାପୁଟ ଡଙ୍ଗର ସଂସ୍କୃତିର ସୁରକ୍ଷା ଦିଗରେ ଆଦିବାସୀ ସଂଗ୍ରହାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ ।

ଆଦିବାସୀ ଜନଜୀବନର କଥା କହୁଛି ସଂଗ୍ରହାଳୟ...

ଅନେକ ଆଦିବାସୀ ଅଞ୍ଚଳ ଏ ପର୍ଯ୍ୟନ୍ତ ଲୋକଦୃଷ୍ଟିର ଅନ୍ତରାଳେ ରହିଥିବା ଯୋଗୁଁ ଏହା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ପ୍ରାୟ ରହିଛି । 1992 ରେ ସଂଗ୍ରହାଳୟ ପ୍ରତିଷ୍ଠା ହୋଇଥିଲା । ତେବେ ଏପର୍ଯ୍ୟନ୍ତ ଘଟିଯାଇଥିବା କାର୍ଯ୍ୟର ଗୁଣାତ୍ମକ ମାନବୃଦ୍ଧି କରି ଗବେଷଣା ଓ ସଂସ୍କୃତି ସଂରକ୍ଷଣ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ଆଦିବାସୀ ସଂଗ୍ରହାଳୟର ନିର୍ଦ୍ଦେଶକ କହିଛନ୍ତି । ହେଲେ ଏତେ ବର୍ଷ ଧରି ବିନା କୌଣସି ସରକାରୀ ସହାୟତାରେ ଠିଆ ହୋଇପାରିଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ହେଁ ସଂଗ୍ରହାଳୟକୁ ଚାଲୁ ରଖିବା ପରିଚାଳକଙ୍କ ପାଇଁ ଏକ ଗୁରୁ ଦାୟିତ୍ବ ପାଲଟିଛି ।

ଏହି ସଂଗ୍ରହାଳୟରେ ରହିଛି ମାଲକାନଗିରି ଜିଲ୍ଲାର ବଣ୍ଡା ଓ କୋୟା ଠାରୁ ଆରମ୍ଭ କରି ନବରଙ୍ଗପୁରର ଗୋଣ୍ଡ , କୋରାପୁଟ ଜିଲ୍ଲାର ପରଜା, କନ୍ଧ, ଭତରା, ଦୁରୁଆ, ଗାଦବା ତଥା ରାୟଗଡା ଜିଲ୍ଲାର ସଉରା ଜନଜାତିର ଜୀବନ ଧାରା, ଚାଲି ଚଳଣି, ନାଚ ଗୀତ, ବସ୍ତ୍ର , ଅସ୍ତ୍ର, ଗହଣା ପ୍ରଭୃତି ।

ଏହି ସମ୍ପର୍କରେ ତଥ୍ୟ ପ୍ରଦାନ କରି ଏହା ଅନନ୍ୟ ହୋଇପାରିଛି । ସହରାଞ୍ଚଳର ପର୍ଯ୍ୟଟକ ଆଦିବାସୀ ଜୀବନର ସମୃଦ୍ଧ ରୀତିନୀତିକୁ ପାଖରୁ ଦେଖି ସେମାନଙ୍କ ପାଖକୁ ଯିବା ପାଇଁ ଆକୃଷ୍ଟ ହୋଇଥାନ୍ତି । ଏହାସହ କୋରାପୁଟ ଅଞ୍ଚଳର ଗିରି କନ୍ଦର ମଧ୍ୟରେ ବସବାସ କରୁଥିବା ମଣିଷ ପ୍ରତି ସମ୍ମାନ ବୃଦ୍ଧି ପାଇବାରେ ସହାୟକ ହୋଇଥିବା କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠି ମତ ଦେଇଛନ୍ତି । ତେବେ ଦିନକୁ ଦିନ ଲୋକ ଲୋଚନରୁ ହଜିଯାଉଥିବା ଆଦିବାସୀ ସଂସ୍କୃତିର ସଂରକ୍ଷଣ ଦିଗରେ ସ୍ବତନ୍ତ୍ର ଗ୍ୟାଲେରୀ ପାଇଁ ଆର୍ଥିକ ସହାୟତା ଆବଶ୍ୟକ ରହିଥିବା ସଂଗ୍ରହାଳୟ ନିର୍ଦେଶକ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.