ETV Bharat / state

Block Chairman Election: ପୁରୁଷଙ୍କୁ ଚିତ୍‌ କରି ବିଜୟୀ ହେଲେ ମହିଳା

author img

By

Published : Mar 13, 2022, 12:51 PM IST

କୋରାପୁଟ ଜିଲ୍ଲାର ସମସ୍ତ 14ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ନିମନ୍ତେ ହୋଇଯାଇଥିବା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି । ମୋଟ୍ 11ଟି ସ୍ଥାନରେ ବିଜୟୀ ହୋଇଛନ୍ତି ମହିଳା । କେବଳ ନାରାୟଣପାଟଣା, ବୈପାରିଗୁଡ଼ା ଓ ଲମତାପୁଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ପୁରୁଷ ସଦସ୍ୟ । ତେବେ କୋରାପୁଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନମିତା ମାଝୀ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Panchayat Samiti chairperson wins women's election
Panchayat Samiti chairperson wins women's election

କୋରାପୁଟ: ଜିଲ୍ଲାର ସମସ୍ତ 14ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ନିମନ୍ତେ ହୋଇଯାଇଥିବା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି । ମୋଟ୍ 11ଟି ସ୍ଥାନରେ ବିଜୟୀ ହୋଇଛନ୍ତି ମହିଳା । କେବଳ ନାରାୟଣପାଟଣା, ବୈପାରୀଗୁଡା ଓ ଲମତାପୁଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ପୁରୁଷ ସଦସ୍ୟ ।

Panchayat Samiti chairperson wins women's election

ତେବେ କୋରାପୁଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନମିତା ମାଝୀ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଦଳ ଭାବରେ ଦେଖିବାକୁ ଗଲେ ଜିଲ୍ଲାର 12ଟି ଆସନରୁ ବିଜେଡି ବିଜୟୀ ହୋଇଥିବା ବେଳେ କୋରାପୁଟ ଓ କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ।

କୋରାପୁଟରୁ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.