ETV Bharat / state

କୋରାପୁଟ ପୁଅକୁ ଆମେରିକା ଡକରା, IVLTP କାର୍ଯ୍ୟକ୍ରମରେ ଯୋଗଦେବେ ଆଦିବାସୀ ଗବେଷକ

author img

By

Published : Mar 1, 2023, 1:20 PM IST

ଆମେରିକାର ଆଇଭିଏଲଟିପି କାର୍ଯ୍ୟକ୍ରମରେ ଯୋଗଦେବେ କୋରାପୁଟର ଆଦିବାସୀ ଗବେଷକ । ଅଧିକ ପଢନ୍ତୁ

koraput trible researcher hari pangi
koraput trible researcher hari pangi
koraput trible researcher hari pangi

କୋରାପୁଟ: ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗିକୁ ଆମେରିକାକୁ ଡକରା । ଆମେରିକା ସରକାରଙ୍କ ଦ୍ବାରା ଆୟୋଜିତ ଇଣ୍ଟର୍ନେସନାଲ ଭିଜିଟର୍ସ ଲିଡ଼ରସିପ ଟ୍ରେନିଂ ପ୍ରୋଗ୍ରାମରେ ହରି ପାଙ୍ଗିକୁ ନିମନ୍ତ୍ରଣ କରାଯାଇଛି । ଜଳବାୟୁ ପରିବର୍ତ୍ତନ ତଥା ଜୈବ ବିବିଧତା ବିଷୟରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ସମ୍ମିଳନୀରେ ହରି ପାଙ୍ଗି ଯୋଗ ଦେଇ ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ବୃକ୍ଷ ଓ ତାର ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ସଫଳତାର ସହ ଉପସ୍ଥାପନ କରିବେ । ଏନେଇ ଏଡ଼ ଏଟ ଏକ୍ସନର ଓଡିଶା ରାଜ୍ୟ ମୁଖ୍ୟ ଉମି ଡାନିଏଲ କହିଛନ୍ତି । ସମଗ୍ର ଓଡ଼ିଶାରୁ ଏହି ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ହରି ପାଙ୍ଗିକୁ ଆମେରିକାକୁ ଡାକରା ଆସିଥିବା ବେଳେ କୋରାପୁଟର ଦେଓମାଳୀ ଓ ତତ୍ ସଂଲଗ୍ନ ଅନେକ ପର୍ବତରେ ଭରି ରହିଥିବା ଔଷଧୀୟ ସମ୍ପଦର ବର୍ଣ୍ଣନା ସ୍ଥାନ ପାଇବ ବୋଲି ସେ କହିଛନ୍ତି ।

କୋରାପୁଟ ଜିଲ୍ଲାର ପାହାଡ଼ ପର୍ବତରେ ଓ ଜଙ୍ଗଲ ମଧ୍ୟରେ ଏବଂ ବିଶେଷ କରି ଜୈବ ବିବିଧତା ସମ୍ପନ୍ନ ଦେଓମାଳି ପର୍ବତମାଳାର ବୁକୁରେ ବିଷଲ୍ୟକରଣୀ, ଗଙ୍ଗଶିଉଳି, କୋଚିଲା, ଗୁଡମାରି ଭଳି ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ଗୁଳ୍ମ ଓ ଭଳିକି ଭଳି ଔଷଧୀୟ ବୃକ୍ଷ ଦେଖାଯାଇଥିବା ଯୋଗୁଁ ହରି ପାଙ୍ଗି ନିଜ ଅଞ୍ଚଳର ପାରମ୍ପରିକ ଜ୍ଞାନ କୌଶଳକୁ ଆଧାର କରି ଚିକିତ୍ସା କରିଚାଲିଛନ୍ତି । ଗାଁ ଗଣ୍ଡାରେ ଏହି ଔଷଧୀୟ ଗୁଳ୍ମ ଓ ବୃକ୍ଷର ଉପସ୍ଥିତି ହିଁ ଲୋକଙ୍କୁ ବିଭିନ୍ନ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ବୋଲି ହରି ପାଙ୍ଗି ମତ ରଖିଛନ୍ତି ।

କୋରାପୁଟ ଅଞ୍ଚଳର ଏହି ଅମୂଲ୍ୟ ବିଭବକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇପୁଟ ପଞ୍ଚାୟତ ତେନ୍ତୁଳିଗୁଡା ଗ୍ରାମରେ ହରି ପାଙ୍ଗିଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଡଲିଆମ୍ବ ଠାରେ ଗୁପ୍ତେଶ୍ଵର ଚେରମୁଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ରର ସୃଷ୍ଟି କରାଯାଇଛି । ଯେଉଁଥିରେ ଶତାଧିକ ଔଷଧୀୟ ବୃକ୍ଷ ଓ ଗୁଳ୍ମକୁ ସଂରକ୍ଷଣ କରିବାର ପ୍ରୟାସ ଆରମ୍ଭ ହୋଇଛି ।

ହରି ପାଙ୍ଗିଙ୍କ ଆମେରିକା ଯାତ୍ରା ଫଳରେ ଜନସାଧାରଣଙ୍କ ମଧ୍ୟରେ ପାରମ୍ପରିକ ଔଷଧୀୟ ସମ୍ପଦ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାର ବଣ ଜଙ୍ଗଲରେ ଔଷଧୀୟ ବୃକ୍ଷରାଜିର ପରିମାଣ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୋରାପୁଟ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଉଦ୍ଭିଦ ବିଜ୍ଞାନର ବିଶେଷଜ୍ଞ ଦୀପକ ପଟ୍ଟନାୟକ ମତ ରଖିଛନ୍ତି । ଅନ୍ୟପଟେ ହରି ପାଙ୍ଗି ଆମେରିକାରୁ ପାଇବାକୁ ଥିବା ବୈଷୟିକ ଜ୍ଞାନକୁ ଆଧାର କରି ଦେଓମାଳି ପର୍ବତମାଳାର ପାଦଦେଶରେ ସୃଷ୍ଟି ହୋଇଥିବା ଔଷଧୀୟ ସମ୍ପଦକୁ ପୁନରୁଦ୍ଧାର କରିପାରିବାରେ ସହାୟକ ହୋଇପାରିବେ ବୋଲି ତେନ୍ତୁଳିଗୁଡା ବାସିନ୍ଦା ପାଣ୍ଡରୁ ଦିଶାରୀ ଆଶାପୋଷଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.