ETV Bharat / state

୧୬ରୁ ପଞ୍ଚାୟତ ନିର୍ବାଚନ, ମାଓ ପୋଷ୍ଟର-ବ୍ୟାନର ନିକଟକୁ ନ ଯିବାକୁ SPଙ୍କ ଅନୁରୋଧ

author img

By

Published : Feb 13, 2022, 3:16 PM IST

ଆସନ୍ତା ୧୬ ତାରିଖରୁ କୋରାପୁଟରେ ଆରମ୍ଭ ହେବ ନିର୍ବାଚନ । ତେବେ ଏହି ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ନିକଟକୁ ନ ଯିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଅଧିକ ପଢନ୍ତୁ

ମାଓ ପୋଷ୍ଟର, ବ୍ୟାନର ନିକଟକୁ ନ ଯିବା ପାଇଁ SPଙ୍କ ଅନୁରୋଧ

କୋରାପୁଟ: ଆସନ୍ତା 16 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ନିର୍ବାଚନ ସମ୍ପର୍କରେ କିମ୍ବା ଅନ୍ୟ ଯେକୌଣସି ବାର୍ତ୍ତାକୁ ପ୍ରଚାର କରୁଥିବା ମାଓବାଦୀଙ୍କ ପୋଷ୍ଟର କିମ୍ବା ବ୍ୟାନର ପାଖକୁ ନଯିବା ପାଇଁ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ମାଓ ପୋଷ୍ଟର, ବ୍ୟାନର ନିକଟକୁ ନ ଯିବାକୁ SPଙ୍କ ଅନୁରୋଧ

ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଆଜି(ରବିବାର) କୋରାପୁଟ ପୋଲିସ ପ୍ୟାରେଡ ପଡିଆ ଠାରେ ପୋଲିସ ମୁତୟନର ସମୀକ୍ଷା କରିଛି । ଏହି ଅବସରରେ ନିର୍ବାଚନ ହେବାକୁ ଥିବା ମାଓ ପ୍ରବଣ ଅଞ୍ଚଳରେ ପୋଲିସକୁ ଅଧିକ ଧ୍ୟାନ ଦେଉଛି । ଏଥିଲାଗି ପୋଲିସ ଫୋର୍ସର ମୁତୟନର ସୂଚନା ଦେଇ ଗୁଣ୍ଟାପଲି ଏହି ଅପିଲ କରିଛନ୍ତି । କୌଣସି ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର କିମ୍ବା ବ୍ୟାନର ଦେଖିଲେ ଲୋକେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ସେ ଅନୁରୋଧ କରିଛନ୍ତି ।

ଏଥି ସହିତ କୋଟିଆ ପଞ୍ଚାୟତରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ଅନୁଷ୍ଠିତ କରାଇବା ପାଇଁ ଅଧିକ ପୋଲିସ ମୁତୟନ କରାଯାଇଥିବା ସେ କହିଛନ୍ତି । ଜିଲ୍ଲାର ସମୁଦାୟ 2,973ଟି ବୁଥ ମଧ୍ୟରୁ ପ୍ରାୟ 600 ଟି ସମ୍ବେଦନଶୀଳ ଥିବା ଯୋଗୁଁ ସେଠାରେ ଜଣେ ଲେଖାଏଁ ପୋଲିସ କନଷ୍ଟେବଳଙ୍କୁ ମୁତୟନ କରାଯାଇଥିବା ବେଳେ ଅନ୍ୟ ବୁଥ ଗୁଡିକରେ ଗ୍ରାମରକ୍ଷୀ ଓ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.