ETV Bharat / state

ରାତିପାହିଲେ ଶେଷ ପର୍ଯ୍ୟାୟ ନିର୍ବାଚନ, କୋରାପୁଟରେ ପ୍ରସ୍ତୁତି ଚୂଡାନ୍ତ

author img

By

Published : Feb 23, 2022, 12:50 PM IST

Updated : Feb 23, 2022, 1:41 PM IST

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି(ଗୁରୁବାର) ଶେଷ ପର୍ଯ୍ୟାୟ ମତଦାନ । ମାଓ ପ୍ରବଣ କୋରାପୁଟ ଜିଲ୍ଲାର ଲମତାପୁଟ ଓ ବୈପାରୀଗୁଡା ବ୍ଲକରେ ନିର୍ବାଚନ ପ୍ରସ୍ତୁତି ଚୂଡାନ୍ତ । ଅଧିକ ପଢନ୍ତୁ

ରାତିପାହିଲେ ଶେଷ ପର୍ଯ୍ୟାୟ ନିର୍ବାଚନ, କୋରାପୁଟରେ ପ୍ରସ୍ତୁତି ଚୂଡାନ୍ତ
ରାତିପାହିଲେ ଶେଷ ପର୍ଯ୍ୟାୟ ନିର୍ବାଚନ, କୋରାପୁଟରେ ପ୍ରସ୍ତୁତି ଚୂଡାନ୍ତ

କୋରାପୁଟ: ରାତିପାହିଲେ ସରିବ ଗଣତନ୍ତ୍ରର ମହାପର୍ବ । ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି(ଗୁରୁବାର) ଶେଷ ପର୍ଯ୍ୟାୟ ଭୋଟ ପଡିବ । ଏନେଇ କୋରାପୁଟ ଜିଲ୍ଲା ଲମତାପୁଟ ଓ ବୈପାରୀଗୁଡା ବ୍ଲକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲମତାପୁଟ ବ୍ଲକରେ ୧୫ଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ସର୍ବମୋଟ ୧୭୬ ବୁଥ୍ ମଧ୍ୟରୁ ୧୫ଟି ସମ୍ବେଦନଶୀଳ କେନ୍ଦ୍ର ରହିଛି ।

ରାତିପାହିଲେ ଶେଷ ପର୍ଯ୍ୟାୟ ନିର୍ବାଚନ, କୋରାପୁଟରେ ପ୍ରସ୍ତୁତି ଚୂଡାନ୍ତ

ଏହି ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ସମୁଦାୟ ୩୯ ହଜାର ୦୬୯ ଜଣ ଭୋଟର ରହିଛନ୍ତି । ନିର୍ବାଚନର ସୁପରିଚାଳନା ପାଇଁ ୧୫ ଜଣ ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଛି । ଲମତାପୁଟ ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଠିକ୍ ସେହିପରି ବୈପାରିଗୁଡା ବ୍ଲକର ୨୪୪ଟି ଭୋଟ କେନ୍ଦ୍ର ମଧ୍ୟରୁ ୧୫୦ଟି ସମ୍ବେଦନଶୀଳ ରହିଛି । ଏହାମଧ୍ୟ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Feb 23, 2022, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.