ETV Bharat / state

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟିଆରେ ପୋଲିସର ଫ୍ଲାଗମାର୍ଚ୍ଚ, କହିଲା ନିର୍ଭୟରେ ଭୋଟ ଦିଅ

author img

By

Published : Feb 11, 2022, 8:09 PM IST

କୋଟିଆରେ ନିର୍ବାଚନୀ ତାତି । ଅବାଧ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ଆଜି(ଶୁକ୍ରବାର) କୋରାପୁଟ ପୋଲିସ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ଫ୍ଲାଗ ମାର୍ଚ୍ଚ କରିଛି । ଏହି ଫ୍ଲାଗମାର୍ଚ୍ଚ ସମୟରେ ଗ୍ରାମବାସୀଙ୍କୁ ନିର୍ଭୟରେ ଭୋଟ ଦେବା ପାଇଁ ଉତ୍ସାହିତ କରାଯାଇଛି । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟିଆରେ ପୋଲିସର ଫ୍ଲାଗମାର୍ଚ୍ଚ

କୋରାପୁଟ: କୋଟିଆରେ ନିର୍ବାଚନୀ ତାତି । ଅବାଧ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ଆଜି(ଶୁକ୍ରବାର) କୋରାପୁଟ ଜିଲ୍ଲା ପୋଲିସ ଦ୍ବାରା କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗମାର୍ଚ୍ଚ ସମୟରେ ଗ୍ରାମବାସୀଙ୍କୁ ନିର୍ଭୟରେ ଭୋଟ ଦେବା ପାଇଁ ଉତ୍ସାହିତ କରାଯାଇଛି ।

ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଚେତାବନୀ ଦେଇଛି ପୋଲିସ । କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଦୀର୍ଘ ଦିନ ଧରି ସୀମା ବିବାଦ ରହିଛି ।

ହେଲେ ନିର୍ବାଚନ ପ୍ରଚାରରେ ଏବେ ଆସିଥିବା ଉଷ୍ମତା ସମସ୍ତ ରେକର୍ଡ ଭାଙ୍ଗି ଦେଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଆନ୍ଧ୍ରକୁ ସମର୍ଥନ କରୁଥିବା କିଛି ବ୍ୟକ୍ତି ଓଡ଼ିଶା ଦ୍ୱାରା କରାଯାଉଥିବା ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାର ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।ଏଥିସହିତ ଗତ କିଛିଦିନ ପୂର୍ବେ ଆନ୍ଧ୍ର ପ୍ରଦେଶର ସାଲୁର ପୋଲିସ ଅଧିକାରୀମାନେ ପଟ୍ଟାଙ୍ଗୀ ଆସିଥିଲେ ।

ସେଠାକାର ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ବାଚନ ସମ୍ପର୍କରେ ପଚରାଉଚରା କରିଥିଲେ । ତେବେ ଏହି ନିର୍ବାଚନ ସମ୍ପୂର୍ଣ ରୂପେ ଓଡ଼ିଶା ସରକାରଙ୍କ ତତ୍ତ୍ଵାବଧାନରେ ହେଉଛି । ଏଥିରେ ଆନ୍ଧ୍ରର କୌଣସି ହସ୍ତକ୍ଷେପ ଅନାବଶ୍ୟକ ବୋଲି ଜିଲ୍ଲା ପ୍ରଶାସନ ରୋକଠୋକ ଜବାବ ଦେଇଛି । ପରେ ସେମାନେ ଫେରିଯାଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି ।

ଏହାବି ପଢନ୍ତୁ : ନିର୍ବାଚନ କମିଶନଙ୍କୁ ଦନ୍ତ ବିହୀନ କହି କଟାକ୍ଷ କଲା ବିଜେପି

ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ଯଦି କେହି ଗତିରୋଧ ସୃଷ୍ଟି କରିବେ ତାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରେ 5197 ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିବେ ।

କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ସରକାର ସଜବାଜ ହେଉଛନ୍ତି । ହେଲେ ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାରେ ଥିବା କୋଟିଆ ପଞ୍ଚାୟତରେ ବିଗତ ଦିନରେ କୋଟିଆ ପଞ୍ଚାୟତର ଫାଟୁସିନେରୀରେ ଆନ୍ଧ୍ର ସରକାର ନିର୍ବାଚନ ଅନୁଷ୍ଠିତ କରିଥିଲେ । ଏହାସହ ତଳଗଞ୍ଜେଇପଦରକୁ ମଧ୍ୟ ଏକ ପଞ୍ଚାୟତର ମାନ୍ୟତା ଦେଇ ଏକମତର ସହ ଜଣକୁ ଆନ୍ଧ୍ରର ସରପଞ୍ଚ ଭାବେ ମନୋନୀତ କରିଥିଲା ।

ତେବେ ଆସନ୍ତା ଦିନରେ ଓଡିଶା ସରକାର କୋଟିଆ ପଞ୍ଚାୟତର ସମସ୍ତ 21ଟି ଗ୍ରାମରେ ନିର୍ବାଚନ କରିବା ପାଇଁ ଅଣ୍ଚା ଭିଡିଛନ୍ତି । ଫଳରେ କୋଟିଆରେ ନିର୍ବାଚନର ଗୁରୁତ୍ଵ ବଢ଼ିଯାଇଛି । ଏନେଇ ଶୁକ୍ରବାର ପୋଲିସ ଦ୍ଵାରା ସମଗ୍ର ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରାଯାଇଛି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.