ETV Bharat / state

କୋରାପୁଟରେ 24 ଘଣ୍ଟାରେ 2 ଦୁର୍ଘଟଣା: ପ୍ରତି ଛକରେ ଲାଗିଲା CCTV, ସଚେତନତା ବାର୍ତ୍ତା ଦେଲା ପୋଲିସ

author img

By ETV Bharat Odisha Team

Published : Oct 15, 2023, 5:35 PM IST

କୋରାପୁଟରେ ଦୁର୍ଘଟଣା ରୋକିବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହେଲେ ସଚେତନତା ବାର୍ତ୍ତା । ଟ୍ରାଫିକ୍ ନିୟମକୁ କାଡିକାଡି ମାନିବାକୁ ଜନସାଧାରଣକୁ ଅନୁରୋଧ କଲେ କୋରାପୁଟ ଏସପି । ଅଧିକ ପଢନ୍ତୁ

Etv Bharat
Etv Bharat

ପ୍ରତିଟି ଛକରେ ଲାଗିଲା ସିସିଟିଭି

କୋରାପୁଟ: ଦିନକୁ ଦିନ କୋରାପୁଟରେ ଦୁର୍ଘଟଣା ମାମଲା ବିଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ସଡକ ଦୁର୍ଘଟଣା କୋରାପୁଟବାସୀଙ୍କୁ ଚିନ୍ତିତ କରିଛି । ଯାହାକୁ ନେଇ ପୋଲିସ ପକ୍ଷରୁ ‘ସଡକ ସୁରକ୍ଷା ଜୀବନ ରକ୍ଷା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପୋଲିସ ଓ କେତେକ ସ୍ବଚ୍ଛାସେବୀ ସଂଗଠନ ସଡକ ସୁରକ୍ଷାକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି । ଏହାସହ ଟ୍ରାଫିକ୍ ନିୟମ ଯେପରିକି ହେଲମେଟ୍ ପିନ୍ଧିବା ଠାରୁ ଆରମ୍ଭ କରି ସିଟ୍ ବେଲ୍ଟ ଲଗାଇବା ଓ ଗାଡି ଧିରେ ଚଳାଇବାକୁ ନେଇ ସଚେତନା କରାଯାଇଛି ।

ତେବେ କୋରାପୁଟରେ ଆଜି ସକାଳେ କୋରାପୁଟ ସହର ମଧ୍ୟରେ ୨୬ ନଂ ଜାତୀୟ ରାଜପଥରେ ମାଲ ବୋଝେଇ ଟ୍ରକ ସାମନାରେ ଯାଉଥିବା କାର ସହ ଧକ୍କା ହୋଇଥିଲା । ଯାହାଫଳରେ କାରଟି କିଛି ଦୂରକୁ ଛିଟିକି ପଡିଥିଲା । ଭାଗ୍ୟକୁ କାରରେ ଥିବା ସେଫଟି ଏୟାର ବ୍ୟାଗ୍ ଖୋଲିଯାଇଥିଲା । ଫଳରେ କାରରେ ଥିବା ଗୋଟିଏ ପରିବାରର 4 ଜଣ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୋରାପୁଟ ଟାଉନ ଥାନା ପୋଲିସ ମେଡିକାଲରେ ଭର୍ତ୍ତି କରିଥିଲେ । ପୋଲିସ ଦୁଇଟି ଗାଡିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ...ହୁତୁହୁତୁ ହୋଇ ଜଲିଗଲା ବୋଲେରୋ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ସେହିପରି ଗତକାଲି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବୋଲେରୋ କୋରାପୁଟ ସୁନାବେଡ଼ା ଜାତୀୟ ରାଜପଥ ନୂଆ କଲୋନୀ ନିକଟରେ ଅଚାନକ ହୁତୁହୁତୁ ହୋଇ ଜଳିଯାଇଥିଲା । ବୋଲେରୋଟି କୋରାପୁଟରୁ ସୁନାବେଡ଼ା ଅଭିମୁଖେ ଯାଉଥିଲା । କୌଣସି କାରଣ ବଶତଃ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ବ୍ୟକ୍ତି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l ତେବେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ତେବେ ଏପରି ଦୁର୍ଘଟଣାକୁ ରୋକିବା ପାଇଁ କୋରାପୁଟ ଏସପି ଅଭିନବ ସୋନକର କହିଛନ୍ତି, ‘‘ ସହରରେ ଗାଡି ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଦ୍ରୁତ ବେଗରେ କାର, ବାଇକ୍ ଚଳାଉଥିବା ଯୁବ ପିଢ଼ିଙ୍କ ପାଇଁ ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ପାଇଛି । ଏହାରୁ ନେଇ ଯୁବପିଢିଙ୍କୁ ସଚେତନ କାରଯାଉଛି । ଏହାସହ ସହର ମଧ୍ୟରେ ପ୍ରତି ଛକରେ ଉଚ୍ଚ ଶକ୍ତି ସମ୍ପନ୍ନ ସିସିଟିଭି ଲଗାଇ ଗାଡି ସ୍ପିଡ ଉପରେ ନିୟନ୍ତ୍ରଣ ଅଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହାସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ମଧ୍ୟ ରୋକ୍ ଲଗାଯାଇ ପାରିବ । ’’

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.