ETV Bharat / state

କୋରାପୁଟରେ ବଢିବ କଫି ଉତ୍ପାଦନ, 522 ହେକ୍ଟର ଚାଷ ପାଇଁ ପ୍ରସ୍ତୁତ ହେଉଛି ନର୍ସରୀ

author img

By

Published : Feb 4, 2022, 6:59 PM IST

କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 522 ହେକ୍ଟର ଜମିରେ ହେବ କଫି ଚାଷ । ଚାରା ଉତ୍ପାଦନ କରିବେ ମହିଳା ସଙ୍ଗଠନ । ଏନେଇ ନର୍ସରୀରରେ ସ୍ବତନ୍ତ୍ର ବେଡ୍ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

କୋରାପୁଟରେ ବଢିବ କଫିଚାଷ, 522 ହେକ୍ଟର ଚାଷ ପାଇଁ ପ୍ରସ୍ତୁତ ହେଉଛି ନର୍ସରୀ
କୋରାପୁଟରେ ବଢିବ କଫିଚାଷ, 522 ହେକ୍ଟର ଚାଷ ପାଇଁ ପ୍ରସ୍ତୁତ ହେଉଛି ନର୍ସରୀ

କୋରାପୁଟ: ନିକଟରେ କୋରାପୁଟରେ 5 ହଜାର ହେକ୍ଟର ଜାଗାରେ କଫି ଚାଷ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ କଫି ଉତ୍ପାଦନ ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ଓଡିଶା ଜୀବିକା ମିଶନ, କଫି ଡେଭଲପମେଣ୍ଟ ଟ୍ରଷ୍ଟ, ମିଶନ ଶକ୍ତି ଓ କଫି ବୋର୍ଡର ମିଳିତ ଉଦ୍ୟମରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ 522 ହେକ୍ଟର ଜମିରେ କଫି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

କୋରାପୁଟରେ ବଢିବ କଫି ଉତ୍ପାଦନ, 522 ହେକ୍ଟର ଚାଷ ପାଇଁ ପ୍ରସ୍ତୁତ ହେଉଛି ନର୍ସରୀ

କଫି ବୋର୍ଡ ପରିସରରେ କଫି ଚାରା ଓ ନର୍ସରୀ ତିଆରି କରିବା ପାଇଁ ତାଲିମ୍ ଦିଆଯାଇଛି । ଏଥିସହ କୋରାପୁଟ ବ୍ଲକର ଘାଟଘୁମର ଠାରେ 1.6 ଲକ୍ଷ କଫି ଚାରା ପ୍ରସ୍ତୁତ କରିବାକୁ ନର୍ସରୀରେ ସ୍ୱତନ୍ତ୍ର ବେଡ଼ ବ୍ୟବସ୍ଥା କରାଯାଇଛି ।

ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ମହିଳା ସଙ୍ଗଠନ ମାଧ୍ୟମରେ ପ୍ରସ୍ତୁତ ହେଉଥିବା ଏହି ଚାରାକୁ କୋରାପୁଟ ବ୍ଲକର 64 ହେକ୍ଟର ଜାଗାରେ ରୋପଣ କରାଯିବ । କଫି ଚାଷର ମହତ୍ୱ, କଫି ନର୍ସରୀ ପ୍ରସ୍ତୁତ କରିବା, ଚାରାର ରକ୍ଷଣାବେକ୍ଷଣ ଓ ପ୍ରସ୍ତୁତି, ଜାଗା ଚିହ୍ନଟ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜ୍ଞାନ କୌଶଳରେ ଉନ୍ନତମାନର ଚାରା କିପରି ପ୍ରସ୍ତୁତ କରାଯିବ ସେ ଉପରେ ମହିଳାଙ୍କୁ କାର୍ଯ୍ୟକ୍ଷେତ୍ରରେ ତାଲିମ ଦେବା ସହ ସହଯୋଗ କରାଯାଉଥିବା କହିଛନ୍ତି କଫି ଡେଭେଲପମେଣ୍ଟ ଟ୍ରଷ୍ଟର ବିଶେଷଜ୍ଞ ଜୟନ୍ତ ପଡ଼ିହାରୀ ।

ଘାଟଘୁମର ଭଳି ଜିଲ୍ଲାର ସମୁଦାୟ 7ଟି ସ୍ଥାନରେ କଫି ନର୍ସରୀ ଆରମ୍ଭ କରାଯାଇ 522 ହେକ୍ଟର ଜାଗାରେ 12.5 ଲକ୍ଷ ଚାରାରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଓଏଲଏମର ଜିଲ୍ଲା ଅଧିକାରୀ ସୁଶ୍ମିତା ସାମନ୍ତରାୟ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.