ETV Bharat / state

ଦିଲ୍ଲୀରେ ମହକୁଛି କୋରାପୁଟ କଫି: ଉଷା ପାଢୀ

author img

By

Published : Apr 27, 2022, 3:03 PM IST

କୋରାପୁଟ କଫି ବର୍ତ୍ତମାନ ଦିଲ୍ଲୀରେ ମଧ୍ୟ ବେଶ୍ ଆଦୃତ ଲାଭ କରିଛି । ଦୁଇ ଦିନିଆ କୋରାପୁଟ ଗସ୍ତ ଅବସରରେ ଏପରି କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ । ଅଧିକ ପଢନ୍ତୁ

ଦିଲ୍ଲୀରେ ମହକୁଛି କୋରାପୁଟ କଫି: ଉଷା ପାଢ଼ୀ
ଦିଲ୍ଲୀରେ ମହକୁଛି କୋରାପୁଟ କଫି: ଉଷା ପାଢ଼ୀ

କୋରାପୁଟ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ (Joint Secretary, Ministry of Civil Aviation) ତଥା ଆକାଂକ୍ଷା ଜିଲ୍ଲା ପ୍ରଭାରୀ ଉଷା ପାଢୀ ଦୁଇ ଦିନିଆ କୋରାପୁଟ ଗସ୍ତ କରିଥିଲେ । ଆଜି ତାଙ୍କର ଗସ୍ତର ଦ୍ବିତୀୟ ଦିନରେ ସେ ଶାବର ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ । କୋରାପୁଟର ଜଗନ୍ନାଥ ମନ୍ଦିର କେବଳ ଏକ ପୂଜାସ୍ଥଳୀ ନୁହେଁ ବରଂ କୋରାପୁଟ ଅଞ୍ଚଳର ସାଂସ୍କୃତିକ ବୈଭବ ବୋଲି କହିଛନ୍ତି ଯୁଗ୍ମ ସଚିବ । ଏଥିସହ ସେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଅନୁଧ୍ୟାନ କରିଥିବା ଜଣାଇଛନ୍ତି ।

ଦିଲ୍ଲୀରେ ମହକୁଛି କୋରାପୁଟ କଫି: ଉଷା ପାଢ଼ୀ

ଏହି ଅବସରରେ ଉଷା ପାଢୀ କୋରାପୁଟ କଫିର ମଧ୍ୟ ପ୍ରଶଂସା କରିଛନ୍ତି । କୋରାପୁଟ କଫି ବର୍ତ୍ତମାନ ଦିଲ୍ଲୀରେ ବେଶ୍ ଆଦୃତ ହୋଇପାରିଛି । ଏହାର ମାନ ଠିକ୍ ରହିଲେ ବିମାନସେବା ଯୋଗାଣକାରୀ ସଂସ୍ଥା ମଧ୍ୟ ସେମାନଙ୍କ ଯାତ୍ରୀଙ୍କ ପାଇଁ କୋରାପୁଟ କଫି ପରିବେଷଣ କରିବା କିଛି ଅସମ୍ଭବ ନୁହେଁ ବୋଲି ସେ ମତ ରଖିଛନ୍ତି । ନିକଟ ଅତୀତରେ ତାଙ୍କୁ ଉତ୍ତମ ପ୍ରାଶାସନିକ ସେବା ଯୋଗାଇବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ପୁରସ୍କାର ମିଳିବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଦେଶର ଛୋଟ ଛୋଟ ସ୍ଥାନରେ ବିମାନ ସେବା ପହଞ୍ଚାଇବା ଦିଗରେ ତାଙ୍କ ଟିମର ଦକ୍ଷତାକୁ ମାନ୍ୟତା ଦେଇ ଏହି ପୁରସ୍କାର ମିଳିଛି । ଉଡ଼ାନ ଟିମର ଏହି ସଫଳତା ଦ୍ବାରା ଛୋଟ ସହରର ସାଧାରଣ ଲୋକ ମଧ୍ୟ ବିମାନ ଯାତ୍ରା କରିବାରେ ସକ୍ଷମ ହୋଇଥିବା ସେ ଜଣାଇଛନ୍ତି । ଆଜି ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ପରେ ଉଷା ଦିଲ୍ଲୀ ଫେରି ଯାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.