ETV Bharat / state

ରାଜନୀତିରୁ ସନ୍ନ୍ୟାସ ନେଲେ ଜୟରାମ ପାଙ୍ଗି

author img

By

Published : Oct 5, 2021, 4:54 PM IST

Updated : Oct 5, 2021, 7:09 PM IST

ବିଜେପିରୁ ଇସ୍ତଫା ଦେଇ ରାଜନୀତିରୁ ସନ୍ନ୍ୟାସ ନେଲେ ବରିଷ୍ଠ ନେତା ଜୟରାମ ପାଙ୍ଗି । ଆଦିବାସୀଙ୍କ ସ୍ବାର୍ଥ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଦଳ ଛାଡ଼ିଥିବା କଥା କହିଛନ୍ତି ଜୟରାମ ପାଙ୍ଗି । ଅଧିକ ପଢନ୍ତୁ...

ରାଜନୀତିରୁ ସନ୍ନ୍ୟାସ ନେଲେ ଜୟରାମ ପାଙ୍ଗି
ରାଜନୀତିରୁ ସନ୍ନ୍ୟାସ ନେଲେ ଜୟରାମ ପାଙ୍ଗି

କୋରାପୁଟ: ବିଜେପିରୁ ଇସ୍ତଫା ଦେଇ ରାଜନୀତିରୁ ସନ୍ନ୍ୟାସ ନେଲେ ବରିଷ୍ଠ ନେତା ଜୟରାମ ପାଙ୍ଗି । ଆଦିବାସୀଙ୍କ ସ୍ବାର୍ଥ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଦଳ ଛାଡ଼ିଥିବା କଥା କହିଛନ୍ତି ଜୟରାମ ପାଙ୍ଗି । ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଆନ୍ଧ୍ର ଓ ଛତିଶଗଡର କିଛି ଅଞ୍ଚଳକୁ ନେଇ ସ୍ବୟଂ ଶାସିତ ଅଞ୍ଚଳ ଘୋଷଣା କରିବାକୁ ଦାବି କରିଛନ୍ତି ଜୟରାମ ପାଙ୍ଗି । ଏଥିପାଇଁ ଦଣ୍ଡକାରଣ୍ଯ ପର୍ବତମାଳା ବିକାଶ ପରିଷଦ ନାମରେ ଏକ ସଂଗଠନ ସେ ଗଢ଼ିଛନ୍ତି ।

ରାଜନୀତିରୁ ସନ୍ନ୍ୟାସ ନେଲେ ଜୟରାମ ପାଙ୍ଗି

ଆଦିବାସୀଙ୍କ ସ୍ବାର୍ଥ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ରାଜନୀତି ଓ ରାଜନୈତିକ ଦଳ ଛାଡିଛନ୍ତି ଜୟରାମ ପାଙ୍ଗି । ରାଜନୈତିକ ଦଳ ଗୁଡ଼ିକ ଅବିଭକ୍ତ କୋରାପୁଟ ଜିଲ୍ଲାର ଯେଉଁଭଳି ଭାବରେ ବିକାଶ କରିବା କଥା ତାହା କରେଇ ଦେଇ ନାହାନ୍ତି । ରାଜନୀତିର ଦୋମୁହାଁ ନୀତି ବରିଷ୍ଠ ନେତା ଜୟରାମ ପାଙ୍ଗିଙ୍କୁ ବ୍ୟତିବ୍ୟସ୍ତ କରିଛି । ଏଥିପାଇଁ ସେ ରାଜନୀତିରୁ ସନ୍ନ୍ୟାସ ନେଉଥିବା ଘୋଷଣା କରିଛନ୍ତି ।

ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଆନ୍ଧ୍ର ଓ ଛତିଶଗଡର କିଛି ଅଞ୍ଚଳକୁ ନେଇ ସ୍ବୟଂ ଶାସିତ ଅଞ୍ଚଳ ଘୋଷଣା କରିବାକୁ ଦାବି କରିଛନ୍ତି ଏହି ବରିଷ୍ଠ ନେତା । ଅବିଭକ୍ତ କୋରାପୁଟ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର କ୍ରମାଗତ ଅବେହେଳା କରୁଥିବା ଅଭିଯୋଗ କରିଛନ୍ତି । କୋଟିଆ ସମେତ ସୀମାର ସୁରକ୍ଷା ଓ ସୀମାନ୍ତ ଲୋକଙ୍କ ସ୍ବାର୍ଥ ପ୍ରତି ଅବହେଳା କରାଯାଉଛି । ୪ଟି ଜିଲ୍ଲା ସମେତ ସୀମାନ୍ତ ଅଞ୍ଚଳର ଲୋକଙ୍କୁ ନେଇ କୋରାପୁଟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନେଇଥିବା ଜୟରାମ ପାଙ୍ଗି ସୂଚନା ଦେଇଛନ୍ତି । ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଲୋକଙ୍କ ସ୍ବାର୍ଥ, ମାଟି ଓ ଅଞ୍ଚଳର ବିକାଶ ପାଇଁ ଲଢ଼ିବେ ବୋଲି ସେ କହିଛନ୍ତି ।

ଦୀର୍ଘ ୪୪ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ ଜୟରାମ ପାଙ୍ଗି । ରାଜନୀତିରେ ସବୁବେଳେ ସେ ନିଜକୁ ବିଜୁ ବାବୁଙ୍କ ଶିଷ୍ୟ ବୋଲାଇଛନ୍ତି । ପଟାଙ୍ଗି ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ହୋଇଥିଲେ ଜୟରାମ ପାଙ୍ଗି । ୧୯୯୦ ମସିହାରେ ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ସେ ମନ୍ତ୍ରୀ ଥିଲେ । ବିଜୁ ଜନତା ଦଳରୁ କୋରାପୁଟ ଲୋକସଭା ଆସନରୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳରୁ ନିଲମ୍ବିତ ହେବାପରେ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ ରେ ବିଜେପି ଦଳରୁ କୋରାପୁଟ ଲୋକସଭା ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । ତେବେ ଏଥିରେ ସେ ପରାଜିତ ହୋଇଥିଲେ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Oct 5, 2021, 7:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.