ETV Bharat / state

କୋଟିଆରେ ଅନୁପ୍ରବେଶ ନେଇ ଆନ୍ଧ୍ର ସହ ଆଲୋଚନା କରିବା ଉଚିତ୍: ପୂର୍ବତନ ଜିଲ୍ଲାପାଳ

author img

By

Published : Sep 2, 2021, 7:32 AM IST

Updated : Sep 2, 2021, 10:02 AM IST

ଆନ୍ଧ୍ର-ଓଡିଶା ବିବାଦ ନେଇ ୨ ରାଜ୍ୟ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ପାଇଁ ଆହ୍ବାନ କଲେ ଆନ୍ଧ୍ର ସାଲୁର ବିଧାୟକ ରାଜନ ଦୋରା । କୋରାପୁଟ ପୂର୍ବତନ ଜିଲ୍ଲାପାଳ କହିଲେ ଓଡିଶାକୁ କେବଳ ଆନ୍ଧ୍ରର ଅନୁପ୍ରବେଶ ଉପରେ ଆଲୋଚନା କରିବାର ଅଛି । ଅଧିକ ପଢନ୍ତୁ...

କୋଟିଆ ଓଡିଶାର, ଏଥିପାଇଁ ଆଲୋଚନା ଅନାବଶ୍ୟକ: ପୂର୍ବତନ ଜିଲ୍ଲାପାଳ
former-collector-of-koraput-reacts-on-andhra-odisha-dispute

କୋରାପୁଟ: ଆନ୍ଧ୍ର-ଓଡିଶା ବିବାଦ ନେଇ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା କରି ସମାଧାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଚର୍ଚ୍ଚା ଜୋର ଧରିଛି । ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା କରି ସୀମା ବିବାଦର ସ୍ଥାୟୀ ସମାଧାନ କରିବାକୁ ଆନ୍ଧ୍ର ବିଧାୟକ ରାଜନ ଦୋରା କହିଛନ୍ତି ।

କୋଟିଆରେ ଅନୁପ୍ରବେଶ ନେଇ ଆନ୍ଧ୍ର ସହ ଆଲୋଚନା କରିବା ଉଚିତ୍: ପୂର୍ବତନ ଜିଲ୍ଲାପାଳ

ସେପଟେ କୋରାପୁଟ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ଯେ, ଯଦି ୨ ରାଜ୍ୟ ମଧ୍ୟରେ ଆଲୋଚନା ହୁଏ ତେବେ ଆନ୍ଧ୍ରପ୍ରଦେଶର ଅନଧିକାର ଅନୁପ୍ରବେଶକୁ ନେଇ ହେବା ଆବଶ୍ୟକ । କୋଟିଆ ନେଇ କୌଣସି ଆଲୋଚନାର ଆବଶ୍ୟକ ନାହିଁ । କାରଣ କୋଟିଆ ଉପରେ ଓଡ଼ିଶାର ସମ୍ପୂର୍ଣ୍ଣ ଅଧିକାର ରହିଛି ଓ ଏହି ସତ୍ୟକୁ ଓଡିଶା ସରକାର ଉପଯୁକ୍ତ ଭାବରେ ଉପସ୍ଥାପନ କରିବା ଉଚିତ୍ । କେବଳ ଆନ୍ଧ୍ରର ଅନୁପ୍ରବେଶକୁ ରୋକିବା ପାଇଁ ରାଜ୍ୟ ସରକାର ଆଲୋଚନା କରନ୍ତୁ ।

ଏଥିସହ କୋଟିଆ ଦେଓମାଳି ପର୍ବତର ଏକ ଅଂଶ ହୋଇଥିବା ଯୋଗୁଁ ଏହି ସମଗ୍ର ଅଞ୍ଚଳକୁ ଜୈବ ବିବିଧତା କ୍ଷେତ୍ରର ମାନ୍ୟତା ମିଳିବା ପାଇଁ ଓଡିଶା ସରକାର ପ୍ରଚେଷ୍ଟା କରିବା ଉଚିତ୍ । ଫଳରେ ଏଠାକାର ଖଣିଖାଦାନ ଉପରେ ଥିବା ଆନ୍ଧ୍ରପ୍ରଦେଶର ଲୋଲୁପ ଦୃଷ୍ଟିର ପ୍ରଭାବରୁ କୋଟିଆକୁ ମୁକ୍ତ କରାଯାଇପାରିବ ବୋଲି ସେ ମତ ରଖିଛନ୍ତି ।



କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Sep 2, 2021, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.