ETV Bharat / state

କାର୍ଯ୍ୟରତ ଡାକ୍ତରଙ୍କୁ ମାଡ, ସିସିଟିଭି ଫୁଟେଜ ସହ ଥାନାରେ ଅଭିଯୋଗ

author img

By

Published : Oct 23, 2019, 9:17 PM IST

ଚିକିତ୍ସା ଅବହେଳାକୁ କେନ୍ଦ୍ରକରି କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ନିର୍ଦ୍ଧୁମ ମାଡ । ଏ ଘଟଣା ହେଉଛି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର। ଅଧିକ ଖବର ପଢନ୍ତୁ...

କାର୍ଯ୍ୟରତ ଡାକ୍ତରଙ୍କୁ ମାଡ, ସିସିଟିଭି ଫୁଟେଜ ସହ ଥାନାରେ ଡାକ୍ତରଙ୍କ ଅଭିଯୋଗ

କୋରାପୁଟ: ଚିକିତ୍ସାରେ ଅବହେଳାକୁ କେନ୍ଦ୍ରକରି ମେଡିକାଲରେ ଉତ୍ତେଜନା । ଅବହେଳାର ଶୀକାର ହୋଇଥିବା ରୋଗୀଙ୍କ ସମ୍ପକୀୟ ୱାର୍ଡ ଭିତରେ ପଶି କାର୍ଯ୍ୟରତ ଡାକ୍ତରଙ୍କୁ ମାଡି ମାରିଥିବା ଅଭିଯୋଗ । ଏ ଘଟଣା ହେଉଛି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର।

କାର୍ଯ୍ୟରତ ଡାକ୍ତରଙ୍କୁ ମାଡ, ସିସିଟିଭି ଫୁଟେଜ ସହ ଥାନାରେ ଡାକ୍ତରଙ୍କ ଅଭିଯୋଗ

ଗତକାଲି ରାତିରେ ରୋଗୀ ସମ୍ପର୍କୀୟ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଦୁଇଜଣ ଡାକ୍ତରଙ୍କ ଉପରେ ଆକ୍ରମଣ ହୋଇଥିବା ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ହରେକୃଷ୍ଣ ଦଳେଇ ଜଣାଇଛନ୍ତି ।

କାର୍ଯ୍ୟରତ ଡାକ୍ତର ଦେବବ୍ରତ ସାମଲଙ୍କ କହିବାନୁଯାୟୀ, ଗତ ଦୁଇଦିନ ଧରି ଚିକିତ୍ସିତ ହେଉଥିବା ଜଣେ ଚାରି ବର୍ଷର ଶିଶୁ ସ୍ମିତ ବାଘ ଦେହରୁ ଜ୍ୱର କମୁନଥିଲା । ଯାହାକୁ ନେଇ ଗତକାଲି ରାତିରେ ୱାର୍ଡରେ ତାଙ୍କ ସମ୍ପର୍କୀୟ ପାଟିତୁଣ୍ଡ କରିଥିଲେ । ଗଣ୍ଡଗୋଳର କାରଣ ବୁଝିବା ପାଇଁ ଯାଇଥିବା ବେଳେ ଗଣ୍ଡଗୋଳକାରୀ ଯୁବକ ମାନେ ତାଙ୍କୁ ଧସ୍ତାଧସ୍ତି କରି ମୁହଁରେ ମାଡ ମାରିଥିଲେ ।

ଯାହାଫଳରେ ସେ ତଳେ ପଡିଯାଇଥିଲେ ଓ ଗଣ୍ଡଗୋଳକାରୀ ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ପରେ ସେଠାରେ ପହଁଞ୍ଚିଥିବା ଜଣେ ମହିଳା ଡାକ୍ତରଙ୍କୁ ସେମାନେ ଦୁର୍ବ୍ୟବହାର ଦେଖାଇଥିବା ଡାକ୍ତର ଦଳେଇ ଜଣାଇଛନ୍ତି ।

ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆଜି ଡାକ୍ତର ମାନଙ୍କ ଏକ ଗୁରୁତ୍ବପୂର୍ଣ ବୈଠକ ବସିଛି। ସମ୍ପୃକ୍ତ ଦୁଇଜଣ ଡାକ୍ତରଙ୍କ ଦ୍ବାରା ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ନିକଟରେ ଅଭିଯୋଗ ପତ୍ର ଦେବା ସହ ଆକ୍ରମଣ ଘଟିଥିବା ସମୟର ସିସିଟିଭିରେ ଉତ୍ତୋଳିତ ହୋଇଥିବା ଚିତ୍ର ଦାଖଲ କରାଯାଇଥିବା ସେ ସୂଚନା ଦେଇଛନ୍ତି । ମେଡିକାଲ କଲେଜରେ ରୋଗୀଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଡାକ୍ତରଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ରେ ଗତକାଲି ରାତିରେ ରୋଗୀର ସମ୍ପର୍କୀୟ ଙ୍କ ଦ୍ୱାରା ଚିକିତ୍ସା ରେ ଅବହେଳା ଅଭିଯୋଗ କରି ଦୁଇଜଣ ଡାକ୍ତରଙ୍କ ଉପରେ ଆକ୍ରମଣ ହୋଇଥିବା ହସ୍ପିଟାଲର ସୁପେରିନଟେଣ୍ଡେଣ୍ଟ ହରେକୃଷ୍ଣ ଦଳେଇ ଜଣାଇଛନ୍ତି ।Body:କାର୍ଯ୍ୟରତ ଡାକ୍ତର ଦେବବ୍ରତ ସାମଲ ଙ୍କ କହିବାନୁଯାୟୀ ଗତ ଦୁଇଦିନ ଧରି ଚିକିତ୍ସିତ ହେଉଥିବା ଜଣେ ଚାରି ବର୍ଷର ଶିଶୁ ସ୍ମିତ ବାଘ ଦେହରୁ ଜ୍ୱର କମୁନଥିବା ନେଇ ଗତକାଲି ରାତିରେ ୱାର୍ଡ ରେ ତାଙ୍କ ସମ୍ପର୍କୀୟ ପାଟିଗୋଳ କରିଥିଲେ । ଗଣ୍ଡଗୋଳ ର କାରଣ ବୁଝିବା ପାଇଁ ଯାଇଥିବା ବେଳେ ଗଣ୍ଡଗୋଳକାରୀ ଯୁବକ ମାନେ ତାଙ୍କୁ ଧସ୍ତାଧସ୍ତି କରି ମୁହଁରେ ମାଡ ମାରିଥିଲେ ।ଯାହାଫଳରେ ସେ ତଳେ ପଡିଯାଇଥିଲେ ଓ ଗଣ୍ଡଗୋଳକାରୀ ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ପରେ ପରେ ସେଠାରେ ପହଁଚିଥିବା ଜଣେ ମହିଳା ଡାକ୍ତର ଙ୍କୁ ସେମାନେ ଦୁର୍ବ୍ୟବହାର ଦେଖାଇଥିଲେ ବୋଲି ଡାକ୍ତର ଦଳେଇ ଜଣାଇଛନ୍ତି । ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆଜି ଡାକ୍ତର ମାନଙ୍କ ଏକ ଗୁରୁତ୍ୱପୂର୍ଣ ବିଠକ ବସି ସମ୍ପୃକ୍ତ ଦୁଇଜଣ ଡାକ୍ତରଙ୍କ ଦ୍ୱାରା ଅଭିଯୁକ୍ତଙ୍କ ବିରୂଦ୍ଧରେ ପୋଲିସ ନିକଟରେ ଅଭିଯୋଗ ପତ୍ର ଦେବା ସହ ଆକ୍ରମଣ ଘଟିଥିବା ସମୟର ସିସି ଟିଭି ରେ ଉତ୍ତୋଳିତ ହୋଇଥିବା ଚିତ୍ର ଦାଖଲ କରାଯାଇଥିବା ସେ ସୂଚନା ଦେଇଛନ୍ତି । Conclusion:ମେଡିକାଲ କଲେଜରେ ରୋଗୀଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଡାକ୍ତରଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।
.........

Byte :ଡାକ୍ତର ଦେବବ୍ରତ ସାମଲ , ଅଭିଯୋଗକାରୀ ଡାକ୍ତର

Byte : ହରେକୃଷ୍ଣ ଦଳେଇ , ହସ୍ପିଟାଲ ସୁପେରିନଟେଣ୍ଡେଣ୍ଟ
.........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.