ETV Bharat / state

Municipal Election: ସରିଲା ନାମାଙ୍କନ ପତ୍ର ଯାଞ୍ଚ

author img

By

Published : Mar 9, 2022, 9:19 PM IST

ପୌର ନିର୍ବାଚନକୁ ନେଇ କୋରାପୁଟ ଜିଲ୍ଲାର, ଜୟପୁର, କୋଟପାଡ଼ ଓ ସୁନାବେଡ଼ା ପୌର ପରିଷଦ ପାଇଁ ହେବାକୁ ଥିବା ନିର୍ବାଚନର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି । ଜିଲ୍ଲାରେ ସମୁଦାୟ 87ଟି ୱାର୍ଡ ପାଇଁ 46 ଜଣ ପୌରାଧ୍ୟକ୍ଷ ଓ 377 ଜଣ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅଧିକ ପଢନ୍ତୁ

Municipal Election: ସରିଲା ନାମାଙ୍କନ ପତ୍ର ଯାଞ୍ଚ
Municipal Election: ସରିଲା ନାମାଙ୍କନ ପତ୍ର ଯାଞ୍ଚ

କୋରାପୁଟ: ପୌର ନିର୍ବାଚନକୁ ନେଇ କୋରାପୁଟ ଜିଲ୍ଲାର, ଜୟପୁର, କୋଟପାଡ଼ ଓ ସୁନାବେଡ଼ା ପୌର ପରିଷଦ ପାଇଁ ହେବାକୁ ଥିବା ନିର୍ବାଚନର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି । ଜିଲ୍ଲାରେ ସମୁଦାୟ 87ଟି ୱାର୍ଡ ପାଇଁ 46 ଜଣ ପୌରାଧ୍ୟକ୍ଷ ଓ 377 ଜଣ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଜୟପୁର ଓ ସୁନାବେଡ଼ାରେ ପାଞ୍ଚଟି ଲେଖାଏଁ ସମେତ କୋରାପୁଟରେ ଗୋଟିଏ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହେବା ପରେ 46 ଜଣ ପୌରାଧ୍ୟକ୍ଷ ଓ 366 ଜଣ କାଉନସିଲର ପଦବୀ ପାଇଁ ଲଢେଇ ହେବ ।

ସେହିପରି କୋରାପୁଟର 21ଟି ୱାର୍ଡ ବିଶିଷ୍ଟ ପୌରପାଳିକାରେ 5 ଜଣ ପୌରାଧ୍ୟକ୍ଷ ଓ 90 ଜଣ କାଉନସିଲର ପଦବୀ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବାବେଳେ କୋଟପାଡ଼ର 13ଟି ୱାର୍ଡ ପାଇଁ 5 ଜଣ ପୌରାଧ୍ୟକ୍ଷ ଓ 48 ଜଣ କାଉନସିଲର ପଦବୀ ପାଇଁ ପ୍ରତିଯୋଗିତା କରିବେ । ଏଥିସହ ଜୟପୁର ପୌରାଞ୍ଚଳର 28ଟି ୱାର୍ଡ ପାଇଁ 19 ଜଣ ପ୍ରାର୍ଥୀ ପୌରାଧ୍ୟକ୍ଷ ଓ 128ଟି କାଉନସିଲର ପଦବୀ ପାଇଁ ଆଶାୟୀଙ୍କ ନାମାଙ୍କନ ପତ୍ର କାଏମ ରହିଛି । ସୁନାବେଡ଼ା ପୌରାଞ୍ଚଳର 13ଟି ୱାର୍ଡ ପାଇଁ 17ଟି ପୌରାଧ୍ୟକ୍ଷ ଓ 100ଟି କାଉନସିଲର ଆଶାୟୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।

ଅନ୍ୟପଟେ ସୁନାବେଡ଼ା ଓ କୋଟପାଡ଼ରେ ଜଣେ ଲେଖାଏଁ ମହିଳା ପ୍ରାର୍ଥୀ ପୌରାଧ୍ୟକ୍ଷ ପଦବୀ ପାଇଁ ସ୍ଵାଧୀନ ଭାବେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.