ETV Bharat / state

ଶିଶୁ ସହଭାଗିତା ଓ ସମ୍ପୃକ୍ତିର ମଞ୍ଚ ଶିଶୁ ସାମ୍ବାଦିକତା

author img

By

Published : May 28, 2022, 4:49 PM IST

କୋରାପୁଟ ଜିଲ୍ଲାରେ ଶିଶୁ ସାମ୍ବାଦିକ ତାଲିମ କାର୍ଯ୍ୟକ୍ରମ । ଦଶମନ୍ତପୁର ବ୍ଲକ ଓ ବୋରିଗୁମ୍ମା ବ୍ଲକର 50 ଜଣ ଶିଶୁଙ୍କୁ ନେଇ ଶିଶୁ ସାମ୍ବାଦିକତା ତାଲିମରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଅଧିକ ପଢନ୍ତୁ

ଶିଶୁ ସହଭାଗିତା ଓ ସମ୍ପୃକ୍ତିର ମଞ୍ଚ ଶିଶୁ ସାମ୍ବାଦିକତା
ଶିଶୁ ସହଭାଗିତା ଓ ସମ୍ପୃକ୍ତିର ମଞ୍ଚ ଶିଶୁ ସାମ୍ବାଦିକତା

କୋରାପୁଟ : ଜିଲ୍ଲାରେ ଶିଶୁ ସାମ୍ବାଦିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ 15 ଦିନ ଧରି ଦଶମନ୍ତପୁର ବ୍ଲକ ଓ ବୋରିଗୁମ୍ମା ବ୍ଲକର 50 ଜଣ ଶିଶୁଙ୍କୁ ନେଇ ଶିଶୁ ସାମ୍ବାଦିକତା ତାଲିମରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଶୁକ୍ରବାର ସେମାନଙ୍କ ମଧ୍ୟରୁ କିଛି ଶିଶୁଙ୍କୁ ଜିଲ୍ଲାର ଏକତା ସଂଗଠନ ଦ୍ଵାରା ଶିଶୁ ସାମ୍ବାଦିକଙ୍କ ଲେଖାକୁ ନେଇ ଏକ ପତ୍ରିକା ପ୍ରସ୍ତୁତିରେ ଯୋଗ ଦେବାର ସୁଯୋଗ ଦିଆଯାଇଥିଲା । ନିଜ ଗାଁରେ ଜୀବନକୁ ପ୍ରଭାବିତ କରୁଥିବା ଶିକ୍ଷା , ସ୍ଵାସ୍ଥ୍ୟ , ଜଳ , ପରିବେଶ ଓ ସଂସ୍କୃତି ଉପରେ ସଂଗୃହିତ ପିଲାଙ୍କ ମତକୁ ଏକାଠି କରି ପିଲାଙ୍କ ପତ୍ରିକା ପ୍ରକାଶ ପାଇଛି ।

ଏହି କର୍ମଶାଳାରେ ଯୋଗ ଦେଇଥିବା ଶିଶୁ ସାମ୍ବାଦିକଙ୍କ ମତ ଅନୁଯାୟୀ ଆଦିବାସୀଙ୍କ ଦ୍ଵାରା ବ୍ୟବହୃତ ଏକ କ୍ଷୁଦ୍ର ବାଦ୍ୟଯନ୍ତ୍ର ଆଧାରରେ ଏହି ପତ୍ରିକାର ନାମ ଟିଡିବିଡ଼ି ଭାବେ ସ୍ଥିର କରାଯାଇ ଥିବା ଏକତା ସଂଗଠନର ସମ୍ପାଦକ ଜଗନ୍ନାଥ ମିଶ୍ର ଜଣାଇଛନ୍ତି । ପ୍ରତି ତିନିମାସରେ ଥରେ ପ୍ରକାଶ ପାଇବାକୁ ଥିବା ଏହି ପତ୍ରିକା ଶିଶୁଙ୍କ ମାଧ୍ୟମରେ ଜିଲ୍ଲାର ଗାଁ ଗଣ୍ଡାର ବିକାଶର କଥାକୁ ଜଣାଇ ପାରିବା ସହ ଶିଶୁଙ୍କ ମଧ୍ୟରେ ନିଜକୁ ବ୍ୟକ୍ତ କରିବାର ଏକ ସୁଯୋଗ ଆଣିଦେବ ବୋଲି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.