ETV Bharat / state

ଛାତ୍ରଛାତ୍ରୀ ପାଇଲେ ବିଏସଏଫ ସମ୍ପର୍କରେ ବିସ୍ତୃତ ସୂଚନା

author img

By

Published : Feb 3, 2022, 9:11 PM IST

ଆଜି(ଗୁରୁବାର) ଜୟପୁରସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ବିଏସ୍ଏଫ୍ କୋରାପୁଟ ଦ୍ୱାରା ଏକ ପ୍ରେରଣା ଏବଂ ସଚେତନତା ଅଧିବେଶନ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀ ପାଇଲେ ବିଏସଏଫ ସମ୍ପର୍କରେ ବିସ୍ତୃତ ସୂଚନା
ଛାତ୍ରଛାତ୍ରୀ ପାଇଲେ ବିଏସଏଫ ସମ୍ପର୍କରେ ବିସ୍ତୃତ ସୂଚନା

କୋରାପୁଟ: ଆଜି(ଗୁରୁବାର) ଜୟପୁରସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ବିଏସ୍ଏଫ୍ କୋରାପୁଟ ଦ୍ୱାରା ଏକ ପ୍ରେରଣା ଏବଂ ସଚେତନତା ଅଧିବେଶନ ଆୟୋଜିତ ହୋଇଯାଇଛି । ଏହି ଅବସରରେ କମାଣ୍ଡାଣ୍ଟ ସାଜନ ସିଂ ପାନୱାର, ବିଏସ୍ଏଫ୍ ସଶସ୍ତ୍ର ବାହିନୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ । ବିଏସଏଫ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଠାରୁ ପାଇଥିବା ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କ ମଧ୍ୟରେ ବିଏସଏଫରେ ଯୋଗ ଦେଇ ଦେଶମାତୃକାର ସେବା କରିବା ପାଇଁ ଜନ୍ମିଥିବା ପ୍ରବଳ ଆଗ୍ରହକୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଏସଏଫ ଦ୍ୱାରା ବ୍ୟବହାର କରାଯାଉଥିବା 10ଟି ସ୍ଵତନ୍ତ୍ର କୁକୁରକୁ ନେଇ ଏକ ଡଗ ଶୋ'ର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ସୁରକ୍ଷା ପାଇଁ ବିଏସ୍ଏଫ୍ କେତେ ଉତ୍ସର୍ଗୀକୃତ ଏବଂ ନାଗରିକଙ୍କ ଜୀବନକୁ ଅଧିକ ସୁରକ୍ଷିତ କରିବା ପାଇଁ ସୁରକ୍ଷା ବାହିନୀ ସହିତ କାର୍ଯ୍ୟ କରିବାକୁ ସେମାନେ କିପରି ଏହି କୁକୁର ଗୁଡିକୁ ତାଲିମ ଦିଅନ୍ତି ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇବାର ଉଦ୍ଦେଶ୍ୟ ରହିଥିବା ବିଏସଏଫ କମାଣ୍ଡାଣ୍ଟ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.