ETV Bharat / state

କଳାର ପ୍ରସାର ପାଇଁ ଜୟପୁରରେ ତିଆରି ହେବ 3ଟି ଅଡିଟୋରିଅମ

author img

By

Published : Mar 5, 2023, 3:53 PM IST

Updated : Mar 6, 2023, 12:32 PM IST

କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜୟପୁରରେ 3ଟି ଅଡିଟୋରିଅମ ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

auditoriums to constructed in Jaipur
auditoriums to constructed in Jaipur
କଳାର ପ୍ରସାର ପାଇଁ ଜୟପୁରରେ ତିଆରି ହେବ 3ଟି ଅଡିଟୋରିଅମ

କୋରାପୁଟ: ଜିଲ୍ଲାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପରିଚୟ ହାସଲ କରିଛି ଜୟପୁର । ପୀଢ଼ିପୀଢ଼ି ଧରି ସଙ୍ଗୀତକୁ ସାଥି କରି ଅଞ୍ଚଳବାସୀଙ୍କୁ ମନ୍ତ୍ରମୁଗ୍ଧ କରିଛି । ଏଠାକାର କଳାକାରଙ୍କ କଳା ପ୍ରଦର୍ଶନ ପାଇଁ କୋରାପୁଟ ଜିଲ୍ଲାରେ ଉପଯୁକ୍ତ ସ୍ଥାନର ଅଭାବ ରହିଥିବା ଯୋଗୁଁ ବର୍ତ୍ତମାନ ଜୟପୁର ସହରରେ ତିନୋଟି ବିଶାଳ ଅଡିଟୋରିଅମ ନିର୍ମାଣ କରାଯାଉଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜଣାଇଛନ୍ତି ।

ବିକ୍ରମ ଦେବ କଳା ଶିକ୍ଷା କେନ୍ଦ୍ରରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ ଖୋଲି ଯାଇଥିବା ଯୋଗୁଁ ପାଞ୍ଚ ଏକର ଜାଗାରେ ଏହି ମହାବିଦ୍ୟାଳୟର ନୂତନ ପରିସର ମଧ୍ୟରେ କଳା କ୍ଷେତ୍ର ସୃଷ୍ଟି କରାଯାଇ ଏ ଅଞ୍ଚଳର କଳା ଓ ସଂସ୍କୃତିର ପ୍ରସାର କରାଯିବାର ଯୋଜନା ରହିଛି । ଜୟପୁରର ଜଗନ୍ନାଥ ସାଗର କୂଳରେ ସ୍ବର ଘୁଙ୍ଗୁର ଅନୁଷ୍ଠାନ ତରଫରୁ ଆୟୋଜିତ ଶାସ୍ତ୍ରୀୟ ସଙ୍ଗୀତ ଆସରରେ ଯୋଗ ଦେଇ ବିଶିଷ୍ଟ ସଙ୍ଗୀତ ପ୍ରୋତ୍ସାହକ ତଥା କଳାକାର ଧୀରେନ ପଟ୍ଟନାୟକଙ୍କ ସମେତ ଜୟପୁରରେ ସଙ୍ଗୀତ କଳାର ବିକାଶ ଦିଗରେ ଅଭୂତପୂର୍ବ କାର୍ଯ୍ୟ ସମ୍ପାଦନ କରିଥିବା କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଜୟପୁରରେ ସମସ୍ତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସଙ୍ଗୀତରେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ । କୋରାପୁଟ ଜିଲ୍ଲରେ କଳା ସଂସ୍କୃତିର ପ୍ରସାର ପାଇଁ ସମସ୍ତ ପ୍ରୟାସ ଚାଲିଥିବା କହିଛନ୍ତି ବିଧାୟକ ତାରାପ୍ରାସାଦ ବାହିନୀପତି ।

ଏହା ବି ପଢନ୍ତୁ...୨୫ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ: ୬ ହଜାର କୋଟି ବିନିଯୋଗ, ୨୫ ହଜାର ନିଯୁକ୍ତି ସୁଯୋଗ

ଜୟପୁରରେ ଅନେକ ବର୍ଷ ପରେ ଶାସ୍ତ୍ରୀୟ ସଙ୍ଗୀତର ଏପରି ଏକ ଆସର ଆୟୋଜିତ ହେଉଥିବା ଯୋଗୁଁ ଯୁବ କଳାକାର ଉତ୍ସାହିତ ଥିଲେ । ସେମାନଙ୍କ ମଧ୍ୟରେ ଥିବା ଆଗ୍ରହକୁ ଦେଖି ଜିଲ୍ଲାରେ ସାଧନାରତ କଳାକାର ଶାସ୍ତ୍ରୀୟ ସଙ୍ଗୀତର ଭବିଷ୍ୟତ ଯୁବ ପିଢ଼ି ହାତରେ ସୁରକ୍ଷିତ ହୋଇ ଆସୁଥିବା ଦେଖି ଉଲ୍ଲସିତ ହୋଇଛନ୍ତି । ଜୟପୁର ଆକାଶବାଣୀ କେନ୍ଦ୍ରର ଜଣେ ମାନ୍ୟତା ପ୍ରାପ୍ତ ସଙ୍ଗୀତ ବିଶାରଦ, ଗବେଷକ ତଥା କଳାକାର ଗୋପାଳକୃଷ୍ଣ ସାମନ୍ତରାୟଙ୍କ କହିବା ଅନୁଯାୟୀ ଶାସ୍ତ୍ରୀୟ ସଙ୍ଗୀତ ସମସ୍ତ ସଙ୍ଗୀତର ଆଧାର ହୋଇଥିବା ଯୋଗୁଁ ଶାସ୍ତ୍ରୀୟ ସଙ୍ଗୀତୀର ପ୍ରଶିକ୍ଷଣ ପାଇଥିବା କଳାକାର ପାଇଁ ଯେ କୌଣସି ସଙ୍ଗୀତ ପରିବେଷଣ କରିବାରେ ସମସ୍ୟା ଦେଖାଯିବ ନାହିଁ । ଏପରିକି କୋରାପୁଟ ଅଞ୍ଚଳରେ ବହୁଳ ଭାବେ ଆଦୃତ ଦେଶିଆ ନାଟ ମଧ୍ୟ ଶାସ୍ତ୍ରୀୟ ସଙ୍ଗୀତର ଆଧାର କରି ପ୍ରସ୍ତୁତ ହୋଇ ଆସୁଛି ବୋଲି ମତ ପ୍ରକାଶ କରିଥିଲେ ଗବେଷକ ଗୋପାଳକୃଷ୍ଣ ସାମନ୍ତାରାୟ ।

ଇଟିଭି ଭାରତ, କୋରାପୁଟ

Last Updated : Mar 6, 2023, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.