ETV Bharat / state

କୋଟିଆ ଉପରେ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ଅଭିଯୋଗ

author img

By

Published : Feb 20, 2021, 7:39 PM IST

ଆନ୍ଧ୍ର ଓଡିଶା ମଧ୍ୟରେ ସୀମା ବିବାଦକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ତେବେ ଅଞ୍ଚଳରେ ଥିବା ମୂଲ୍ୟବାନ ଖଣିଜ ପଦାର୍ଥ ହାତେଇବା ପାଇଁ ଆନ୍ଧ୍ର ଏଭଳି ଅଣ୍ଟା ଭିଡିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

କୋଟିଆ ଉପରେ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ଅଭିଯୋଗ
କୋଟିଆ ଉପରେ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ଅଭିଯୋଗ

କୋରାପୁଟ: ଆନ୍ଧ୍ର ଓଡିଶା ମଧ୍ୟରେ ସୀମା ବିବାଦକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଗତ କିଛି ବର୍ଷ ଧରି ଆନ୍ଧ୍ରପ୍ରଦେଶ ଦ୍ୱାରା ଏଠାକାର ଲୋକଙ୍କୁ ବିଭିନ୍ନ ସେବା ଯୋଗାଇଦେବା ଓ ଓଡିଶା ସରକାର ଏହାକୁ ବଳିଷ୍ଠ ଭାବେ ବିରୋଧ ନ କରିବା ପଛରେ ଖଣି ମାଫିଆଙ୍କ ହାତ ଥିବା କଥାକୁ ଏଡାଇ ଦିଆଯାଇନପାରେ ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଆଶଙ୍କା ବ୍ୟକ୍ତ କରିଛନ୍ତି ।

କୋଟିଆ ଉପରେ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ଅଭିଯୋଗ

ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ଦାସୀ ନନ୍ଦିବାଲିଙ୍କ କହିବାନୁଯାୟୀ କୋଟିଆ ଓ ଆଖପାଖ ଅଞ୍ଚଳରେ ଅନେକ ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି । ଆନ୍ଧ୍ରପ୍ରଦେଶ ତାହାକୁ ହାତେଇବା ପାଇଁ ଜୋରଦାର ଅଣ୍ଟା ଭିଡିଥିଲାବେଳେ ଓଡିଶା ସରକାର ଯେଉଁ ପରିମାଣରେ ତତ୍ପରତା ପ୍ରକାଶ କରିବା କଥା ସେତିକି କରୁନଥିବା ସେ ଅଭିଯୋଗ କରିଛନ୍ତି ।

ସେହିପରି ଖଣିଜ ପଦାର୍ଥ ଯେତେବେଳେ ରହିଛି, ଖଣି ମାଫିଆ କମ୍ପାନୀଙ୍କ ଏହି ଅଞ୍ଚଳ ଉପରେ ଲୋଲୁପ ଦୃଷ୍ଟି ପଡିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ ବୋଲି ପଟ୍ଟାଙ୍ଗିର ପୂର୍ବତନ ବିଧାୟକ ରଘୁରାମ ପାଡାଲ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ଓଡ଼ିଶାର ପ୍ରଚଣ୍ଡ ନୀରବତା ଓ ଆଗ୍ରହଶୂନ୍ୟ ମନୋଭାବକୁ ଦେଖିଲେ କାହାର ପ୍ରଭାବ ଯେ କାମ କରୁଛି ତାହା ସ୍ପଷ୍ଟ ହେଉଥିବା କୋରାପୁଟ ସାଂସଦ ସପ୍ତଗିରି ଉଲକା ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ଏହି ଅଞ୍ଚଳର ସାଂସଦ, ବିଧାୟକ ଓ ସମସ୍ତ ଜନପ୍ରତିନିଧିଙ୍କୁ ସାଥିରେ ନେଇ କୋଟିଆ ସମସ୍ୟାର ସମାଧାନ କରିବା ଦିଗରେ ଯତ୍ନଶୀଳ ହେବା ଆବଶ୍ୟକ । ଏଣୁ ଆସନ୍ତା 23 ତାରିଖରେ କୋଟିଆ ଗସ୍ତ କରି ଲୋକଙ୍କ ସହ ମିଶି ସମାଧାନର ପନ୍ଥା ପାଇଁ କାର୍ଯ୍ୟ ସେ କରିବେ ବୋଲି ସାଂସଦ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.