ETV Bharat / state

Andhra Intrusion Again In Kotia: ଓଡିଶା ମାଟିରେ ଓଡିଶାର କାମକୁ ଅଟକାଇଲା ଆନ୍ଧ୍ର

author img

By

Published : Dec 30, 2021, 7:46 PM IST

ଓଡ଼ିଶା ମାଟିରେ ପୁଣି ଦାଦାଗିରି ଦେଖାଇଛି ଆନ୍ଧ୍ର ସରକାର । ଓଡ଼ିଶା ମାଟିରେ ଓଡ଼ିଶା ସରକାରଙ୍କ କାମକୁ ବନ୍ଦ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଆନ୍ଧ୍ରର ଦାଦାଗିରି: ଓଡ଼ିଶା ମାଟିରେ କାମକୁ ଅଟକାଇଲା ଆନ୍ଧ୍ର ସରକାର
ଆନ୍ଧ୍ରର ଦାଦାଗିରି: ଓଡ଼ିଶା ମାଟିରେ କାମକୁ ଅଟକାଇଲା ଆନ୍ଧ୍ର ସରକାର

କୋରାପୁଟ: ପୁଣି ଓଡ଼ିଶା ମାଟିରେ ଦାଦାଗିରି ଆରମ୍ଭ କରିଛନ୍ତି ଆନ୍ଧ୍ର ସରକାର । କୋଟିଆ ପଞ୍ଚାୟତ ଅନ୍ତର୍ଗତ ଧୂଳିପଦର ଗ୍ରାମରେ ଓଡିଶା ସରକାରଙ୍କ ଦ୍ବାରା ରାସ୍ତା କାମ ଚାଲିଥିବା ବେଳେ ତାକୁ ବନ୍ଦ କରିଛି ଆନ୍ଧ୍ର ସରକାର । ପଡ଼ୋଶୀ ସରକାର ପ୍ରଥମ ଥର ପାଇଁ ଏପରି କରିଥିବା ଜଣାପଡ଼ିଛି ।

ଓଡିଶା ମାଟିରେ ଓଡିଶାର କାମକୁ ଅଟକାଇଲା ଆନ୍ଧ୍ର

ଧୂଳିପଦର ନିକଟରେ ଏକ JCB ରାସ୍ତା କାମରେ ନିୟୋଜିତ ହୋଇଥିବା ବେଳେ ଆନ୍ଧ୍ର ପୋଲିସ ତାକୁ ସେଠାରୁ ହଟିଯିବା ପାଇଁ କହିଛନ୍ତି । ଏପର୍ଯ୍ୟନ୍ତ କୋଟିଆ ପଞ୍ଚାୟତର ଓଡି଼ଶା ମାଟିରେ ଆନ୍ଧ୍ରର ବେଆଇନ ଅନୁପ୍ରବେଶକୁ ରୋକିବା ପାଇଁ ଓଡି଼ଶା ତରଫରୁ ସେମାନଙ୍କ ଦ୍ବାରା ନିର୍ମାଣ ହେଉଥିବା କାର୍ଯ୍ୟ ଓ କାର୍ଯ୍ୟକ୍ଷମ ହେଉଥିବା ଆନ୍ଧ୍ର ସରକାରଙ୍କ ସରକାରୀ ଯୋଜନାକୁ ବିରୋଧ କରାଯାଇଥିବା ବେଳେ ପ୍ରଥମ ଥର ପାଇଁ ଆନ୍ଧ୍ର ସରକାର ଓଡ଼ିଶା ମାଟିରେ ଓଡ଼ିଶାର କାର୍ଯ୍ୟକୁ ବନ୍ଦ କରିଛି ।

ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ଏକ ସରକାରୀ ଦଳ ଗଂଜେଇପଦରରେ ପାୱାର ପ୍ଲାଣ୍ଟ ସ୍ଥାପନା ପାଇଁ ସର୍ଭେ କରିବାକୁ ଆସିଥିବା ବେଳେ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ସେମାନଙ୍କୁ ବିରୋଧ କରିଥିଲେ । ଗତକାଲି(ବୁଧବାର) କୋରାପୁଟ ଜିଲ୍ଲାପାଳ ମଧ୍ୟ କୋଟିଆ ଗସ୍ତ କରି ଓଡି଼ଶାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ।

ଜିଲ୍ଲାପାଳଙ୍କ ଗସ୍ତର ଠିକ ପରଦିନ ଆନ୍ଧ୍ର ସରକାରଙ୍କ ଦ୍ବାରା ଓଡ଼ିଶାର କାମ ବନ୍ଦ କରିବା ଏବଂ ଓଡିଶାର ପ୍ରବେଶ ଦ୍ବାର କୁହାଯାଉଥିବା ନେରେଡିବାଲାସା ଠାରେ ଆନ୍ଧ୍ର ତରଫରୁ ଏକ ତନଖି ଫାଟକ ସ୍ଥାପନ କରି ଯାତାୟାତକୁ ନିୟନ୍ତ୍ରଣ କରିଛି । ତେବେ ଏ ନେଇ ଓଡ଼ିଶାର ପ୍ରଶାସନିକ ପ୍ରତିକ୍ରିୟା ମିଳିପାରି ନାହିଁ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.