ETV Bharat / state

କୋଟିଆରୁ ହଳଦୀ-ତେନ୍ତୁଳି କିଣିବ ପଡୋଶୀ, ଫାଟୁସିନେରି ଗସ୍ତ କଲେ ଆନ୍ଧ୍ର ଅଧିକାରୀ

author img

By

Published : Feb 23, 2022, 8:25 AM IST

କୋଟିଆରେ ପଞ୍ଚାୟତ ନିର୍ବାଚନ ପଣ୍ଡ କରିବାରେ ବିଫଳ ହେବା ପରେ ଆନ୍ଧ୍ରର ନୂଆ ଚାଲ୍ । ଆଦିବାସୀଙ୍କ ଠାରୁ ହଳଦୀ ଓ ତେନ୍ତୁଳି କ୍ରୟ କରିବା ପାଇଁ କୋଟିଆର ଫାଟୁସିନେରି ଗସ୍ତ କଲେ ଆନ୍ଧ୍ର ଅଧିକାରୀ । ଅଧିକ ପଢନ୍ତୁ

କୋଟିଆରୁ ହଳଦୀ-ତେନ୍ତୁଳି କିଣିବ ପଡୋଶୀ, ଫାଟୁସିନେରିରେ ଗସ୍ତ କଲେ ଆନ୍ଧ୍ର ଅଧିକାରୀ
କୋଟିଆରୁ ହଳଦୀ-ତେନ୍ତୁଳି କିଣିବ ପଡୋଶୀ, ଫାଟୁସିନେରିରେ ଗସ୍ତ କଲେ ଆନ୍ଧ୍ର ଅଧିକାରୀ

କୋରାପୁଟ: କୋଟିଆରେ ଅନୁପ୍ରବେଶର ନୂଆ ନୂଆ ଚାଲ୍ ଚଳାଇଛି ଆନ୍ଧ୍ର । କୋଟିଆ ଗ୍ରାମପୁଞ୍ଜରେ ପଞ୍ଚାୟତ ନିର୍ବାଚନ ପଣ୍ଡ କରିବାରେ ବିଫଳ ହେବା ପରେ ପୁଣିଥରେ ନିଜର ହୀନ ଚକ୍ରାନ୍ତ ଆରମ୍ଭ କରିଛି ପଡୋଶୀ । ନିର୍ବାଚନ ସରିବାର ଦୁଇ ଦିନ ନ ହେଉଣୁ ଆନ୍ଧ୍ର ଅନଧିକାର ପ୍ରବେଶ କରିଛି । ମଙ୍ଗଳବାର ଆନ୍ଧ୍ରପ୍ରଦେଶର କିଛି ଅଧିକାରୀ କୋଟିଆ ପଞ୍ଚାୟତର ଫାଟୁସିନେରି ଗସ୍ତ କରିଛନ୍ତି ଏବଂ ସେଠାରେ ଆଦିବାସୀଙ୍କ ଠାରୁ ହଳଦୀ ଓ ତେନ୍ତୁଳି କ୍ରୟ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଚର୍ଚ୍ଚା କରିଛନ୍ତି ।

କୋଟିଆରୁ ହଳଦୀ-ତେନ୍ତୁଳି କିଣିବ ପଡୋଶୀ, ଫାଟୁସିନେରିରେ ଗସ୍ତ କଲେ ଆନ୍ଧ୍ର ଅଧିକାରୀ
କୋଟିଆରୁ ହଳଦୀ-ତେନ୍ତୁଳି କିଣିବ ପଡୋଶୀ, ଫାଟୁସିନେରିରେ ଗସ୍ତ କଲେ ଆନ୍ଧ୍ର ଅଧିକାରୀ

ଆଦିବାସୀଙ୍କ ଦ୍ବାରା ବଣ ଜଙ୍ଗଲରୁ ସଂଗୃହିତ ଓ ନିଜ ବାଡ଼ି ବଗିଚାରେ ଉତ୍ପାଦିତ ସମସ୍ତ ସାମଗ୍ରୀକୁ କିଣିବା ପାଇଁ ଆନ୍ଧ୍ର ସରକାରଙ୍କ ଦ୍ଵାରା କୋଟିଆ ପଞ୍ଚାୟତର ଫାଟୁସିନେରି ଓ ନେରେଡିବାଲାସାରେ ଏକକ କ୍ରୟ କେନ୍ଦ୍ର ଖୋଲାଯାଇଛି । ମଙ୍ଗଳବାର ଆନ୍ଧ୍ରପ୍ରଦେଶ ଆଇଟିଡିଏର ଅତିରିକ୍ତ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ବିଭାଗୀୟ ଅଧିକାରୀଙ୍କ ଦଳ ଫାଟୁସିନେରି ଗସ୍ତ କରି ଆଦିବାସୀଙ୍କ ଠାରୁ ହଳଦୀ ଓ ତେନ୍ତୁଳି କ୍ରୟ କରିବା ପାଇଁ ଆଲୋଚନା କରିଛନ୍ତି । ଆଦିବାସୀମାନେ ଯେପରି ଏହି କେନ୍ଦ୍ରଗୁଡିକର ସଦୁପଯୋଗ କରି ନିଜ ଉତ୍ପାଦର ଉଚିତ୍ ମୂଲ୍ୟ ପାଇପାରିବେ ସେନେଇ ଏହି ସରକାରୀ ଦଳ ସଚେତନତା ସୃଷ୍ଟି କରିଥିବାର ସୂଚନା ମିଳିଛି ।

କୋଟିଆରୁ ହଳଦୀ-ତେନ୍ତୁଳି କିଣିବ ପଡୋଶୀ, ଫାଟୁସିନେରିରେ ଗସ୍ତ କଲେ ଆନ୍ଧ୍ର ଅଧିକାରୀ
କୋଟିଆରୁ ହଳଦୀ-ତେନ୍ତୁଳି କିଣିବ ପଡୋଶୀ, ଫାଟୁସିନେରିରେ ଗସ୍ତ କଲେ ଆନ୍ଧ୍ର ଅଧିକାରୀ

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.