ETV Bharat / state

ମିଳିଲା BDOଙ୍କ ପ୍ରତିଶ୍ରୁତି, ୩ ଘଣ୍ଟା ପରେ ଭୋଟ ଦେଲେ ଆମ୍ବାପଡ଼ା ଗ୍ରାମବାସୀ

author img

By

Published : Feb 24, 2022, 4:55 PM IST

ପ୍ରାୟ ୩ ଘଣ୍ଟା ବିଳମ୍ବ ପରେ ଭୋଟ ଦେଇଛନ୍ତି କୋରାପୁଟ ଲମତାପୁଟ ବ୍ଲକ ଆମ୍ବାପଡ଼ା ଗ୍ରାମବାସୀ । ମୌଳିକ ସୁବିଧାରୁ ବଞ୍ଚିତ ହେବା ପରେ ଭୋଟ ଦେବାକୁ ପହଞ୍ଚିନଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ମିଳିଲା BDOଙ୍କ ପ୍ରତିଶ୍ରୁତି, ୩ ଘଣ୍ଟା ପରେ ଭୋଟ ଦେଲେ ଆମ୍ବାପଡ଼ା ଗ୍ରାମବାସୀ
ମିଳିଲା BDOଙ୍କ ପ୍ରତିଶ୍ରୁତି, ୩ ଘଣ୍ଟା ପରେ ଭୋଟ ଦେଲେ ଆମ୍ବାପଡ଼ା ଗ୍ରାମବାସୀ

କୋରାପୁଟ: ବିଡ଼ିଓଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ଭୋଟ ବର୍ଜନରୁ ଓହରିଛନ୍ତି କୋରାପୁଟ ଲମତାପୁଟ ବ୍ଲକ ଅନ୍ତର୍ଗତ ଗୁନେଇପଡା ପଞ୍ଚାୟତର ଆମ୍ବାପଡା ଗ୍ରାମବାସୀ । ଲୋକଙ୍କ ମୌଳିକ ସୁବିଧା ଯୋଗାଇବାକୁ ଗୁହାରି କରି ଆସୁଥିଲେ ସୁଦ୍ଧା ସମସ୍ତେ ନିରବଦ୍ରଷ୍ଟା ସାଜିଥିବା ଫଳରେ ଆମ୍ବାପଡ଼ା ଗାଁର ଲୋକେ ଭୋଟ ବର୍ଜନ ଧମକ ଦେଇଥିଲେ ।

ମିଳିଲା BDOଙ୍କ ପ୍ରତିଶ୍ରୁତି, ୩ ଘଣ୍ଟା ପରେ ଭୋଟ ଦେଲେ ଆମ୍ବାପଡ଼ା ଗ୍ରାମବାସୀ

ଆଜି(ଗୁରୁବାର) ସକାଳୁ ଆରମ୍ଭ ହୋଇଥିବା ନିର୍ବାଚନରେ ଭାଗ ନେବା ପାଇଁ ରାଜି ହୋଇନଥିଲେ ଆମ୍ବାପଡ଼ା ଗ୍ରାମବାସୀ । ସେମାନେ ନିଜ ଜିଦରେ ଅଡି ବସିଥିଲେ । ତେବେ ଖବର ପାଇ ଲମତାପୁଟ ବିଡ଼ିଓ ଉକ୍ତ ଗ୍ରାମକୁ ଯାଇ ଭୋଟ ଦେବାକୁ ହାତ ଯୋଡ଼ି ଗୁହାରି କରିବା ସହିତ ଲୋକଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ପ୍ରାୟ 3 ଘଣ୍ଟା ବିଳମ୍ବରେ ଭୋଟର ଭୋଟ ଦେଇଥିବା ଜଣାପଡ଼ିଛି । ଗୁନେଇପଡା ପଞ୍ଚାୟତ ଅନ୍ତର୍ଗତ ଆମ୍ବାପଡା ଗ୍ରାମରେ ଗମନାଗମନ, ପିଇବା ପାଣି ଓ ଶିକ୍ଷାର ସମସ୍ୟା ଲାଗି ରହିଛି ।

ମାଛକୁଣ୍ଡ ବଜାର ଉପରେ ଏହି ଗ୍ରାମର ସମସ୍ତ କାରବାର ନିର୍ଭର ହେଉଥିବାବେଳେ ପନିପରିବା ବ୍ୟବସାୟ ହେଉ କି ବ୍ୟାଙ୍କ କାରବାର, ହସ୍ପିଟାଲକୁ ଯିବାକୁ ହେଲେ ନଦୀ ଘାଟ ଦେଇ ମାଛକୁଣ୍ଡ ଯିବାକୁ ପଡୁଥିବା ଅଭିଯୋଗ ହୋଇଛି । ନଦୀ ପାର ହୋଇ ଯିବା ପାଇଁ 1 କିମି ବାଟ ଯିବାକୁ ପଡୁଥିବା ବେଳେ ମୁଖ୍ୟ ରାସ୍ତା ଦେଇ ଗଲେ 13 କିମି ଯିବାକୁ ପଡେ । ତେବେ ଦୀର୍ଘ ଦିନ ହେବ ଏଠାଟେ ଗୋଟିଏ ପୋଲ ନିର୍ମାଣ କରିବା ସହ ସ୍ଥାୟୀ ଡଙ୍ଗା ପ୍ରଦାନ କରିବାକୁ ଦାବି ହୋଇଥିଲା ।

ମାତ୍ର ଅନେକ ଦାବି ସତ୍ତ୍ବେ କୌଣସି ସୁଫଳ ନ ମିଳିବାରୁ ଭୋଟ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ । ତେବେ ବିଡ଼ିଓଙ୍କ ଲିଖିତ ପ୍ରତିଶ୍ରୁତି ଯଦି ପୂରଣ ହେବ ନାହିଁ ତେବେ ଆସନ୍ତା ସାଧାରଣ ନିର୍ବାଚନରେ ପୁଣି ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଭୋଟର ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.