ETV Bharat / state

ଲୁଟ ପରେ ଏଟିଏମ ପୋଡ଼ିଦେବା ଘଟଣା, ୨ ଅଭିଯୁକ୍ତ ଗିରଫ

author img

By

Published : Feb 27, 2023, 8:55 PM IST

କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ଏସବିଆଇ ଏଟିଏମରୁ ଲୁଟ କରି ନିଆଁ ଲଗାଇ ଦେବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଅଧିକ ପଢ଼ନ୍ତୁ

accused arrested involved in robbery case

ଲୁଟ ପରେ ଏଟିଏମ ପୋଡ଼ିଦେବା ଘଟଣା

କୋରାପୁଟ: ଏଟିଏମରୁ ଟଙ୍କା ନେଇ ନିଆଁ ଲଗାଇଦେବା ଘଟଣା । ଦୁଇ ଜଣଙ୍କୁ ଗିରଫ କଲା କୋରାପୁଟ ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଛତିଶଗଡ଼ ରାଜଧାନୀ ରାୟପୁରରୁ ଗିରଫ କରାଯାଇଛି । ଏହି ଘଟଣାରେ ଅନ୍ୟ ତିନି ଜଣ ଫେରାର ଥିବା କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ସୂଚନା ଦେଇଛନ୍ତି । ଗତ ୧୨ ତାରିଖରେ ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏସବିଆଇ ଏଟିଏମରୁ ଲୁଟ କରି କିଛି ଦୁର୍ବତ୍ତ ନିଆଁ ଲଗାଇଦେଇଥିଲେ ।

ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ନିଖିଲ କୁମାର ସିଂ ବିହାରର ଛାପରା ଜିଲ୍ଲା ଅନ୍ତର୍ଗତ ପିରାଡ଼ିହି ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ଫଜଲ ଖାନ ହରିଆନାର ମେୱାଟ ଜିଲ୍ଳା ଅନ୍ତର୍ଗତ ସିକରପୁର ଗ୍ରାମର ବାସିନ୍ଦା ବୋଲି ସୂଚନା ଦିଆଯାଇଛି । ସେମାନଙ୍କ ଠାରୁ ଦୁଇଟି ଦାମୀ କାର, କମ୍ପ୍ୟୁଟର, ଲାପଟପ ସହ 3800 ଟଙ୍କା ଜବତ କରିଛି ପୋଲିସ । ତେବେ ଲୁଟେରା ଗ୍ୟାଙ୍ଗର ଆଉ ତିନିଜଣ ସାଜିଦ ଖାନ, ମୁନ୍ନା ଖାନ ଓ ଆଜାଦ ଖାନ ବର୍ତ୍ତମାନ ସୁଦ୍ଧା ଧରାପଡ଼ିନାହିଁ । ଅନ୍ୟପଟେ ଏହି ଘଟଣାରେ ସ୍ଥାନୀୟ ଲୋକ ସାମିଲ ଥିବା ନେଇ ପୋଲିସ ସନ୍ଦେହ କରିଛି । ସେମାନଙ୍କୁ ମଧ୍ୟ ଖୋଜା ଚାଲିଥିବା କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ବିୟୋଗ, ସ୍ବର୍ଗଦ୍ବାରରେ ସରିଲା ଶେଷକୃତ୍ୟ

ସୂଚନା ଥାଉକି, ଗତ ଫେବୃଆରୀ ୧୨ ତାରିଖ ସକାଳ ଭୋର ୩ଟା ୩୦ରୁ ୪୫ ମଧ୍ୟରେ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏସବିଆଇ ଏଟିଏମରୁ ଚୋରି ହୋଇଥିବା ଜଣାପଡିଥିଲା । ଏଟିଏମରୁ ଟଙ୍କା ନେବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଏଟିଏମ ଜାଳି ଦେଇଥିଲେ ଦୁର୍ବୃତ୍ତ । ଖବରପାଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ପାଡୁଆ, ପୋଲିସ ଥାନାଧିକାରୀ ଶବ୍ୟସାଚୀ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବ୍ୟାଙ୍କରେ ସ୍ଥାପିତ ସିସିଟିଭିରେ ଦୁର୍ବୃତ୍ତ କିଭଳି ଏକ ଦାମୀ କାରରେ ବିଭିନ୍ନ ଯନ୍ତ୍ରାଂଶ ସହ ଆସି ଏଟିଏମରୁ ଚୋରି କରିବା ସହ ନିଆଁ ଲଗାଇ ଖସି ପଳାଇଛନ୍ତି ତାର ଭିଡିଓ ରେକର୍ଡ ହୋଇଛି । ଏଟିଏମରେ ପ୍ରାୟ ୩୦ ଲକ୍ଷ ଟଙ୍କା ଥିବା କୁହାଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.