ETV Bharat / state

ଜୟପୁର ଏୟାରଷ୍ଟ୍ରିପରେ ଉଡାଣ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ଟିମ୍

author img

By

Published : Apr 5, 2022, 8:15 PM IST

DGCAର ଅନୁମତି ପୂର୍ବରୁ ଜୟପୁର ଏୟାରଷ୍ଟ୍ରିପରେ ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରି ବିଶେଷଜ୍ଞ ଦଳ ଫେରିବା ପରେ ଆଜି(ମଙ୍ଗଳବାର) ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ 6 ଜଣିଆ ଟିମ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ଜୟପୁର ଏୟାରଷ୍ଟ୍ରିପରେ ଉଡାଣ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ଟିମ୍
ଜୟପୁର ଏୟାରଷ୍ଟ୍ରିପରେ ଉଡାଣ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ଟିମ୍

କୋରାପୁଟ: DGCA ର ଅନୁମତି ପୂର୍ବରୁ ଜୟପୁର ଏୟାରଷ୍ଟ୍ରିପରେ ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରି ବିଶେଷଜ୍ଞ ଦଳ ଫେରିବା ପରେ ଆଜି(ମଙ୍ଗଳବାର) ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ 6 ଜଣିଆ ଟିମ ପରିଦର୍ଶନ କରିଛନ୍ତି । ଓଆଇଏସଏଫ କମାଣ୍ଡାଣ୍ଟ ବି.ଏନ ମହାପାତ୍ର, ଭୁବନେଶ୍ୱର ଏୟାରପୋର୍ଟ ଚିଫ ସିକ୍ୟୁରିଟି ଅଫିସର ସରୋଜ ସାହୁ ଓ ଏମଏଚଏର ଯୁଗ୍ମ ନିର୍ଦ୍ଦେଶକ ଜେ.ଆର ଆଚାର୍ଯ୍ୟ ଏକ 9 ସିଟ ବିଶିଷ୍ଟ ବିମାନ ଉଡାଣ ପୂର୍ବରୁ ଭିତ୍ତିଭୂମି ନେଇ ସମୀକ୍ଷା କରିଛନ୍ତି ।

କୋଡ୍ ବି ଏୟାରକ୍ରାଫ୍ଟ ଚଳାଚଳ ପାଇଁ ସମସ୍ୟା ନଥିବାବେଳେ ୯ ସିଟ୍ ବିଶିଷ୍ଟ ବିମାନ ଚଳାଚଳ ଲାଗି ଇଣ୍ଡିଆ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରାଯାଇଛି । ବିମାନ ଚଳାଚଳ ପାଇଁ ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଉପଲବ୍ଧ ରହିଛି । କିଛିଦିନ ପୂର୍ବରୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଆସିଥିବା ବିଶେଷଜ୍ଞ ଦଳ ପରିଦର୍ଶନ କରି ଫେରିବା ପରେ ଏହି ଟିମ ଗସ୍ତ କରିଛନ୍ତି । ବର୍ତ୍ତମାନର ଭିଭିଭୂମି ଅନୁଯାୟୀ ଏଠାରୁ ସି-206 ଇଏକ୍ସ(9 ସିଟର), ଏମ୍-28(19 ସିଟ୍‌ ଏବଂ ବି-19୦୦-ଡି(19 ସିଟର) ବିଶିଷ୍ଟ ବିମାନ ଉଡିପାରିବ । ଏକ 9 ସିଟ୍ କ୍ଷମତା ସମ୍ପନ୍ନ ବିମାନ ଚଳାଚଳ ଲାଗି ଇଣ୍ଡିଆ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରାଯାଇଛି ।

ଖୁବଶୀଘ୍ର ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ DGCA ଓ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି ଟିମର ଯାଞ୍ଚ ଓ ଅନୁମତି ପରେ ଚଳିତ ମାସ ଶେଷ ସୁଦ୍ଧା ବିମାନ ଚଳାଚଳ ଆରମ୍ଭ ହେବା ନେଇ ସୂଚନା ମିଲିଛି । ପୂର୍ବରୁ ରନ୍‌ୱେର ଲମ୍ବ ୯୦୦ ମିଟର ଏବଂ ଓସାର ୧୫ ମିଟର ଥିଲା । ପରେ ଲମ୍ବ ୯୦୦ ମିଟରରୁ ୧ ହଜାର ୨୦୦ ମିଟରକୁ ସମ୍ପ୍ରସାରିତ କରିବା ଏବଂ ପ୍ରସ୍ଥ ୨୩ ମିଟରରୁ ୩୦ ମିଟର କରିବାକୁ DGCA ପରାମର୍ଶ ଦେଇଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.