ETV Bharat / state

ରାଜ୍ୟ ସରକାରଙ୍କ ମୃତ୍ୟୁ ଶୂନ୍ୟ ସପ୍ତାହ ଏକ ପ୍ରହସନ: ବିଜେପି

author img

By ETV Bharat Odisha Team

Published : Dec 1, 2023, 7:51 PM IST

ଡିସେମ୍ବର ମାସର ପ୍ରଥମ ସପ୍ତାହକୁ “ଜିରୋ ଫାର୍ଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ” ଭାବେ ପାଳନ କରାଯାଉଛି । କିନ୍ତୁ ପ୍ରଥମ ଦିନରେ ହିଁ ରାଜ୍ୟରେ ତିନି ତିନୋଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି । ପ୍ରଥମ ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ଘଟଗାଁରେ ହୋଇଥିଲା ଓ ସେଠାରେ ୮ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟଟି ସମ୍ବଲପୁର ଜିଲ୍ଲା ଜମନକିରା ଅନ୍ତର୍ଗତ ଚିନିମହୁଲଠାରେ ହୋଇଥିଲା । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ମୃତ୍ୟୁ ଶୂନ୍ୟ ସପ୍ତାହ ଏକ ପ୍ରହତ୍ସନ: ବିଜେପି
ରାଜ୍ୟ ସରକାରଙ୍କ ମୃତ୍ୟୁ ଶୂନ୍ୟ ସପ୍ତାହ ଏକ ପ୍ରହତ୍ସନ: ବିଜେପି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ “ମୃତ୍ୟୁ ଶୂନ୍ୟ ସପ୍ତାହ” ଏକ ପ୍ରହତ୍ସନ । ଜିରୋ ଫାର୍ଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନର ପ୍ରଥମ ଦିନରେ ତିନି ତିନୋଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି ରାଜ୍ୟରେ । ଆକ୍ସିଡେଣ୍ଟାଲ ଇମିଡିଏଟ ରେସପନ୍ସ ପାଇଁ ରାଜ୍ୟ ସରକାର କୌଣସି ଯୋଜନା କରିନାହାନ୍ତି । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ପ୍ରତିଟି ବ୍ୟକ୍ତି ପାଇଁ କ୍ଷତିପୂରଣ ବାବଦରେ ତୁରନ୍ତ ୧୦ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ରାଜ୍ୟ ସରକାର । ଆଜି ଏଭଳି ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଡିସେମ୍ବର ମାସର ପ୍ରଥମ ସପ୍ତାହକୁ “ଜିରୋ ଫାର୍ଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ” ଭାବେ ପାଳନ କରାଯାଉଛି । କିନ୍ତୁ ପ୍ରଥମ ଦିନରେ ହିଁ ରାଜ୍ୟରେ ତିନି ତିନୋଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି । ପ୍ରଥମ ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ଘଟଗାଁରେ ହୋଇଥିଲା ଓ ସେଠାରେ ୮ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟଟି ସମ୍ବଲପୁର ଜିଲ୍ଲା ଜମନକିରା ଅନ୍ତର୍ଗତ ଚିନିମହୁଲ ଠାରେ ହୋଇଥିଲା । ସେଠାରେ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଭଦ୍ରକ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ରାଜ୍ୟ ବିଜେପି ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ସଭାପତି ମନମୋହନ ସାମଲ ।

ଅଧିକ ପଢନ୍ତୁ- ଆଗାମୀ 2024 ନିର୍ବାଚନରେ ହେବ ବିସ୍ପୋରଣ: ମନ ମୋହନ ସାମଲ

ମନମୋହନ କହିଛନ୍ତି ୨୩ ବର୍ଷ ନବୀନ ଶାସନରେ ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି । ଗତବର୍ଷର ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଗତ ୫ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି । ସଡକ ଦୁର୍ଘଟଣାରେ ୨୦୨୨ରେ ୫ହଜାର ୪୬୭ଜଣ ମୃତ୍ୟୁ ହୋଇଥିବାବେଳେ ୧୧୬୬୩ ଆହତ ହୋଇଛନ୍ତି । ଗତ ୫ବର୍ଷରେ ମୋଟ ୫୪୭୯୦ ଟି ସଡକ ଦୁର୍ଘଟଣା ହୋଇଛି ସେଥିରୁ ୨୫,୯୩୪ଜଣ ମୃତ୍ୟୁବରଣ କରିଥିବାବେଳେ ୫୧,୮୭୩ ଆହତ ହୋଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ସଡକ ସଚେତନତା ବାବଦକୁ ୫ବର୍ଷରେ ୭୯କୋଟି ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହୁଛନ୍ତି । ଯଦି ରାଜ୍ୟ ସରକାର ସଡକ ଦୁର୍ଘଟଣା ପାଇଁ ଏତେ ଚିନ୍ତିତ ତାହାଲେ ରାଜ୍ୟରେ ଏତେ ପରିମାଣରେ ଦୁର୍ଘଟଣା କିପରି ବଢ଼ୁଛି ତାହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।

ନବୀନ ସରକାରରେ ମାଳମାଳ ଯୋଜନା, ଯାହାକି କେବଳ କାଗଜ କଲମରେ ସୀମିତ । କିନ୍ତୁ ତାହା ‘ଗ୍ରାଉଣ୍ଡ’ରେ କାର୍ଯ୍ୟକାରୀ ହେଉନାହିଁ । “ଆକ୍ସିଡେଣ୍ଟାଲ ଇମିଡିଏଟ ରେସପନ୍ସ” ପାଇଁ ରାଜ୍ୟ ସରକାର କୌଣସି ଯୋଜନା କରିନାହାନ୍ତି । ଦୁର୍ଘଟଣାର ଘଣ୍ଟାଏ ପରେ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚୁଛି । ତତ୍କାଳ ଚିକିତ୍ସା ପାଇଁ କୌଣସି ନିର୍ଦ୍ଧିଷ୍ଟ ନୀତିନିୟମ ନାହିଁ । ରାଜ୍ୟ ସରକାରଙ୍କ “ମୃତ୍ୟୁ ଶୂନ୍ୟ ସପ୍ତାହ” ଆଜି ଏକ ପ୍ରହତ୍ସନରେ ପରିଣତ ହୋଇଥିବା ଏହା ଦୁର୍ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ପ୍ରତିଟି ବ୍ୟକ୍ତି ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ରାଜ୍ୟ ସରକାର ବୋଲି ରାଜ୍ୟ ସଭାପତି ଦାବୀ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.