ETV Bharat / state

ଘରୋଇ ହସ୍ପିଟାଲ ବିସ୍ଫୋରଣ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କଲା କଂଗ୍ରେସ

author img

By ETV Bharat Odisha Team

Published : Jan 8, 2024, 7:12 PM IST

Private Hospital explosion: ଘରୋଇ ହସ୍ପିଟାଲ ବିସ୍ଫୋରଣ ମାମଲାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ଼ କଲା କଂଗ୍ରେସ । ତୁରନ୍ତ ହସ୍ପିଟାଲ ମାଲିକଙ୍କ ଗିରଫ ଦାବି କଲେ ଛାତ୍ର ଓ ଯୁବ କଂଗ୍ରେସ । ଅଧିକ ପଢ଼ନ୍ତୁ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ । ଛାତ୍ର ଏବଂ ଯୁବ କଂଗ୍ରେସ ପକ୍ଷରୁ ଆଜି ୟୁନିଟ ୬ ସ୍ଥିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ଼ କରିଛନ୍ତି । ଘରୋଇ ହସ୍ପିଟାଲରେ ବିସ୍ପୋରଣରେ 3 ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ଅଣ୍ଡାମାଡ଼ କରିଛନ୍ତି ଯୁବ ଏବଂ ଛାତ୍ର କଂଗ୍ରେସ କର୍ମୀ ।

ସେପଟେ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଛନ୍ତି, "ଏହା ରାଜ୍ୟର ଏକ ସମ୍ବେଦନଶୀଳ ଘଟଣା । ହାଇଟେକ୍‌ ହସ୍ପିଟାଲର ଭୁଲ ତଥ୍ୟ ଏବଂ ଚିକିତ୍ସା ପାଇଁ 3 ଜଣଙ୍କ ସହ ଗୋଟିଏ ଗର୍ଭବତୀ ମହିଳାଙ୍କର ମଧ୍ୟ ଜୀବନ ଯାଇଛି । କିନ୍ତୁ ସରକାର ଚୁପ । ଯେତେବେଳେ ସମ୍‌ ହସ୍ପିଟାଲ ଅଘଟଣ ଘଟିଥିଲା, ସେତେବେଳେ ହସ୍ପିଟାଲର ମାଲିକ ଗିରଫ ହୋଇଥିଲେ ।" ତେବେ ହସ୍ପିଟାଲ ମାଲିକଙ୍କୁ ପୋଲିସ କାହିଁକି ଗିରଫ କରିନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା । ସେ ବିଜେଡିର ନେତା ହୋଇଥିବାରୁ ତଙ୍କ ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ରଣଜିତ କହିଛନ୍ତି, "ରାଜ୍ୟରେ ବିଜେଡି ନେତାଙ୍କ ପାଇଁ ଗୋଟିଏ ଆଇନ ଏବଂ ରାଜ୍ୟବାସୀଙ୍କ ପାଇଁ ଭିନ୍ନ ଆଇନ ଚାଲିଛି ।" ଯଦି ଆଗାମୀ ଦିନରେ ଏହି ଘରୋଇ ହସ୍ପିଟାଲ ମାଲିକଙ୍କୁ ଗିରଫ କରାନଯାଏ, ତେବେ ଯୁବ ଏବଂ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଓ କରିବେ ବୋଲି ଚେତାବନୀ ଦେଇଛି କଂଗ୍ରେସ । ସେହିଭଳି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ କହିଛନ୍ତି କି, "ପ୍ରଥମ ହାଇଟେକ୍‌ ମେଡିକାଲ କଲେଜର ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରନ୍ତୁ ସରକାର, ତା ପରେ ତଦନ୍ତ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା, ମାମଲା ରୁଜୁ କଲା ମଞ୍ଚେଶ୍ବର ଥାନା ପୋଲିସ

ତେବେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡାମାଡ କରି ଛାତ୍ର ଏବଂ ଯୁବ କଂଗ୍ରେସର କର୍ମୀ ବିକ୍ଷୋଭ ପଦର୍ଶନ କରିଥିଲେ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ । ପରେ ତାଙ୍କୁ ପୋଲିସ ଏକ ଭ୍ୟାନ ଯୋଗେ ଉଠାଇ ନେଇ ପରେ ଛାଡି ଦେଇଛି । କିଛିଦିନ ତଳେ ଭୁବନେଶ୍ବରର ଏହି ଘରୋଇ ମେଡିକାଲ କଲେଜରେ ଏସି ଗ୍ୟାସ ଟାଙ୍କି ଲିକ୍‌ ହୋଇ ଘଟିଥିବା ଅଗ୍ନିକାଣ୍ଡ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ 3 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ବିବାଦ ଲାଗିରହିଛି । ରାଜ୍ୟ ସରକାର ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.