ETV Bharat / state

ପଶ୍ଚିମା ଝଡ଼ ପ୍ରଭାବ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

author img

By

Published : Apr 4, 2023, 8:04 PM IST

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଜାରି । ଆସନ୍ତା ୨୪ ଘଣ୍ଟାରେ ଆହୁର ବର୍ଷିବ । ଅଧିକ ପଢ଼ନ୍ତୁ

Weather update
ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା

ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡିକରେ ଶୁଖିଲା ପାଗ ରହିବ । ଏହାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ଜାରି କରାଯାଇନାହିଁ । ଏଥିସହ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ଆକଳନ କରାଯାଇଛି ।

କାଳବୈଶାଖୀ ଜନିତ ବର୍ଷା ସମ୍ଭାବନାକୁ ନେଇ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ସୁନ୍ଦରଗଡ଼ , ଅନୁଗୁଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କଟକ, ବୌଦ୍ଧ, ଝରସୁଗୁଡା, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହେବ ବୋଲି ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ପାଣିପାଗର ସେଭଳି କୌଣସି ନିୟାମକ ନଥିବାରୁ ଏହାକୁ ନେଇ ଆଗକୁ ଖରା ବଢିବାର ସମ୍ଭାବନା ରହିଛି । ଆଜିଠୁ ୪ ଦିନ ଧରି ରାଜ୍ୟର ତାପମାତ୍ରା ବୃଦ୍ଧି ପାଇବ । ସ୍ୱାଭାବିକ ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏନେଇ ସଞ୍ଜୀବ ଦ୍ବୀବେଦୀ କହିଛନ୍ତି, "ଆସନ୍ତାକାଲି ଉପକୂଳ ଓଡ଼ିଶାର ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଅନ୍ୟ ଜିଲ୍ଲାଗୁଡ଼ିକରେ ଶୁଖିଲା ପାଗ ରହିବ । ସେହିପରି ୬ ତାରିଖ ଦିନ ମଧ୍ୟ ଅଧିକାଂଶ ଜିଲ୍ଲାରେ ଶୁଖିଲା ପାଗ ରହିବ । ଉପକୂଳ ଓଡ଼ିଶାର କେତୋଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ହେବା ସହ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ୬ ତାରିଖ ପରଠାରୁ ପୁଣି ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।"


ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶା କେନ୍ଦ୍ରାପଡ଼ା ଓ ପଶ୍ଚିମ ଓଡ଼ିଶା ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଅନ୍ୟ ଜିଲ୍ଲାଗୁଡିକରେ ଶୁଖିଲା ପାଗ ରହିଥିଲା । ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେଉଥିବା ବେଳେ କେନ୍ଦ୍ରାପଡ଼ାରେ ସର୍ବାଧିକ ବର୍ଷା ୨୫ ମିମି ରେକର୍ଡ କରାଯାଇଛି । ସେହିପରି ଶୁଖିଲା ପାଗ ରହିଥିବା ଜିଲ୍ଲାରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୮.୦୦ ଡିଗ୍ରୀ ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକଠାରୁ ୩ରୁ ୪ ଡ଼ିଗ୍ରୀ କମ୍‌ ତାପମାତ୍ରା ରେକର୍ଡ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.