ETV Bharat / state

ଧନ୍ଦାମୂଳକ ଶିକ୍ଷକଙ୍କ ପୂରଣ ହେଉନି ଦାବି, ଦଶମ ପରୀକ୍ଷା ଓ ଖାତାଦେଖା ବର୍ଜନ କରିବାକୁ ଚେତାବନୀ

author img

By

Published : Mar 12, 2023, 9:42 PM IST

ଚାକିରି ସୁରକ୍ଷା ଦାବିରେ ୨ ହଜାର ଧନ୍ଦାମୂଳକ ଶିକ୍ଷକଙ୍କ ଧାରଣା । ଦଶମ ପରୀକ୍ଷାଠାରୁ ଆରମ୍ଭ କରି ଖାତା ଦେଖିବା ବର୍ଜନର ଚେତାବନୀ । ଅଧିକ ପଢ଼ନ୍ତୁ

ଚାକିରି ସୁରକ୍ଷା ଦାବିରେ ୨ ହଜାର ଧନ୍ଦାମୂଳକ ଶିକ୍ଷକଙ୍କ ଧାରଣା
ଚାକିରି ସୁରକ୍ଷା ଦାବିରେ ୨ ହଜାର ଧନ୍ଦାମୂଳକ ଶିକ୍ଷକଙ୍କ ଧାରଣା

ଚାକିରି ସୁରକ୍ଷା ଦାବିରେ ୨ ହଜାର ଧନ୍ଦାମୂଳକ ଶିକ୍ଷକଙ୍କ ଧାରଣା

ଭୁବନେଶ୍ବର: ମ୍ୟାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଧାରଣାରେ ବସିଲେ ଶିକ୍ଷକ । ଦଶମ ପରୀକ୍ଷା ବର୍ଜନ କରିଛନ୍ତି ଧନ୍ଦାମୂଳକ ଶିକ୍ଷକ । ସମାନ କାମକୁ ସମାନ ଦରମା ଓ ଚାକିରିର ସୁରକ୍ଷା ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି ଧନ୍ଦାମୂଳକ ଶିକ୍ଷକ ସଂଘ । ରାଜ୍ୟରେ ପାଖାପାଖି ୨୧ଶହ ୨୨ଜଣ ଧନ୍ଦାମୂଳକ ଶିକ୍ଷକ ରହିଛନ୍ତି । ଏହି ଧନ୍ଦାମୂଳକ ଶିକ୍ଷକମାନେ ପାଖାପାଖି ୧ ହଜାରରୁ ଊର୍ଦ୍ଧ୍ବ ୫-ଟି ସ୍କୁଲରେ ନିଯୁକ୍ତି ପାଇଛନ୍ତି । ଏକ ଘରୋଇ କମ୍ପାନୀ ଦ୍ଵାରା ଏମାନେ ସମସ୍ତେ ପରିଚାଳିତ ହେଉଛନ୍ତି ।

ବିଭିନ୍ନ ସମୟରେ ଭିନ୍ନଭିନ୍ନ ସମସ୍ୟା ରହିଥିବାରୁ ସଂଘ ପକ୍ଷରୁ ଲୋୟର ପିଏମଜି ଠାରେ ୪ ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି ଧନ୍ଦାମୂଳକ ଶିକ୍ଷକ ଓ ଶିକ୍ଷୟିତ୍ରୀ । ରାଜ୍ୟରେ ୨୦୧୬ରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇଥିଲା। ବର୍ତ୍ତମାନ ୭ ବର୍ଷ ଅତିକ୍ରାନ୍ତ ହୋଇଛି ଏହି ଧନ୍ଦାମୂଳକ ଶିକ୍ଷା । ଏହାରି ମଧ୍ୟ ଅନେକ ସମସ୍ୟ ଦେଇ ଗତି କରୁଛନ୍ତି ଏହି ଶିକ୍ଷକମାନେ। କାର୍ଯ୍ୟରତ ୨୧୨୨ ଧନ୍ଦାମୂଳକ ଶିକ୍ଷକଙ୍କ ଦାବି ଗୁଡ଼ିକ ହେଲା, ସ୍ଥାୟୀ ନିଯୁକ୍ତି ସର୍ତ୍ତାବଳି ପ୍ରଣୟନ ଓ ପୂର୍ବ ଶିକ୍ଷକତା ମାନ୍ୟତା ଦାବି । ଏହାସହ ସମାନ କାମକୁ ସମାନ ଦରମା ଓ ଜୀବନ ବୀମା। ଦାବି ପୂରଣ ନହେଲେ ଦଶମ ପରୀକ୍ଷାଠାରୁ ଆରମ୍ଭ କରି ଖାତା ଦେଖିବା ବର୍ଜନର ଚେତାବନୀ ଦେଇଛି ସଂଘ । ତେବେ ଦାବିକୁ ନେଇ ସଂଘ ବିଭିନ୍ନ ସମୟରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଧନ୍ଦାମୂଳକ ଶିକ୍ଷକ ସଂଘ ସଭାପତି ।

ଧନ୍ଦାମୂଳକ ଶିକ୍ଷକ ସଂଘର ସଭାପତି ସୁନୀଲ ଦେବତା କହିଛନ୍ତି, "ସରକାରଙ୍କର ଯେଉଁ ୫ ଟି ସ୍କୁଲ ଗୁଡ଼ିକ ରହିଛି ସେଥିରେ ଧନ୍ଦାମୂଳକ ପ୍ରଶିକ୍ଷକ ଭାବରେ ନିଯୁକ୍ତି ପାଇଛନ୍ତି ।" ଦୀର୍ଘ ଦିନ ହେଲା ୫ଟି ସ୍କୁଲରେ ଚାକିରି କରି ଆସୁଥିଲେ ମଧ୍ୟ ସୁରକ୍ଷିତ ନାହିଁ ଚାକିରି । ଯାହାକୁ ନେଇ ଅନେକ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ପ୍ରତିବାଦ କରିବା ସହ ଧାରଣା ମଧ୍ୟ ଦେଇଛନ୍ତି । ଏହାସହ ସରକାରଙ୍କୁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଅନ୍ୟପଟେ ଗଜପତିରୁ ଆସିଥିବା ଜଣେ ଶିକ୍ଷୟିତ୍ରୀ ମଧୁମିତା କହିଛନ୍ତି,"ଠିକ ସମୟରେ ଦରମା ମିଳୁ ନାହିଁ । ତେଣୁ ସବୁ ସମସ୍ୟାକୁ ନେଇ ଧାରଣା ଦେଇଛି ସଂଘ । ଏହାସହ ଦଶମ ଶ୍ରେଣୀର ପରୀକ୍ଷା ପରିଚାଳନା ବର୍ଜନ କରୁଛନ୍ତି ।" ଆଗକୁ ମଧ୍ୟ ଦଶମ ପରୀକ୍ଷାର ଖାତା ଦେଖାରେ ସହଯୋଗ କରିବେନି ବୋଲି କହିଛନ୍ତି ସଂଘ ସଦସ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.