ETV Bharat / state

ଏପ୍ରିଲରୁ ରାଜ୍ୟର ୩୧୭ ତହସିଲରେ ହେବ ଭର୍ଚୁଆଲ କୋର୍ଟ

author img

By

Published : Mar 10, 2023, 8:56 AM IST

ଏପ୍ରିଲରୁ ରାଜ୍ୟର ସବୁ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

ତହସିଲରେ ହେବ ଭର୍ଚୁଆଲ କୋର୍ଟ
ତହସିଲରେ ହେବ ଭର୍ଚୁଆଲ କୋର୍ଟ

୩୧୭ ତହସିଲରେ ହେବ ଭର୍ଚୁଆଲ କୋର୍ଟ

ଭୁବନେଶ୍ବର: ଆସନ୍ତା ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ । ଆଭାସି ମାଧ୍ୟମରେ ଜମିଜମା ସମ୍ପର୍କିତ ମାମଲାର ହେବ ଫଇସଲା । ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଭର୍ଚୁଆଲ କୋର୍ଟ ଆରମ୍ଭ ହୋଇଥିବା ବେଳେ ୩,୦୦୦ ମାମଲାର ସମାଧାନ ହୋଇଛି । ଏନେଇ ଗୁରୁବାର ରାଜସ୍ବ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି । ବିଭାଗର କାର୍ଯ୍ୟକ୍ରମ ବାବଦରେ ସଚେତନତା ପାଇଁ ଗାଁ ଗାଁରେ ରାଜସ୍ବ ମେଳାର ଆୟୋଜନ କରାଯିବ । OPSC ଜରିଆରେ ଚଳିତ ବର୍ଷ ୫୪୫ OAS ଓ ORS ପଦବୀ ପୂରଣ ହେବ ।

ସେହିପରି ରାଜସ୍ବ ବିଭାଗର କର୍ମଚାରୀ ଅଭାବ ଦୂର ପାଇଁ ୫୦୦୦ ନୂଆ ନିଯୁକ୍ତି କରାଯିବ । RI, ARI ଭଳି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ରାଜସ୍ବ ବିଭାଗ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ଵ ଦେଉଛି । ଚଳିତ ବର୍ଷ ୪୩୧ଟି RI ଅଫିସ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ସବ୍ ରେଜିଷ୍ଟ୍ରାର ଅଫିସରେ ଦୁର୍ନୀତି ରୋକିବାକୁ ସ୍ମାର୍ଟ ସର୍ଭିଲାନସ ବ୍ୟବସ୍ଥା କରାଯାଉଛି । ଅଡିଓ ଭିଜୁଆଲ ବ୍ୟବସ୍ଥା ରହିବ । ଏହାସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯିବ । ଜମି ଚିହ୍ନଟ ଅସଙ୍ଗତି ଦୂର କରିବାକୁ ହାଇଟେକ୍ ସର୍ଭେ କରାଯିବ । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଉପରେ ରାଜସ୍ବ ବିଭାଗ ଗୁରୁତ୍ଵ ଦେଇଛି । ହସ୍ପିଟାଲରେ ନିରବିଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ପ୍ରତି ଜିଲ୍ଲା ହସ୍ପିଟାଲରେ ଅଣ୍ଡର କେବଲିଂ ବ୍ୟବସ୍ଥା କରାଯିବ ।

ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକରଣରେ ୨୦ଟି ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ କେନ୍ଦ୍ର ସରକାର ସମ୍ମାନିତ କରିବେ । ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ପାଇ ୫୪ଟି ସେବାରେ ସମୟ ଅବଧି ହ୍ରାସ କରାଯାଇଛି । ମ୍ୟୁଟେଶନ, ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଭଳି ୫୪ଟି ସେବାର ସମୟ ଅବଧି ହ୍ରାସ କରାଯାଇଛି । ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ସୁବାସ ଚନ୍ଦ୍ର ଆପଦା ସମ୍ମାନରେ ସମ୍ମାନିତ କରାଯିବ । ଆଜି ପ୍ରଧାନମନ୍ତ୍ରୀ ଏହି ପୁରସ୍କୃତ କରିବେ ।

ଗୋଷ୍ଠୀସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତିକୁ ମଜବୁତ କରିବା ଲାଗି ଗ୍ରାମ୍ୟ ଓ ଆଶ୍ରୟସ୍ଥଳୀ ସ୍ତରରେ ୪୦,୦୦୦ରୁ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦିଆଯାଇଛି । ସରକାର ନିର୍ବାଚିତ ପ୍ରତିନିଧି, ପୌରସଂସ୍ଥା, ମହିଳା ଏସଏସଜି, ଆଶା, ଅଙ୍ଗନବାଡି କର୍ମୀ ବନ ସୁରକ୍ଷା ସମିତି ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.