ETV Bharat / state

ଏମ୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ, ଖୁବଶୀଘ୍ର ଆରମ୍ଭ ହେବ ଯକୃତ ପ୍ରତିରୋପଣ କେନ୍ଦ୍ର

author img

By ETV Bharat Odisha Team

Published : Oct 15, 2023, 7:29 AM IST

ଏମ୍ସ ଭୁବନେଶ୍ବର ପରିଦର୍ଶନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ । ବାହାନଗା ରେଳ ଦୁର୍ଘଟଣାରେ ମୃତଦେହ ପରିଚାଳନା ପାଇଁ ଉଚ୍ଚ ପ୍ରଶଂସା କଲେ । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଗସ୍ତ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଗସ୍ତ


ଭୁବନେଶ୍ୱର: ଏମ୍ସରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ । ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ ଦୁଇ ଦିନିଆ ଭୁବନେଶ୍ବର ଏମ୍ସ ପରିଦର୍ଶନ କରି ଏଠାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା, ଗବେଷଣା, ମେଡିକାଲ୍‌ ଶିକ୍ଷା ଏବଂ ସ୍ବଚ୍ଛତା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ ପାଇଁ ଏହାକୁ ପ୍ରଶଂସା କରିଛନ୍ତି । ନିଜର ଗସ୍ତ ସମୟରେ ସେ ହସ୍ପିଟାଲରେ ରୋଗୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ମୃତଦେହ ପରିଚାଳନା କ୍ଷେତ୍ରରେ ଏମ୍ସର ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ତେବେ ଖୁବଶୀଘ୍ର ଏମ୍ସରେ ଯକୃତ (ଲିଭର) ପ୍ରତିରୋପଣ ସେବା ଆରମ୍ଭ ହେବାକୁ ଯାଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଗସ୍ତ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଗସ୍ତ

ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ପାଲଟିଛି ଏମ୍ସ ଭୁବନେଶ୍ବର । ମେଡିକାଲ୍‌ ଶିକ୍ଷା ହେଉ ଅବା ଗବେଷଣା, ସ୍ବଚ୍ଛତା, ସମସ୍ତ କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରୁଛି ଏହି ଜାତୀୟ ପ୍ରତିଷ୍ଠାନ (ଏମ୍ସ) । ଚିକିତ୍ସା ସେବା ପାଇବା ପାଇଁ ଏଠାରେ ହେଉଥିବା ଭିଡ଼ ହିଁ ଏମ୍ସ ଭୁବନେଶ୍ବର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ ପ୍ରମାଣିତ କରୁଥିବା ମତପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ । ଏମ୍ସକୁ ଦୁଇ ଦିନିଆ ଗସ୍ତ ଅବସରରେ ଯୁଗ୍ମ ସଚିବ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଗସ୍ତ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଗସ୍ତ

ଏହାମଧ୍ୟ ପଢନ୍ତୁ: Bahanaga Train Tragedy: ଅଚିହ୍ନା ମୃତକଙ୍କ ଅନ୍ତିମ ସଂସ୍କାର, 128 ଦିନ ପରେ ଜଳିଲା 28 ମୃତଦେହ

ଏହି ଅବସରରେ ଯୁଗ୍ମ ସଚିବ ହସ୍ପିଟାଲରେ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର, ସିଏସ୍‌ଏସ୍‌ଡି, ଏମ୍‌ଆରଡି, ପେଟ୍‌-ସିଟି, ରେଡିଏସନ୍ ଅଙ୍କୋଲୋଜି ପରିଦର୍ଶନ କରିଛନ୍ତି । ଏମ୍ସରେ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ନେଇ ପ୍ରଶଂସା କରିଛନ୍ତି ଆରାଧନା ପଟ୍ଟନାୟକ । ସେହିପରି କ୍ରମାଗତ ଭାବେ ସମ୍ମାନଜନକ ଏନ୍‌ଆଇଆରଏଫ୍‌ ଏବଂ ଇଣ୍ଡିଆ ଟୁଡେ ତାଲିକାରେ ଉଚ୍ଚ ସ୍ଥାନ ଅଧିକାର କରି ଚାଲିଥିବାରୁ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବଙ୍କୁ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ହସ୍ପିଟାଲରେ ଜାରି ରହିଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରକଳ୍ପ ଏବଂ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଛନ୍ତି । ଏଥିସହ ଏମ୍ସରେ ଯକୃତ (ଲିଭର) ପ୍ରତିରୋପଣ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଗସ୍ତ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଗସ୍ତ

ଏହି ଗସ୍ତ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଓପିଡି କାଉଣ୍ଟରରୁ ତାଙ୍କର ଆଭା ନମ୍ବର କରିବା ସହିତ ଡିଜିଟାଲ ଇଣ୍ଡିଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ରହିଥିବା ଭିଜନ୍‌କୁ ଏମ୍ସ ସଫଳତାର ସହିତ ଅନୁପାଳନ କରୁଥିବା କହିଛନ୍ତି । ବାହାନଗା ରେଳ ଦୁର୍ଘଟଣାର ମୃତଦେହ ପରିଚାଳନାରେ ଏମ୍ସ ଭୁବନେଶ୍ବରର ସଫଳ ପରିଚାଳନା ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏମ୍ସ ଭୁବନେଶ୍ବର ଅନୁସନ୍ଧାନ ଏବଂ ରୋଗୀ ସେବା ଉପରେ ଧ୍ୟାନ ଦେଇ ଅନେକ ଜାତୀୟ ପ୍ରତିଷ୍ଠାନ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି । ସେହିଭଳି, ଏହି ଜାତୀୟ ଅନୁଷ୍ଠାନ ସଫଳତାର ସହିତ ବାହାନଗା ରେଳ ଦୁର୍ଘଟଣାର ୧୬୨ ପାର୍ଥିବ ଶରୀରକୁ ସଂରକ୍ଷଣ କରିବା ଏବଂ ପରିଚାଳନା କରିବାର ସଫଳତା ବହନ କରୁଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.