ETV Bharat / state

World Childrens day: ବସ୍ତିର ବଞ୍ଚିତ ପିଲାଙ୍କ ମୁହଁରେ ଖୁସିଆଣିଲା UNICEF

author img

By

Published : Nov 20, 2022, 9:48 PM IST

Updated : Nov 20, 2022, 9:56 PM IST

ବିଶ୍ବ ଶିଶୁ ଦିବସ ଅବସରରେ ବସ୍ତି ପିଲାଙ୍କ ପାଇଁ ୟୁନିସେଫର ନିଆରା ଆୟୋଜନ । ଅଧିକ ପଢନ୍ତୁ

World Childrens day: ବସ୍ତି ପିଲାଙ୍କ ମୁହଁରେ ହସ ଫୁଟାଇଲା UNICEF
World Childrens day: ବସ୍ତି ପିଲାଙ୍କ ମୁହଁରେ ହସ ଫୁଟାଇଲା UNICEF

ଭୁୁବନେଶ୍ବର: ବିଶ୍ବ ଶିଶୁ ଦିବସ ଅବସରରେ(World Childrens day) ୟୁନିସେଫ ସହିତ ପ୍ରୋସୋସିଓର(କ୍ରୀଡା ଏବଂ ଖେଳ ଫେରେଡେଶନ) ମିଳିତି ଆନୁକୂଲ୍ୟରେ ଭୁବନେଶ୍ବରରେ ଆଜି (ରବିବାର) ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପିଲା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ପ୍ରତ୍ୟେକ ବାଳକ ବାଳିକା କିପରି କ୍ରୀଡାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ତାହା ଏହି ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ ଥିବା କୁହାଯାଇଛି । ୧୯୫୯ ମସିହାରେ ମିଳିତ ଜାତିସଙ୍ଘ ସାଧାରଣ ସଭା ଦ୍ବାରା ଗ୍ରହଣ କରାଯାଇଥିବା ଶିଶୁ ଅଧିକାରକୁ ଘୋଷଣା କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୦ ତାରିଖରେ ବିଶ୍ବ ଶିଶୁ ଦିବସ ପାଳନ କରାଯାଏ ।

World Childrens day: ବସ୍ତି ପିଲାଙ୍କ ମୁହଁରେ ହସ ଫୁଟାଇଲା UNICEF
World Childrens day: ବସ୍ତି ପିଲାଙ୍କ ମୁହଁରେ ହସ ଫୁଟାଇଲା UNICEF

ସମାଜରେ ବିଭିନ୍ନ କ୍ଷେତ୍ରରୁ ବଞ୍ଚିତ ତଥା ବସ୍ତିରେ ବସବାସ କରୁଥିବା ୧୦୦ରୁ ଉର୍ଦ୍ଧ୍ବ ପିଲା ହିଁ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଖେଳ କିପରି କଠିନ ପରିସ୍ଥିତିରେ ରହୁଥିବା ବାଳକ ବାଳିକାମାନଙ୍କ ପାଇଁ ଆନନ୍ଦ ସୃଷ୍ଟି କରିପାରେ ତାହା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ପିଲାମାନଙ୍କୁ ଭେଟିଥିଲେ । ଆଥଲେଟିକମାନଙ୍କ ଲାଗି ଓଡିଶା ସରକାର ବିଶ୍ବସ୍ତରୀୟ କ୍ରୀଡା ସୁବିଧା, କ୍ରୀଡା ଇକୋସିଷ୍ଟମ୍ ଗଠନ ପାଇଁ ପ୍ରତିବଦ୍ଧ ବୋଲି ସେ କହିଥିଲେ ।

ତେବେ ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗ ଦେଇ କହିଥିଲେ, "ପିଲାଦିନେ ମୋର କ୍ରିକେଟ ପ୍ରତି ଦୁର୍ବଳତା ରହିଥିଲା । ବିଧାୟକ ଭାବରେ ନୁହେଁ ଜଣେ କ୍ରୀଡାବିତ୍ ଭାବରେ ମୁଁ ଏଠାକୁ ଆସିଛି । କ୍ରୀଡା ପିଲାମାନଙ୍କୁ ନେତୃତ୍ବ ଓ କଠିନ ପରିଶ୍ରମ ଭଳି ବିଭିନ୍ନ କୌଶଳ ବିକାଶ କରିବାରେ ସାହାଯ୍ୟ କରିଥାଏ ।" ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜେତା ଟିମକୁ ପୁରସ୍କୃତ କରିଥିଲେ । ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ଭୁବନେଶ୍ବର ଆଥଲେଟିକ୍ ଆସୋସିଏସନ୍ ସଚିବ ଡ.ସୌର୍ୟ ରଞ୍ଜନ ପରିଜା ଉପସ୍ଥିତ ରହିଥିଲେ ।

Last Updated : Nov 20, 2022, 9:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.