ETV Bharat / state

ଶିଶିର ସରସ ମେଳା ଉଦଯାପିତ; ୧୦ ଦିନରେ ୧୪ କୋଟିରୁ ଅଧିକ କାରବାର

author img

By ETV Bharat Odisha Team

Published : Jan 17, 2024, 7:17 AM IST

Sisir Saras Mela: ସରିଲା ଶିଶିର ସରସ ମେଳା । ୧୦ ଦିନର ମେଳାରେ ୧୪ କୋଟିରୁ ଅଧିକ ବ୍ୟବସାୟ ହୋଇଥିବା ଓରମାସ୍ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Sisir Saras mela 2024 concluded
ଶିଶିର ସରସ ମେଳା ଉଦଯାପିତ

ଭୁବନେଶ୍ବର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଓରମାସ ପକ୍ଷରୁ ଆୟୋଜିତ ଶିଶିର ସରସ ମେଳା-2024 ଉଦଯାପିତ ହୋଇଛି । ମେଳାର 10 ଦିନରେ 14 କୋଟିରୁ ଅଧିକ କାରବାର ହୋଇଛି । ଚଳିତ ବର୍ଷ ମେଳାରେ ଯାଜପୁରର ମଦନ ମୋହନ ହ୍ୟାଣ୍ଡଲୁମ ଉତ୍ପାଦକ ଗୋଷ୍ଠୀ ସର୍ବାଧିକ 11 ଲକ୍ଷ ଟଙ୍କାର ବ୍ୟବସାୟ କରିଛି । ସେହିପରି ରାଜ୍ୟ ବାହାରର ଛତିଶଗଡ଼ର ନାରୀ ଶକ୍ତି 4 ଲକ୍ଷ 93 ହଜାର ଟଙ୍କାର ବ୍ୟବସାୟ କରିଛନ୍ତି । ଉଭୟଙ୍କୁ ଓରମାସ ପକ୍ଷରୁ ସର୍ବାଧିକ ବିକ୍ରେତା ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

Sisir Saras mela 2024 concluded
ଶିଶିର ସରସ ମେଳା ଉଦଯାପିତ

ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଏବଂ ଓରମାସର ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର ଉପସ୍ଥିତ ରହିଥିଲେ । ମହିଳା ସଶକ୍ତିକରଣ ଦିଗରେ ଶିଶିର ସରସ ଭଳି ଜାତୀୟ ସ୍ତରୀୟ ମେଳା ଗ୍ରାମୀଣ ମହିଳା କାରିଗରଙ୍କ ପାଇଁ ଏକ ଭଲ ମାଧ୍ୟମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହା ସେମାନଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ସୁଧାର ଆଣିବା ସହ ସେମାନଙ୍କ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ନୂଆ ପରିଚୟ ଆଣିଦେବାର ସୁଯୋଗ ସୃଷ୍ଟି କରୁଛି ।

ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ଶିଶିର ସରସ ମେଳା ଉଦଘାଟିତ

ଚଳିତ ବର୍ଷ ଶିଶିର ସରସ ମେଳାରେ 10 ଦିନରେ 14 କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି । ଅଂଶଗ୍ରହଣକାରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଆଣିଦେଇଛି । ଚଳିତ ବର୍ଷ ଶିଶିର ସରସ ମେଳାରେ ଯାଜପୁରର ମଦନ ମୋହନ ହ୍ୟାଣ୍ଡଲୁମ ଉତ୍ପାଦକ ଗୋଷ୍ଠୀ ସର୍ବାଧିକ 11 ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ବେଳେ ଛତିଶଗଡ଼ର ନାରୀ ଶକ୍ତି ସର୍ବାଧିକ 4 ଲକ୍ଷ 93 ହଜାର ଟଙ୍କାର ବ୍ୟବସାୟ କରିଛନ୍ତି । ବେଷ୍ଟ ଇନୋଭେଟିଭ ପ୍ରଡକ୍ଟ, ଶ୍ରେଷ୍ଠ ଷ୍ଟଲ ସାଜସଜ୍ଜା, ଶ୍ରେଷ୍ଠ ଅଂଶଗ୍ରହଣକାରୀ ଆଦି ବର୍ଗରେ ବିଭିନ୍ନ ଗୋଷ୍ଠୀ ଏବଂ ସେମାନଙ୍କ ପ୍ରତିନିଧିମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଛନ୍ତି ।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ବସୁଧା ଯୋଜନା ଷ୍ଟଲ, ଯୋଜନା ଏବଂ ସମନ୍ବୟ ବିଭାଗର ଏସଡିଜି ଏବଂ ବିଏମସିର ମୋ ଖତ ଏବଂ ସ୍ବଚ୍ଛ ସହର ଏବଂ ଓମବାଡସି ଷ୍ଟଲ ଆଦିକୁ ମଧ୍ୟ ପୁରସ୍କାର କରାଯାଇଛି । ସେହିପରି ଓରମାସର ସ୍ବତନ୍ତ୍ର ଥିମ ପାଭିଲିଅନରେ ଉତ୍ତମ ପ୍ରଦର୍ଶନ ବର୍ଗରେ ମୁଖ୍ୟମନ୍ତ୍ରୀ ମକା ମିଶନ ପାଇଁ ନବରଙ୍ଗପୁର, ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପାଇଁ ଗଞ୍ଜାମ, ରବର ପାଇଁ ମୟୂରଭଞ୍ଜ, ଲେମନ ଗ୍ରାସ୍ ପାଇଁ କୋରାପୁଟ, ସପୁରୀରୁ ପ୍ରସ୍ତୁତ ଖାଦ୍ୟ ଓ ପାନୀୟ ସାମଗ୍ରୀ ପାଇଁ ରାୟଗଡ଼ା ଓରମାସକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ସ୍ବତନ୍ତ୍ର ଫୁଡ କୋର୍ଟକୁ ସୁପରିଚାଳନା କରିବାରେ ସହଯୋଗ କରିଥିବାରୁ କେରଳ କୁଡୁମ୍ବଶ୍ରୀ ସଂସ୍ଥାକୁ ମଧ୍ୟ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ଓରମାସ ପକ୍ଷରୁ ପ୍ରସ୍ତୁତ ମନ୍ଥନ ପୁସ୍ତିକାର ଉନ୍ମୋଚନ ମଧ୍ୟ କରାଯାଇଛି । ଅତିଥିମାନେ ଓରମାସ ଥିମ ପାଭିଲିଅନ ଏବଂ ଆଇଇସି ଷ୍ଟଲ ବୁଲି ଦେଖିଛନ୍ତି । ଜାନୁଆରୀ 6ରୁ ଆରମ୍ଭ ହୋଇଥିବା ମେଳାରେ ଓଡ଼ିଶା ସମେତ ମୋଟ 26 ରାଜ୍ୟ ଅଂଶଗ୍ରହଣ କରିଥିଲେ । ମେଳାରେ ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ଏବଂ ମସଲା ଆଦି ଜିନିଷ ବିକ୍ରିବଟା ପାଇଁ 400ରୁ ଅଧିକ ଷ୍ଟଲ ଖୋଲିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.