ETV Bharat / state

ଆଜି ନନ୍ଦନକାନନରେ ଉଦଘାଟନ ହେବ ରୋପୱେ; ଏତିକି ରହିଛି ଟିକେଟ୍ ମୂଲ୍ୟ

author img

By ETV Bharat Odisha Team

Published : Nov 17, 2023, 1:27 PM IST

ଆଜି ନନ୍ଦନକାନନରେ ଉଦଘାଟନ ହେବ ରୋପୱେ । ଆସନ୍ତାକାଲିଠୁ ରୋପ୍‌ୱେରେ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ପର୍ଯ୍ୟଟକ । ଅଧିକ ପଢନ୍ତୁ

ଆଜି ନନ୍ଦନକାନନରେ ଉଦଘାଟନ ହେବ ରୋପୱେ
ଆଜି ନନ୍ଦନକାନନରେ ଉଦଘାଟନ ହେବ ରୋପୱେ

ଭୁବନେଶ୍ବର: ଦୀର୍ଘ ୧୨ ବର୍ଷ ଅପେକ୍ଷାର ଅନ୍ତ । ନନ୍ଦନକାନନରେ ବହୁ ପ୍ରତୀକ୍ଷିତ ରୋପୱେର ଆଜି ହେବ ଉଦ୍‍ଘାଟନ । ରୋପ୍‌ୱେରେ ବୁଲି କାଞ୍ଜିଆ ହ୍ରଦ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବରେ ପର୍ଯ୍ୟଟକଙ୍କ ପାଇଁ ରୋପୱେ ଚାଲିବ । ଏହାର ଟିକେଟର ମୂଲ୍ୟ ରହିଛି ୧୨୦ ଟଙ୍କା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଛି ଏହି ରୋପ୍‌ୱେ । ସୋମବାର ଦିନ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ଥିବାରୁ ବାକି ୬ ଦିନ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରୋପୱେର ମଜା ଉଠାଇ ପାରିବେ ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ଏହି ରୋପୱେ ଯାତ୍ରା ବେଶ୍ ରୋମାଞ୍ଚକର ହେବ । ଆଜି ଅପରାହ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାର ଉଦଘାଟନ କରିବେ । ତେବେ ପର୍ଯ୍ୟଟକଙ୍କୁ ଟିକଟର ମୂଲ୍ୟ ସହିତ କ୍ୟାମେରା ପାଇଁ ମଧ୍ୟ ଶୁଳ୍କ ଦେବାକୁ ପଡ଼ିବ ।

ଟିକେଟ୍‌ ମୂଲ୍ୟ ୧୨୦ ଟଙ୍କା ରହିଥିବା ବେଳେ ଯେଉଁ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନର ରାଜ୍ୟ ଉଦ୍ଭିଦ ଉଦ୍ୟାନ ବୁଲିବାକୁ ଚାହୁଁଛନ୍ତି ସେମାନଙ୍କୁ ଅଧିକ ୨୦ ଟଙ୍କା ଅଧିକ ଦେବାକୁ ପଡ଼ିବ । ଅର୍ଥାତ ୧୪୦ ଟଙ୍କା ଦେବାକୁ ହେବ । ୧୨ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଶୁଳ୍କ ଲାଗୁ ହେବନାହିଁ ।

ଏହା ମଧ୍ୟ ପଢନ୍ତୁ: ଆସୁଛି ପର୍ଯ୍ୟଟନ ଋତୁ; ପର୍ଯ୍ୟଟକଙ୍କ ପାଇଁ କେତେ ପ୍ରସ୍ତୁତ ନନ୍ଦନକାନନ; ବନ୍ଦ ବୋଟିଂ, ଚାଲୁନି ରୋପ ୱେ

ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରୋପୱେରେ ବୁଲିବାକୁ ଆସିଲେ ଅଧିକ ୫୦ ଟଙ୍କା ଅଧିକ ଦେବାକୁ ହେବ । ଅର୍ଥାତ ୧୭୦ ଟଙ୍କା ଦେବାକୁ ପଡ଼ିବ । ଏହା ସହ ୩ ବର୍ଷରୁ ୧୨ ବର୍ଷ ପିଲାଙ୍କୁ ୧୦ ଟଙ୍କା ଦେବାକୁ ପଡିବ । ଅର୍ଥାତ ୧୩୦ ଟଙ୍କା । ଏହାବ୍ୟତୀତ ବିଦେଶୀ ପର୍ଯ୍ୟଟକଙ୍କୁ ୧୦୦ ଟଙ୍କା ଅଧିକ ଦେବାକୁ ପଡ଼ିବ । ରୋପୱେ କାଉଣ୍ଟର ନିକଟରେ ସ୍ୱତନ୍ତ୍ର କାଉଣ୍ଟରରେ ସକାଳ ୮ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିକେଟ୍‌ ଉପଲବ୍ଧ ହେବ ।

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୯୮୮ ମସିହାରେ ରୋପୱେ ଚାଲିବା ପାଇଁ ଭୂମି ପୂଜନ କରାଯାଇ ୧୯୯୪ ମସିହା ଅକ୍ଟୋବର ୨୦ ତାରିଖରେ ଏହାର କାର୍ଯ୍ୟକ୍ଷମ ହୋଇଥିଲା । କିଛି ବର୍ଷ ଚାଲିଲା ପରେ ୨୦୧୧ ମସିହାରେ ଏହାକୁ ଅସୁରକ୍ଷିତ ମନେ କରି ବନ୍ଦ କରି ଦିଆଯାଇଥିଲା । ଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଥିଲେ । ତେବେ ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଏହି ରୋପ୍‌ୱେ । ରୋପ୍‌ୱେରେ ମୋଟ ୧୨ଟି କ୍ୟାବିନ ରହିଛି । ପ୍ରତ୍ୟେକ କ୍ୟାବିନରେ ୬ ଜଣ ବସିବାର ସୁବିଧା ରହିଛି । ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ଦୁଇ କଡ଼ରେ ଦୁଇଟି ଟାୱାର ମଧ୍ୟରେ କାଞ୍ଜିଆ ହ୍ରଦ । ଯାହାର ମନୋରମା ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.