ETV Bharat / state

ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା, ଆଗକୁ ବଢିବ ଶୀତ

author img

By ETV Bharat Odisha Team

Published : Jan 17, 2024, 10:48 PM IST

Rain likely in Several districts of Odisha : ଗତ 24 ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ଦେଖାଯାଇଛି । ସେପଟେ ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳରେ ସର୍ବାଧିକ 2 ଏମ ଏମ ବର୍ଷା ରେକର୍ଡ କରାଯାଇଛି । ଅଧିକ ପଢ଼ନ୍ତୁ,

ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା
ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା

ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର : ଗତ 24 ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ଦେଖାଯାଇଛି । ସେପଟେ ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳରେ ସର୍ବାଧିକ 2 ଏମ ଏମ ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତକାଲି ନୟାଗଡ଼ ଜିଲ୍ଲାରେ ସର୍ବାଧିକ କୁହୁଡି ଦେଖିବାକୁ ମିଳିଛି । ନୟାଗଡ଼ ସମେତ ରାଜ୍ୟର ଅନ୍ୟ 14ଟି ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ି ପରିଲିଖିତ ହୋଇଛି ।

ପୂର୍ବାଳୀ ତରଙ୍ଗାୟିତ ବାୟୁ ଯୋଗୁ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି । ସେହିଭଳି ଆଜି ଆକାଶ ବିଶେଷ କରି ମେଘାଚ୍ଛନ୍ନ ରହିଛି । ଆସନ୍ତାକାଲି ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ହାଲୁକା ଏବଂ ମଧ୍ୟମ ଧାରଣର ବର୍ଷା ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀର କିଛି କିଛି ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଠିକ ସେହିପରି ୧୯ ତାରିଖ ବେଳକୁ ବର୍ଷାର ପ୍ରଭାବ କମିବ ଓ ୨୦ ତାରିଖରେ କୌଣସି ସ୍ଥାନରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଏଥିସହ ଆଗକୁ ଶୀତ ବଢିବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ୨୪ ଘଣ୍ଟାରେ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିବ । କୁହୁଡ଼ିକୁ ନଜରରେ ରଖି ୭ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡ଼ାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ଘନ କୁହୁଡି ପରିଲିକ୍ଷିତ ହୋଇଥିବା ବେଳେ ସମତଳ ଅଞ୍ଚଳର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୨.୪ ସୁନ୍ଦରଗଡ଼ରେ ରେକର୍ଡ ହୋଇଛି । ସେହିପରି ପାହାଡିଆ ଅଞ୍ଚଳର ଜିଲ୍ଲା ଗୁଡିକରେ କୋରାପୁଟରେ ୯.୨ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । କଟକରେ ୨୭ .୮ ଓ ଭୁବନେଶ୍ୱରରେ ୨୭.୦ ତାପମାତ୍ରା ରେକର୍ଡ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ... ପରିକ୍ରମା ପ୍ରକଳ୍ପ ଲୋକାର୍ପିତ, ବର୍ଷା ରୋକିବାକୁ ହୋଇଥିଲା ଇନ୍ଦ୍ର ଗୋବିନ୍ଦ ପୂଜା

ଆଜି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଥିବାବେଳେ ଉତ୍ସବମୁଖର ରହିଛି ଶ୍ରୀକ୍ଷେତ୍ର । ସେପଟେ ଏହି ଝିପିଝିପି ବର୍ଷାକୁ ନେଇ ଆଚାର୍ଯ୍ୟ ବ୍ରାହ୍ମଣ ପଣ୍ଡିତ ବିଶ୍ବମ୍ବର ଦାଶ ଖୁସି ବ୍ୟକ୍ତ କରି କହିଛନ୍ତି, ବିଧି ଅନୁସାରେ କାର୍ଯ୍ୟକ୍ରମ ଶେଷ ହୋଇଛି । ଯେଉଁଦିନ କାର୍ଯ୍ୟକ୍ରମ ଆରମ୍ଭ ହେଲା ସେଦିନ ଇନ୍ଦ୍ର ଦେବତା ବର୍ଷା କରାଇଥିଲେ । ଆଜି ମଧ୍ୟ ସକାଳୁ ଦାଣ୍ଡ ପରିଷ୍କାର କରି ଧୋଇଦେଲେ । ଏଥିପାଇଁ ବ୍ରାହ୍ମଣମାନେ ଇନ୍ଦ୍ର ଗୋବିନ୍ଦ ପୂଜା ସହ ପଣାଭୋଗ କରିଥିଲେ । ତା' ପରେ ମେଘ ଅପସରି ଯାଇଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.