ETV Bharat / state

ବିଜେଡି ପାଇଁ ଲାଭଦାୟକ ହେବ ମହିଳା ସଂରକ୍ଷଣ ବିଲ: ରାଜନୈତିକ ସମୀକ୍ଷକ

author img

By ETV Bharat Odisha Team

Published : Sep 18, 2023, 10:49 PM IST

Updated : Sep 19, 2023, 6:04 AM IST

ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଉପସ୍ଥାପନା ନେଇ କଂଗ୍ରେସର ଦାବି । ଏହି ବିଲ ଆସିଲେ ବିଜେଡିକୁ ଭଲ ଫାଇଦା ମିଳିବ ବୋଲି କହିଲେ ରବି ଦାସ । ଅଧିକ ପଢନ୍ତୁ

women reservation bill
women reservation bill

women reservation bill

ଭୁବନେଶ୍ବର: ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜିଠୁ (ସୋମବାର) ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟସଭାର ୭୫ ବର୍ଷର ସଂସଦୀୟ ଯାତ୍ରା ଓ ଉପଲବ୍ଧି ହାସଲ ଉପରେ ଚର୍ଚ୍ଚା ହୋଇଥିଲା। ଆଜି ପୁରୁଣା ସଂସଦ ଭବନରେ ଅଧିବେଶ ବସିଥିବା ବେଳେ ଆସନ୍ତାକାଲି (ମଙ୍ଗଳବାର) ଠାରୁ ନୂଆ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହେବ । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ମହିଳା ସଂରକ୍ଷଣ ବିଲ। କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ ଆଣିବା ନେଇ ଚର୍ଚ୍ଚା ଚିଲିଥିବା ବେଳେ ଏହାକୁ ସ୍ୱାଗତ କରିଛି କଂଗ୍ରେସ। ପୂର୍ବରୁ ବିଜେଡି ମହିଳା ସଂରକ୍ଷଣ ବିଲ ନେଇ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟି ଦାବି କରି ଆସୁଥିଲା। ଅନ୍ୟପଟେ ଏହି ବିଲ ଆଣିବାକୁ କେନ୍ଦ୍ର ସରକାରଙ୍କ ସାହାସ ଆବଶ୍ୟକତା ଓ ଯଦି ବିଲ ଆସିଲା ତେବେ ବିଜେଡି ପାଇଁ ଏହା ଲାଭଦାୟକ ହେବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ଆଜି ସଂସଦରେ ବିଜେଡି ରାଜ୍ୟ ସଭା ସଂସଦ ସସ୍ମିତା ପାତ୍ର ନୂଆ ସଂସଦ ଭବନରେ ମହିଳା ସଂରକ୍ଷଣ ବିଲ୍ ପାରିତ କରାଯାଉ ବୋଲି ମତ ରଖିଥିଲେ। 75ବର୍ଷ ପୂର୍ତ୍ତି ଉପଲକ୍ଷେ ମହିଳା ସଂରକ୍ଷଣ ବିଲକୁ ପ୍ରଥମ ବିଲ ଭାବେ ପାରିତ କରିବା ପାଇଁ ଦାବି କରିଛନ୍ତି। ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ ଶିଘ୍ର ଲାଗୁ କରାଯିବାର ଆବଶ୍ୟକତା ରହିଛି। ଅଧିକ ମହିଳା ରାଜନୀତିକୁ ଆସିବା ଦରକାର। 30 ପ୍ରତିଶତ ମହିଳା ସଂରକ୍ଷଣ ହେବା ଦରକାର। ପୂର୍ବରୁ କଂଗ୍ରେସ ମଧ୍ୟ ମହିଳା ସଂରକ୍ଷଣ ନେଇ ବଡ଼ ନିଷ୍ପତ୍ତି ନେଇଥିଲା। ସଂସଦରେ ତୁରନ୍ତ ବିଲ ପାରିତ ହେବାର ଆବଶ୍ୟକତା ରହିଛି।

ଏହା ମଧ୍ୟ ପଢନ୍ତୁ-Special session of Parliament: ମହିଳା ସଂରକ୍ଷଣ ବିଲ ଦାବି କଲା କଂଗ୍ରେସ

ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ସ୍ଵତନ୍ତ୍ର ଅଧିବେଶନରେ କଣ ହେବ କେହି ଜାଣିନାହାଁନ୍ତି। ମହିଳା ସରଣକ୍ଷଣ ବିଲ ପାରିତ ହେବା ପାଇଁ ସବୁ ଆଞ୍ଚଳିକ ଦଳ ମାନଙ୍କ ସହମତି ଦରକାର। ଯଦି କେନ୍ଦ୍ର ସରକାର ଚାହିଁବେ ତାହେଲେ ମହିଳା ସଂରକ୍ଷଣ ବିଲ ଆଣି ପାରିବେ। ଯଦି ସ୍ୱତନ୍ତ୍ର ଅଧିବେଶନରେ ଏହା ପାରିତ ହୁଏ ତାହେଲେ ଶାସକ ବିଜେଡି ଏହାର ସୁଫଳ ପାଇବ କାରଣ ବିଜେଡି ପାଖରେ ମହିଳା ପ୍ରାର୍ଥୀ ଅଛନ୍ତି।

ଏନେଇ ରାଜନୈତିକ ସମୀକ୍ଷକ ରବି ଦାଶ କହିଛନ୍ତି ଯେ, ରବିବାର ସର୍ବଦଳୀୟ ବୈଠକରେ ଆଞ୍ଚଳିକ ଦଳ ମାନେ ମହିଳା ସଂରକ୍ଷଣ ବିଲ ଆଣିବାକୁ ଦାବି କରିଛନ୍ତି। କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିପାରିବ କାରଣ ପୂର୍ବରୁ ସୋନିଆ ଗାନ୍ଧୀ ଏହା ଉପରେ ଲେଖିଥିଲେ। କିନ୍ତୁ ଏହି ବିଲ ଆଣିବାକୁ କେନ୍ଦ୍ର ସରକାରଙ୍କ ସାହାସ ଆବଶ୍ୟକତା ରହିଛି। ହେଲେ କେଉଁ ଆଧାରରେ ହେବ ବିଲ ,କେତେ ପ୍ରତିଶତ ହେବ ସେ ନେଇ ମଧ୍ୟ ଆଲୋଚନା ଏବଂ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କେତେ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ ତାହା ଅସ୍ପଷ୍ଟ । ସେହିପରି କେଉଁ ଢାଞ୍ଚାରେ ହେବ ସେ ନେଇ ଆଲୋଚନା ଆବଶ୍ୟକ। ବିଜେଡ଼ିର ମୁଖ୍ୟ ଦାବି ଥିଲା 33 ପ୍ରତିଶତ ସଂରକ୍ଷଣ , ଯଦି ମହିଳା ସଂରକ୍ଷଣ ବିଲ ପାରିତ ହୁଏ ,ବିଜେଡି ପାଇଁ ଏହା ଲାଭଦାୟକ ହେବ । କାରଣ ବିଜେଡି ପାଖରେ ଏବେ ମହିଳା ପ୍ରାର୍ଥୀ ଅଛନ୍ତି ,ଯାହା ଅନ୍ୟମାନଙ୍କ କ୍ଷେତ୍ରରେ ଏତେ ସହଜ ନୁହେଁ। ଅନ୍ୟ ଦଳ ମାନଙ୍କୁ ପ୍ରାର୍ଥୀ ଖୋଜିବାକୁ ପଡିବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 19, 2023, 6:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.