ETV Bharat / state

ନୂଆବର୍ଷ ପୂର୍ବରୁ କମିଶନରେଟ୍‌ ପୋଲିସକୁ କ୍ରାଇମ୍ ଟେନ୍‌ସନ୍‌, ସନ୍ଦିଗ୍ଧଙ୍କୁ ଚିହ୍ନିବ ଲାଇଭ୍‌ ଫିଙ୍ଗରପ୍ରିଣ୍ଟ ସ୍କାନର୍‌

author img

By ETV Bharat Odisha Team

Published : Dec 7, 2023, 6:46 AM IST

ନୂଆବର୍ଷ ପାଇଁ କମିସନ୍‌ରେଟର ପୋଲିସର ସଜବାଜ । ଅପରାଧୀଙ୍କୁ ଚିହ୍ନଟ କରିବ ଟେକ୍ନୋଲୋଜି । ପୋଲିସ ଅଧିକାରୀ ନେଲେ ତାଲିମ ।ଅଧିକ ପଢନ୍ତୁ

ଏଣିକି ସନ୍ଦିଗ୍ଧଙ୍କୁ ଚିହ୍ନିବ ଲାଇଭ ଫିଙ୍ଗରପ୍ରିଣ୍ଟ ସ୍କାନର, କମିସନ୍‌ରେଟର ପୋଲିସ ନୂଆଁ ତରିକା
ଏଣିକି ସନ୍ଦିଗ୍ଧଙ୍କୁ ଚିହ୍ନିବ ଲାଇଭ ଫିଙ୍ଗରପ୍ରିଣ୍ଟ ସ୍କାନର, କମିସନ୍‌ରେଟର ପୋଲିସ ନୂଆଁ ତରିକା

ଭୁବନେଶ୍ୱର: ଆଗକୁ ଆସୁଛି ବଡଦିନ ଓ ନୂଆବର୍ଷ । ସରଗରମ ହେବ ସ୍ମାର୍ଟସିଟି ଭୁବନେଶ୍ୱର । ଏହି ମୌକାରେ ବଢିପାରେ ଅପରାଧିକ ଗତିବିଧି । ଦୁର୍ବୃତ୍ତ ଘଟାଇପାରନ୍ତି ଭିନ୍ନ ଭିନ୍ନ ଅପରାଧ ଓ ଅଘଟଣ । ଏନେଇ ଅପରାଧୀଙ୍କୁ ଚିହ୍ନିବା ଓ ସେମାନଙ୍କୁ ଟ୍ରାକ୍‌ କରିବା ପୋଲିସ ପାଇଁ ଏବେଠୁ ଟେନସନ । ଏସବୁ ପରିସ୍ଥିତିକୁ ମୁକାବିଲା ପାଇଁ ଏଥର ଟେକ୍ନୋଲୋଜିର ସାହାରା ନେଇଛି ପୋଲିସ । ଏଥିପାଇଁ ଲାଇଭ୍‌ ଫିଙ୍ଗରପ୍ରିଣ୍ଟ ସ୍କାନର ସହଯୋଗ ନେଇଛି । ଏହି ମେସିନ୍‌ ଜରିଆରେ କିପରି ବ୍ୟବହାର କରି ଅପରାଧିଙ୍କୁ ଧରିହେବ ସେନେଇ ତାଲିମ ନେଇଛନ୍ତି ପୋଲିସ ଅଧିକାରୀ ।

ସହରରେ ବିଭିନ୍ନ ସମୟରେ ଘଟୁଛି ଭିନ୍ନ ଧରଣର ଅପରାଧ । କେଉଁଠି ଘରର ସ୍କାଏଲେଟ୍ ତାଡ଼ି ଘରେ ପଶି ଟଙ୍କା ଗହଣା ଲୁଟ । କେଉଁଠି ଘରେ ସଶସ୍ତ୍ର ପଶି ହାତ ଗୋଡ଼ ବାନ୍ଧି ଘରୁ ଲୁଟିଲେ ଜିନିଷ । ଆଉ କେଉଁଠି ଘରର ଗ୍ରୀଲ ଓ କବାଟ ତାଡ଼ି ଗାଡି ଓ ଦାମି ଜିନିଷ ଲୁଟ୍‌ । ମୋ ବସ ଓ ଗହଳି କରି ପକେଟମାର । ନିଶା ଦେଇ ଲୁଟ ଠାରୁ ଆରମ୍ଭ କରି ଭିକାରି ବେଶରେ ବା ଫେରିବାଲା ବେଶରେ ଅପରାଧ କରି ଛୁ' ମାରୁଛନ୍ତି ଅପରାଧ । ପୁରୁଷ ଓ ମହିଳା ଅପରାଧ ଭଳି ନାବାଳକ ଅପରାଧ ମଧ୍ୟ ସାମିଲ ହୋଇ ଘଟାଉଛନ୍ତି ଚୋରି, ଛିନତାଇ, ଲୁଟ ଭଳି ଅପରାଧ । ଅପରାଧ ପରେ ସେମାନଙ୍କ ଅପରାଧ ତରିକା ଓ ସେମାନଙ୍କ ଯିବା ଆସିବା ବାଟ ଓ ରହଣି ସ୍ଥାନ ଓ ପରିଚୟ ଚିହ୍ନଟ କରି ଧରିବା ବେଳକୁ କେତେବେଳେ ଧରାପଡ଼ିଛନ୍ତି ତ କେତେବେଳେ ଛୁ' ମାରୁଛନ୍ତି । ତେଣୁ ପୋଲିସ ପାଟ୍ରୋଲିଂ, ସେଫ୍ ସିଟି ଡ୍ରାଇଭ୍ ସତ୍ତ୍ୱେ ନିତିଦିନ ବିଭିନ୍ନ ଥାନା ଅଞ୍ଚଳରୁ ଆସୁଛି ଏଭଳି ଅପରାଧ ।

ତେଣୁ ଗତ ପୂଜା ସମୟରେ‌ ପୋଲିସକୁ ଚିନ୍ତାରେ ପକାଇଥିବା ଅପରାଧି ଏବେ ନୁଆ ବର୍ଷ ଓ ବଡ଼ଦିନ ପାଳନ ସମୟରେ ମସଗୁଲ ଥିବା ବେଳେ ଏହି ମୌକାରେ ଟେନସନ ଦେଇପାରନ୍ତି । ଏଥର ସନ୍ଦିଗ୍ଧ ବା କୌଣସି ଅପରାଧିକୁ ଚିହ୍ନିବା ବା ସଦେହରେ ପଚରାଉଚରା ଅପେକ୍ଷା ଏବେ ସହଜରେ ଚିହ୍ନିବା ପାଇଁ ମେସିନ୍ ବ୍ୟବାହର ଆପଣାଇବାକୁ ଯାଉଛି ।ଯେଉଁଥିରେ ପୋଲିସ ଏକ ଲାଇଭ ଫିଙ୍ଗରପ୍ରିଣ୍ଟ ସ୍କାନର ସହାୟତା ନେବ । ଯାହାକୁ ବି ସନ୍ଦେହ ହେବ ତାର ଫିଙ୍ଗର ପ୍ରିଣ୍ଟ ସ୍କାନ କଲେ ସେହି ଲୋକର ଅପରଧିକ ରେକର୍ଡ ତୁରନ୍ତ ଜାଣିହେବ । ଅର୍ଥାତ୍ ସେ ଲୋକ କିଏ ତାର ନା ଓ ପୂର୍ବରୁ ହୁଲିଆ କିଭଳି ଥିଲା । ସେ କେଉଁ ଅପରାଧରେ ଗିରଫ ହୋଇଛି ବା କେତେ ଥର ଜେଲ୍‌ ଯାଇଛି ଓ କେଉଁ କେଉଁ ଅପରାଧ ଓ କିପରି ତରିକା ତାହା ଜାଣିହେବ । କାରଣ ସମସ୍ତ ଅପରଧିକ ଘଟଣା ସିସିଟିଏନ୍‌ଏସ୍‌(Crime Criminal Tracking Network System)ରେ ଉପଲବ୍ଧ ଥାଏ ।

ଏବେ ଯେଉଁ ଅପରାଧିକୁ ପୋଲିସ ଗିରଫ କରିଥାଏ ବା ଧରିଥାଏ ସେମାନଙ୍କର ଡାଟା ଅର୍ଥାତ୍ ଫିଙ୍ଗରପ୍ରିଣ୍ଟ ଓ ଫଟୋ ସହ ସେମାନଙ୍କର ଅପରାଧ ଅପଡେଟ କରାଯାଇଥାଏ ଥାନାରେ । ଯଦି ପୋଲିସ ସଦେହରେ ତାର ଫିଙ୍ଗର ପ୍ରିଣ୍ଟ ଯାଞ୍ଚ କରିବ ତେବେ ସହଜରେ ଧରାପଡିଯିବ । ଫଳରେ ଆଗକୁ ନୁଆ ବର୍ଷ ଓ‌ ବଡ଼ଦିନ ସମୟରେ ଅପରାଧ ଉପରେ ବ୍ରେକ ଲାଗିପାରିବ । ତେଣୁ ଏପରି ମେସିନ୍‌ର ତାଲିମ ଅଫିସରଙ୍କୁ ଦିଆଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.