ETV Bharat / state

Pm Vishwakarma Scheme: ‘ଦେଶରେ ଗ୍ରହଣୀୟ ହେବନି ବିଶ୍ବକର୍ମା ଯୋଜନା’

author img

By ETV Bharat Odisha Team

Published : Sep 15, 2023, 6:47 PM IST

ଆରମ୍ଭ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ତଥା ବିଶ୍ଵକର୍ମା ପୂଜା ଅବସରରେ ଆରମ୍ଭ ହେବ ଯୋଜନା । ବିରୋଧୀ କହିଲେ ସଫଳ ହେବନି ଯୋଜନା ଅଧିକ ପଢ଼ନ୍ତୁ

Pm Vishwakarma Scheme: ‘ଦେଶରେ ଗ୍ରହଣୀୟ ହେବନି ବିଶ୍ବକର୍ମା ଯୋଜନା’
Pm Vishwakarma Scheme: ‘ଦେଶରେ ଗ୍ରହଣୀୟ ହେବନି ବିଶ୍ବକର୍ମା ଯୋଜନା’

Pm Vishwakarma Scheme: ‘ଦେଶରେ ଗ୍ରହଣୀୟ ହେବନି ବିଶ୍ବକର୍ମା ଯୋଜନା’

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ତଥା ବିଶ୍ଵକର୍ମା ପୂଜା ଅବସରରେ ଆରମ୍ଭ ହେବ ଯୋଜନା । ଦେଶର ବିଭିନ୍ନ ସ୍ଥାନ ସହ ଓଡ଼ିଶାରେ 3ଟି ଜାଗାରେ କାର୍ଯ୍ୟକ୍ରମ ପାଇଁ ଯୋଜନା ରହିଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯୋଜନା କରାଯାଇଥିବାରୁ ଏହା ଗ୍ରହଣୀୟ ହେବନାହିଁ ବୋଲି ବିରୋଧୀ କଂଗ୍ରେସ ଓ ବିଜେଡି କହିଛନ୍ତି ।

ଭୁବନେଶ୍ବରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସମ୍ବଲପୁରରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ ବର୍ଲା ଏବଂ ପୁରୀରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜାପରା ମହେନ୍ଦ୍ର ଭାଇ କାଲୁଭାଇ ଉପସ୍ଥିତରେ କାର୍ଯ୍ୟକ୍ରମ ହେବ । 2023-23ରୁ 2027-28 ମଧ୍ୟରେ 13 ହଜାର କୋଟିର ବ୍ୟୟ ଅଟକଳ ହୋଇଥିବାବେଳେ ଓଡ଼ିଶାରେ 1 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । କୌଳିକ ବୃତ୍ତିକୁ ଆଧାର କରି ଜୀବନଯାପନ କରୁଥିବା ବଢ଼େଇ, ଡଙ୍ଗା ନିର୍ମାତା, ପଥର କାରିଗର, ଜୋତା କାରିଗର, ଝୁଡ଼ି, ମସିଣା ଏବଂ କତା କାରିଗର, ମାଛ ଜାଲ ନିର୍ମାତା ଭଳି 18ଟି ବର୍ଗଙ୍କୁ ସାମିଲ କରାଯିବ । ତେବେ ବିଶ୍ଵକର୍ମା ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେଡି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି , "ଆଗକୁ ଲୋକସଭା ଓ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ବିଶ୍ବକର୍ମା ଯୋଜନା ଆଣୁଛନ୍ତି । କିନ୍ତୁ ଏହାର କିଛି ବି ପ୍ରଭାବ ଲୋକଙ୍କ ଉପରେ ପଡିବ ନାହିଁ । ଦେଶ ତୈଳ ଜାତୀୟ ଦ୍ରବ୍ଯ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁହୁ ହୋଇ ବଢିଛି । ସେଥିପାଇଁ ଲୋକେ ବିଜେପି ସରକାର ଆଡ଼କୁ ଚାହୁଁନାହାନ୍ତି । ବିଶ୍ବକର୍ମା ଯୋଜନାର ଟିକେ ବି ପ୍ରଭାବ ଲୋକଙ୍କ ଉପରେ ପଡିବ ନାହିଁ । ଲୋକେ ବିଜେପି ଓ ଏନଡିଏ ଠାରୁ ଦୂରକୁ ଚାଲି ଯାଇଛନ୍ତି । ବିଶ୍ଵକର୍ମାକୁ ଛାଡି ଯେକୌଣସି ଯୋଜନା କେନ୍ଦ୍ର ସରକାର ଆଣିଲେ ବି ଲୋକେ ଭୋଟ ଦେବେନାହିଁ । ଲୋକେ ଜାଣିଛନ୍ତି ଏ ସବୁ ଯୋଜନା ଭୋଟ ନେବା ପାଇଁ ଉଦ୍ଦିଷ୍ଟ । ମୋଦି ସରକାରରେ କେବଳ ମହଙ୍ଗାଇ ମିଳିଛି । ବଡ ଲୋକଙ୍କୁ ଟଙ୍କା ମିଳିଛି ।"

ଏହାବି ପଢନ୍ତୁ- PM Vishwakarma Scheme: ସେପ୍ଟେମ୍ବର 17ରୁ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା, ଉପକୃତ ହେବେ ପାରମ୍ପରିକ କାରିଗର ଓ ଶିଳ୍ପୀକାର

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ପୂର୍ବ ନିର୍ବାଚନରେ କେନ୍ଦ୍ର ସରକାର ଯେଉଁ ସବୁ ଯୋଜନା କଥା କହିଥିଲେ ସେସବୁ ପୂରଣ କରିଛନ୍ତି କି ? 2କୋଟି ଯୁବକଙ୍କୁ ରୋଜଗାର ଦେବା କଥା କହିଥିଲେ, ପ୍ରତି ବ୍ୟାଙ୍କ ଖାତାରେ 15 ଲକ୍ଷ ଦେବାକଥା କହିଥିଲେ, ଦରଦାମ ନିୟନ୍ତ୍ରଣ କଥା କହିଥିଲେ କିନ୍ତୁ ସବୁଥିରେ ଫେଲ ମାରିଛନ୍ତି କେନ୍ଦ୍ର ସରକାର । ସେଥିପାଇଁ କେନ୍ଦ୍ର ସରକାର ଯେତେ ବିଶ୍ବକର୍ମା ଯୋଜନା କଥା କହିଲେ ବି ସାଧାରଣ ଜନତା ତାଙ୍କୁ ବିଶ୍ବାସ କରିବେ ନାହିଁ ।"

ସେହିପରି ବିଜେଡି ବିଧାୟକ ପର୍ଶୁରାମ ଧଡ୍ଡା କହିଛନ୍ତି , "କେନ୍ଦ୍ର ସରକାରଙ୍କ ନିଦ ଏବେ ଭାଙ୍ଗିଛି । ଏବେ ବିଶ୍ବକର୍ମା ଯୋଜନା କରୁଛନ୍ତି । ନିର୍ମାଣ ଶ୍ରମିକ ଯୋଜନା ନାଁ'ରେ ଏକ ଯୁଗାନ୍ତକାରୀ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି । ସେ ଯେତେବେଳେ ଯେଉଁ ଯୋଜନା କରିଛନ୍ତି ତାହାର ଲାଭ ସମସ୍ତେ ନେଇଛନ୍ତି । ବୁଣାକାର, ମତ୍ସ୍ୟଜୀବୀ, ରାଜମିସ୍ତ୍ରୀ ଲାଭ ପାଇଛନ୍ତି । ଓଡ଼ିଶାରେ କୌଳିକ ବୃତ୍ତିରେ ଥିବା ଶ୍ରମିକ ବର୍ଗର ଲୋକଙ୍କ ଲାଗି ଯଥେଷ୍ଟ ଯୋଜନା ହୋଇଛି । ଏଗୁଡିକ ଲୋକାଭିମୁଖୀ ଯୋଜନା ହୋଇଛି । କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନା କେତେଦୂର ସଫଳ ହେବ ସମୟ କହିବ । ଆଗରୁ ଶୋଇଥିଲେ, ଏବେ ନିର୍ବାଚନ ଆସିଲା ଉଠିଲେ । ନିର୍ବାଚନ ଥିବାରୁ ଯୋଜନାକୁ ପ୍ରଣୟନ କରୁଛନ୍ତି । ଯୋଜନାର ଲୋକଙ୍କ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ନିର୍ବାଚନ ଆସିଲେ ବିଜେପି ସରକାର ଏପରି ଯୋଜନା କରନ୍ତି ବୋଲି ଦେଶ ଓ ରାଜ୍ୟବାସୀ ଜାଣିଛନ୍ତି ।

ଅନ୍ୟପଟେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ପାଇଁ ଭାରତର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ହେବ । ଓଡ଼ିଶାରେ ମଧ୍ୟ 3ଟି ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ଯୋଜନା ରହିଛି । ଭୁବନେଶ୍ବରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସମ୍ବଲପୁରରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ ବର୍ଲା ଏବଂ ପୁରୀରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡ଼. ମୁଞ୍ଜାପରା ମହେନ୍ଦ୍ର ଭାଇ କାଲୁଭାଇ ଉପସ୍ଥିତ ରହିବେ । ଓଡ଼ିଶାରେ 1 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ଆକଳନ କରାଯାଇଛି । ଜିଲ୍ଲା ସ୍ତରରେ ଚିହ୍ନଟ କରିବା ପାଇଁ କମିଟି ରହିବ ।

2023-23ରୁ 2027-28 ଭିତରେ 13 ହାଜର କୋଟିର ବ୍ୟୟ ଅଟକଳ । ପାରମ୍ପରିକ କାରିଗର ଏବଂ ଶିଳ୍ପୀକାରମାନେ ଉପକୃତ ହେବେ । କୌଳିକ ବୃତ୍ତିକୁ ଆଧାର କରି ଜୀବନଯାପନ କରୁଥିବା ଲୋକଙ୍କୁ ସାମିଲ କରାଯିବ । ବଢେଇ, ଡଙ୍ଗା ନିର୍ମାତା, ପଥର କାରିଗର, ଜୋତା କାରିଗର, ଝୁଡ଼ି, ମସିଣା ଏବଂ କତା କାରିଗର, ଧୋବା, ମାଛଜାଲ ନିର୍ମାତା ଭଳି 18ଟି ବର୍ଗଙ୍କୁ ସାମିଲ କରାଯିବ । ପରିଚୟ ପତ୍ର ଏବଂ ସାର୍ଟିଫିକେଟ ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.