ETV Bharat / state

ମୁଖ୍ୟ ଚିକିତ୍ସାଳୟରେ ମିଳୁନି ସ୍ବାସ୍ଥ୍ୟସେବା, କ୍ଲିନିକ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ

author img

By

Published : Jul 3, 2021, 7:20 PM IST

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟସେବା । ଫଳରେ ଘରୋଇ କ୍ଲିନିକ ଉପରେ ନିର୍ଭର କରି ରୋଗୀ ଖର୍ଚ୍ଚାନ୍ତ ହେଉଥିବା ଜଣାଯାଇଛି । ଅଧିକ ପଢନ୍ତୁ...

ମୁଖ୍ୟ ଚିକିତ୍ସାଳୟରେ ମିଳୁନି ସ୍ବାସ୍ଥ୍ୟସେବା, କ୍ଲିନିକ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ
ମୁଖ୍ୟ ଚିକିତ୍ସାଳୟରେ ମିଳୁନି ସ୍ବାସ୍ଥ୍ୟସେବା, କ୍ଲିନିକ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ

ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଦୈନିକ ସ୍ୱାସ୍ଥ୍ୟ ସମସ୍ୟା ନେଇ ବହୁ ଲୋକ ନିର୍ଭର କରିଥାନ୍ତି । ହେଲେ ନାନା ଅବ୍ୟବସ୍ଥା ମଧ୍ୟରେ ଘେରି ହୋଇଛି ଏହି ମେଡିକାଲ । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀମାନଙ୍କ ପାଇଁ ଥିବା ଅଲ୍ଟ୍ରାସାଉଣ୍ଡ ମେସିନ ଲାଗି କୌଣସି ଡାକ୍ତର ନିଯୁକ୍ତ ହୋଇନଥିବା କାରଣରୁ ରୋଗୀମାନେ ଘରୋଇ ନର୍ସିଂହୋମ ଓ କ୍ଲିନିକ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।

ମୁଖ୍ୟ ଚିକିତ୍ସାଳୟରେ ମିଳୁନି ସ୍ବାସ୍ଥ୍ୟସେବା, କ୍ଲିନିକ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ

ଏହି ମୁଖ୍ୟ ଚିକିତ୍ସାଳୟ ଆଖପାଖରେ ଛତୁ ଫୁଟିଲା ଭଳି ଘରୋଇ କ୍ଲିନିକ ଓ ନର୍ସିଂହୋମ ମୁଣ୍ଡ ଟେକିଛି । ଯଦ୍ବାରା ରୋଗୀମାନେ ଶୋଷଣର ଶିକାର ହେଉଥିବା ଦେଖିବାକୁ ମିଳିଛି । ରୋଗୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଘରୋଇ ନର୍ସିଂହୋମ କର୍ମଚାରୀମାନେ ସେମାନଙ୍କ ନିକଟକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ । ସେପଟେ ଘଟଣା ଘଟଣା ସମ୍ପର୍କରେ କିଛି କହିବାକୁ ମନା କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.