ETV Bharat / state

ବଦଳିଲା ଜମି କିଣାବିକା ନିୟମ; ଅନଲାଇନରେ ସ୍ଲଟ ବୁକିଂ, ପରେ ରେଜିଷ୍ଟ୍ରେସନ

author img

By

Published : May 26, 2023, 5:13 PM IST

ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଜମିଜମା ପଞ୍ଜିକରଣ ପାଇଁ ଅନଲାଇନରେ ସ୍ଲଟ ବୁକ କରାଯିବ । ଲୋକମାନଙ୍କୁ ବାରମ୍ବାର ଆଉ ଦୌଡିବାକୁ ପଡିବ ନାହିଁ କି ସମୟ ମଧ୍ୟ ନଷ୍ଟ ହେବ ନାହିଁ । ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ସେହି ସମୟରେ ସେମାନେ ତହସିଲ ଓ ସବ ରେଜିଷ୍ଟ୍ରେସନ ଅଫିସରେ ପହଞ୍ଚିବେ । ଜମିବାଡି କିଣାବିକା ସେହି ସମୟରେ ହେବ । ଅଧିକ ପଢନ୍ତୁ

ବଦଳିଲା ଜମି କିଣାବିକା ନିୟମ; ଅନଲାଇନରେ ସ୍ଲଟ ବୁକିଂ, ପରେ ରେଜିଷ୍ଟ୍ରେସନ
ବଦଳିଲା ଜମି କିଣାବିକା ନିୟମ; ଅନଲାଇନରେ ସ୍ଲଟ ବୁକିଂ, ପରେ ରେଜିଷ୍ଟ୍ରେସନ

ବଦଳିଲା ଜମି କିଣାବିକା ନିୟମ; ଅନଲାଇନରେ ସ୍ଲଟ ବୁକିଂ, ପରେ ରେଜିଷ୍ଟ୍ରେସନ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଜମିଜମା ଇ-ରେଜିଷ୍ଟ୍ରେସନ ବା ପଞ୍ଜୀକରଣ ବ୍ୟବସ୍ଥାରେ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଦୁର୍ନୀତି ଓ ଅଫିସରେ ଭିଡ ସମସ୍ୟା ଦୂର କରିବା ଲାଗି ଏଣିକି ଅନଲାଇନରେ କରିବାକୁ ପଡିବ ସ୍ଲଟ ବୁକିଂ । ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜୀକରଣ ‌ହେବ । ଆଇଜିଆରଙ୍କ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇଛି । ଏଭଳି ନିୟମ କାର୍ଯ୍ୟକାରୀ କରିବାରେ ଓଡିଶା ପ୍ରଥମ ରାଜ୍ୟ ହେବ ।

ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଜମିଜମା ପଞ୍ଜିକରଣ ପାଇଁ ଅନଲାଇନରେ ସ୍ଲଟ ବୁକ କରାଯିବ । ଲୋକମାନଙ୍କୁ ବାରମ୍ବାର ଆଉ ଦୌଡିବାକୁ ପଡିବ ନାହିଁ କି ସମୟ ମଧ୍ୟ ନଷ୍ଟ ହେବ ନାହିଁ । ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ସେହି ସମୟରେ ସେମାନେ ତହସିଲ ଓ ସବ ରେଜିଷ୍ଟ୍ରେସନ ଅଫିସରେ ପହଞ୍ଚିବେ । ଜମିବାଡି କିଣାବିକା ସେହି ସମୟରେ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ କାମ କରୁଛି । ଦେଶରେ ଏହି ବ୍ୟବସ୍ଥା ପ୍ରଥମ । ଦେଶରେ ଲ୍ୟାଣ୍ଡ ଆକ୍ୟୁଜେସନରେ ମଧ୍ୟ ଓଡିଶା ପ୍ରଥମ । ଯିଏ ଯେତେବେଳେ ଉନ୍ନତି ମୂଳକ କାମ ପାଇଁ ଜମି ମାଗିଛନ୍ତି ତାଙ୍କୁ ଯୋଗାଇ ଦିଆଯାଇଛି ।

ଆଇଜିଆରଙ୍କ ଘୋଷଣା ଅନୁଯାୟୀ, ଜମି କିଣାବିକା, ସେଲ ଡିଡ ବା ପଞ୍ଜୀକରଣ ପାଇଁ ସବ ରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାର ଆବଶ୍ୟକତା ନାହିଁ । ଜମି କିଣାବିକା ପାଇଁ ଅନଲାଇନରେ ଆଗୁଆ ସ୍ଲଟ୍‌ ବୁକିଂ କରିବାକୁ ପଡ଼ିବ । ସ୍ଲଟରେ ମିଳିଥିବା ସମୟ ଅନୁସାରେ ଜମି ପଞ୍ଜୀକରଣ ହେବ । ଅନଲାଇନରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ ନେଇ ନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ । ବିଶେଷ କ୍ଷେତ୍ରରେ ଅନଲାଇନରେ ପଞ୍ଜୀକରଣ କରାଇ ତତ୍କାଳ ସୁବିଧା ବା ସ୍ଲଟ ଦିଆଯିବାର ବ୍ୟବସ୍ଥା ବି ରହିବ ।

ଜଣେ ବ୍ୟକ୍ତି ବିଶ୍ବର ‌ଯେକୌଣସି ସ୍ଥାନରେ ଥିଲେ ବି ତାର ଜମିଜମା କିଣାବିକା ପଞ୍ଜୀକରଣ ପାଇଁ ଅନଲ‌ାଇନରେ ଆବେଦନ କରିପାରିବେ । ନାମ ପଞ୍ଜୀକରଣ କରି ସ୍ଲଟ ନେଇପାରି‌ବେ । ମିଳିଥିବା ସ୍ଲଟ ଅନୁଯାୟୀ ସେହି ନିର୍ଦିଷ୍ଟ ଦିନ ବା ସମୟରେ ସବ ରେଜିଷ୍ଟ୍ରାର ଅଫିସ ଆସି ସେମାନଙ୍କ ପଞ୍ଜୀକରଣ କରିପାରିବେ । ଅନଲାଇନ ବ୍ୟବସ୍ଥାରେ ‌ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ କାଗଜପତ୍ର ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିବ । ଫଳରେ ଜାଲିଆତି କରି ଜମି କିଣାବିକା ଉପରେ ମଧ୍ୟ ଅଙ୍କୁଶ ଲାଗି ପାରିବ । ରାଜ୍ୟର ୨୦୫ଟି ରେଜିଷ୍ଟ୍ରେସନ କେନ୍ଦ୍ରରେ ଅନଲାଇନ ସ୍ଲଟ ବୁକିଂ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.