ETV Bharat / state

ଦିଲ୍ଲୀର ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ ଉଦଘାଟିତ

author img

By ETV Bharat Odisha Team

Published : Nov 15, 2023, 12:25 PM IST

ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ମେଳାରେ ଓଡିଶା ପାଭିଲିୟନକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଅଧିକ ପଢନ୍ତୁ

International Trade fair
International Trade fair

ଭୁବନେଶ୍ବର: ଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହୋଇଯାଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ଏହି ମେଳା ଆସନ୍ତା ୨୭ ତାରିଖ ଯାଏଁ ଚାଲିବ । ମଙ୍ଗଳବାର ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଥିବା ଓଡିଶା ପାଭିଲିୟନକୁ ଉଦଘାଟନ କରିଛନ୍ତି ରାଜ୍ୟର ସାର୍ବଜନୀନ ଉଦ୍ୟୋଗ ଏବଂ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ବାଣିଜ୍ୟ ମେଳା ଜରିଆରେ ବିଶ୍ଵକୁ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଝଲକ ଦେଖାଇଛି ଓଡିଶା ।

ଚଳିତ ବର୍ଷର ଭାରତ ଅନ୍ତର୍ଜାତୀୟ ମେଳାର ଥିମ ରହିଛି ବସୁଧୈବ କୁଟୁମ୍ବକମ । ଏହି ବିଷୟବସ୍ତୁ ଆଧାରରେ ଓଡ଼ିଶା ପାଭିଲିୟନ ପ୍ରସ୍ତୁତ କରାଯାଇଛି । ଏହି ଡିଜାଇନରେ କେବଳ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟିକ ପରମ୍ପରା, କୃଷି, ହସ୍ତତନ୍ତ, ହସ୍ତଶିଳ୍ପ ସମେତ ବିଭିନ୍ନ ଉତ୍ପାଦର ବିବିଧତା ପ୍ରଦର୍ଶିତ ହୋଇନାହିଁ, ବରଂ ଏଥିରେ ଉତ୍କୃଷ୍ଟ କଳା, ମୂର୍ତ୍ତି, ବୟନ ଶିଳ୍ପ ଏବଂ ଉତ୍କୃଷ୍ଟ ହସ୍ତଶିଳ୍ପ ମଧ୍ୟ ପ୍ରଦର୍ଶିତ ହୋଇଛି । ମଣ୍ଡପର ମଧ୍ୟଭାଗରେ ଥିବା ରାଘୁରାଜପୁରର ପଟ୍ଟଚିତ୍ର, ପିପିଲିର ଚାନ୍ଦୁଆ, ସମ୍ବଲପୁରୀ ବସ୍ତ୍ର ଆଦି ଦ୍ୱାରା ସୁସଜ୍ଜିତ ବୋଇତ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ପ୍ରତିଫଳିତ କରିଛି ।

ବାଣିଜ୍ୟ ଉଦ୍ଦେଶ୍ୟରେ ଓଡିଆ ସାଧବ ପୁଅମାନଙ୍କ ନୌଯାତ୍ରା ସମୟରେ ଓଡିଶାର କାରିଗରମାନେ ଡଙ୍ଗାର ଡେକ୍ ଉପରେ ଯେପରି ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଥିଲେ, ତାହାର ଅବିକଳ ନକଲ ସ୍ଵରୂପ କାରିଗରମାନେ ମଣ୍ଡପର ମଧ୍ୟଭାଗରେ ଥିବା ବୋଇତ ଉପରେ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାନାୟକଙ୍କ ସଫଳ ନେତୃତ୍ଵରେ ଅତୀତର ସ୍ଵର୍ଣ୍ଣିମ ଓ ବୈଭବମୟୀ ଓଡ଼ିଶାକୁ ବର୍ତ୍ତମାନର ପ୍ରଗତିଶୀଳ ଓଡ଼ିଶା ସହିତ ଯୋଡି ବିଶ୍ଵ ସମ୍ମୁଖରେ ଉପସ୍ଥାପନ କରିବାରେ ଓଡିଶା ପାଭିଲିୟନର ସଫଳ ପ୍ରୟାସକୁ ଓଡିଶାର ସାର୍ବଜନୀନ ଉଦ୍ୟୋଗ ଏବଂ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୂୟସୀ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନଭେମ୍ବର 14ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ସାମିଲ ହେବ ଓଡ଼ିଶା

ଏହାସହିତ ଓଡିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରାକୁ ବଜାୟ ରଖିବାରେ ଓଡିଶା ପାଭିଲିୟନ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ଏହି ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ମନ୍ତ୍ରୀ ଆଲୋକପାତ କରିଛନ୍ତି । ତେବେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ସଞ୍ଜୟ କୁମାର ସିଂହ, ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର, ନୂଆଦିଲ୍ଲୀସ୍ଥିତ ଓଡିଶାର ଆବାସିକ ଆୟୁକ୍ତ ରବିକାନ୍ତ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.