ETV Bharat / state

ରାଜ୍ୟ ସରକାରଙ୍କ ବିରୋଧରେ ଏକାଠି ହେଲେ ବିରୋଧୀ, ନଭେମ୍ବରରେ ରାୟଗଡ଼ାରେ ବିଶାଳ ସମାବେଶ

author img

By ETV Bharat Odisha Team

Published : Oct 21, 2023, 9:15 AM IST

କଂଗ୍ରେସ ଭବନରେ ଓଡ଼ିଶା ମିଳିତ ବୋରଧୀ ଦଳ ଏକତା ବୈଠକ । 17ଟି ବିରୋଧୀ ଦଳଙ୍କ ଉପସ୍ଥିତ ରେ ପ୍ରସ୍ତୁତ ହୋଇଛି ବ୍ଲୁ' ପ୍ରିଣ୍ଟ୍‌ । ଅଧିକ ପଢ଼ନ୍ତୁ

odisha opposition political parties alliance
odisha opposition political parties alliance

odisha opposition political parties alliance

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜ୍ୟ ସରକାରଙ୍କ ବିରୋଧୀ ମେଳି ସେତିକି ସଶକ୍ତ ହେବାରେ ଲାଗିଛି । ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ମିଳିତ ବିରୋଧୀ ଦଳ ଏକତା ବୈଠକ । ରାଜ୍ୟ ସରକାରଙ୍କୁ ଘେରିବାକୁ ଏକାଠି ହୋଇଛନ୍ତି ବିରୋଧୀ । ବିଜେଡି-ବିଜେପି ଛାଡ଼ି 17ଟି ବିରୋଧୀ ଦଳଙ୍କ ଉପସ୍ଥିତରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ୍‌ । ରାୟଗଡ଼ାରେ ନଭେମ୍ବର 08ରେ ହେବାକୁ ଥିବା ଜନ ଆକ୍ରୋଶ ସମାବେଶ ପୂର୍ବରୁ ଅକ୍ଟୋବର 30ରେ ହେବ ପ୍ରସ୍ତୁତି ବୈଠକ । ବିଜେପି ଓ ବିଜେଡି ସରକାରଙ୍କ ବିଫଳତାକୁ ନେଇ ସାଧାରଣ ଜନତାଙ୍କ ପାଖକୁ ଯିବ ଇଣ୍ଡିଆ ଟିମ୍‌ । ଜନ ଆକ୍ରୋଶ ସମାବେଶରେ ପ୍ରାୟ 10ହଜାରରୁ ଊର୍ଦ୍ଧ୍ବ ଜନ ସମାଗମ ହେବ ବୋଲି ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

ନଭେମ୍ବର ମାସରେ ୪ଟି ଜନ ଆକ୍ରୋଶ ସମାବେଶ ହେବା । ଯେଉଁ ଯେଉଁ ସ୍ଥାନରେ ଜନ ସମାବେଶ ହେବ ସେଠାରେ ବୈଠକ ବସି ସାରିଛି । ନଭେମ୍ବର ମାସର ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ଓ ରାଉରକେଲାରେ ଓ ଡିସେମ୍ବର ମାସରେ ଦ୍ଵିତୀୟ ପର୍ଯ୍ୟାୟରେ ସମ୍ବଲପୁର ଓ ବାଲେଶ୍ଵର ଜିଲ୍ଲାରେ ଜନ ଆକ୍ରୋଶ ସମାବେଶ ଆୟୋଜନ କରାଯିବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ବିରୋଧୀ ରାଜନୈତିକ ଦଳ ବିଜେପି ଓ ବିଜେଡି ବ୍ୟତୀତ ଅନ୍ୟ ଦଳ ଏଥିରେ ସାମିଲ ହେବେ ।

ବିଜେଡି ଏବଂ ବିଜେପି ସରକାରଙ୍କୁ ଘେରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି । ବୈଠକ ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟରେ କହିଛନ୍ତି ଯେ, କମିଟିର ନିଷ୍ପତି କ୍ରମରେ ରାୟଗଡା, ସମ୍ବଲପୁର, ବାଲେଶ୍ୱର, ରାଉଲକେଲାରେ ନଭେମ୍ବର ମାସରେ ବିକ୍ଷୋଭ ପଦର୍ଶନ କରାଯିବ । ବିଜେଡି ଏବଂ ବିଜେପି ସରକାର ବିରୋଧରେ ଏହି ଜନ ଜାଗରଣ ଆନ୍ଦୋଳନ କରି ଜନତାଙ୍କୁ ସଚେତନ କରାଯିବ । ରାଜ୍ୟର 17ଟି ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଏହି ବୈଠକ ଯୋଗ ଦେଇଛନ୍ତି । ଆରଜେଡି, ସିପିଆଇଏମ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଟିଏମସି, ସିପିଏମ, ଆପ ,ଆରପିଆଇ ମେଣ୍ଟରେ ସାମିଲ ହୋଇଛନ୍ତି ।

ଜନ ଆକ୍ରୋଶ ସମାବେଶରେ ଶାସକ ବିଜେଡି ବିଜେପି ଉପରେ ଗର୍ଜିବେ ବିରୋଧୀ । 17 ଜଣିଆ ସଂଯୋଜନା କମିଟି ଗଠନ ହୋଇଛି । ଆଗାମୀ ଦିନରେ ଏହି ରାଜନୈତିକ ମେଣ୍ଟର ରାଜନୈତିକ ଅଭିଯାନ ଆରମ୍ଭ ହେବ । ରାଜ୍ୟବ୍ୟାପୀ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ ହେବ 4ଟି ସ୍ଥାନରେ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହେବ । ନଭେମ୍ବରରେ ରାୟଗଡ଼ା ଏବଂ ରାଉରକେଲାରେ ଦୁଇଟି ବିଶାଳ ଜନ ଆକ୍ରୋଶ ସମାବେଶ ହେବ । ଡିସେମ୍ବରରେ ଦୁଇଟି ସ୍ଥାନରେ ହେବ ସମାବେଶ । ସମ୍ବଲପୁର ଏବଂ ବାଲେଶ୍ୱରରେ ଜନ ଆନ୍ଦୋଳନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.