ETV Bharat / state

IPS ଦୀପ୍ତେଶ ପଟ୍ଟନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଛାତ୍ର କଂଗ୍ରେସ

author img

By

Published : Nov 7, 2022, 8:58 PM IST

IPS ଦୀପ୍ତେଶ ପଟ୍ଟନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଛାତ୍ର କଂଗ୍ରେସ । ବରିଷ୍ଠ IPS ଅଧିକାରୀ ଦୀପ୍ତେଶ ପଟ୍ଟନାୟକ ବିଭିନ୍ନ ସମୟରେ ସରକାରୀ ଟଙ୍କାରେ ବିଦେଶ ଗସ୍ତ କରି ବିଳାସପୂର୍ଣ୍ଣ ସୁଖ ଉପଭୋଗ କରୁଥିବା ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ଏନେଇ ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଂଯୋଜକ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

Odisha NSUI hold a press meet against IPS Officer Diptesh Patnaik life style
IPS ଦୀପ୍ତେଶ ପଟ୍ଟନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: IPS ଦୀପ୍ତେଶ ପଟ୍ଟନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । IPS ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କ ନାଁରେ ଗୁରୁତର ଅଭଯୋଗ ଆଣଛି ଛାତ୍ର କଂଗ୍ରେସ । IPS ଅଧିକାରୀ ସରକାରୀ ଟଙ୍କାରେ ବିଦେଶ ଗସ୍ତ କରି ବିଳାସପୂର୍ଣ୍ଣ ସୁଖ ଉପଭୋଗ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ IPS ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।

IPS ଦୀପ୍ତେଶ ପଟ୍ଟନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଛାତ୍ର କଂଗ୍ରେସ

ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଂଯୋଜକ ଅଖିଳେଶ ଯାଦବ କହିଛନ୍ତି, "ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ମଧ୍ୟ କିଭଳି ଏତେ ଛୁଟି ପାଉଛନ୍ତି ? ତାଙ୍କର ସରକାରୀ ବାସଭବନରେ କୋଟି କୋଟି ଟଙ୍କ ଖର୍ଚ କରି ରାଜ ଉଆସ ଭାବେ ସଜାଉଛନ୍ତି । ବାବୁଙ୍କର ଏହି ସବୁ ବିଶୃଙ୍ଖଳିତ କାର୍ଯ୍ୟ ସରକାରୀ ନିୟମର ଉଲ୍ଲଂଘନ କରୁଛି । ତାଙ୍କ ବିରୋଧରେ ତଦନ୍ତ ହେବା ଜରୁରୀ । ରାଉଲକେଲା ଏସପି ଥିବା ବେଳେ ତାଙ୍କ ବିରୋଧରେ ତଦନ୍ତ କମିଶନ ବସିଥିବା ସତ୍ତ୍ବେ ତାଙ୍କୁ ପଦନ୍ନୋତି କିଭଳି ମିଳିଲା ?"

IPS ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ଓକିଲ ସଂଘ ପ୍ରତିବାଦ କରିଥିଲା । ତାଙ୍କ ବିରୋଧରେ ନାଇଡୁ କମିଶନ ତଦନ୍ତ କରିଥିଲେ । ସେହିପରି ସରକାରୀ ନିୟମ ଅନୁସାରେ ତାଙ୍କର ସମ୍ପତ୍ତି ତଥ୍ୟ ଏପର୍ଯ୍ୟନ୍ତ କାହିଁକି ସରକାରଙ୍କୁ ଦେଇନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଆଉ ଏଭଳି ଅଧିକାରୀଙ୍କ ଉପରେ ରାଜ୍ୟ ଭିଜିଲାନ୍ସ ଓ ଇଡିର ନଜର ରହିଛି କି ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ତେଣୁ ତାଙ୍କ ଉପରେ ବିଧିବଦ୍ଧ ତଦନ୍ତ କରିବା ସହ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଛାତ୍ର କଂଗ୍ରେସର ରାଷ୍ଟୀୟ ସଂଯୋଜକ ଅଖିଳେଶ ଯାଦବ । ସେପଟେ ଏନେଇ ବରିଷ୍ଠ IPS ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.