ETV Bharat / state

ଆଜି ରାଜ୍ୟ କ୍ୟାବିନେଟ, ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

author img

By

Published : Nov 29, 2022, 12:29 PM IST

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ୮ଟି ପ୍ରସ୍ତାବରେ ମୋହର ବାଜିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

ଆଜି ରାଜ୍ୟ କ୍ୟାବିନେଟ, ୮ଟି ପ୍ରସ୍ତାବରେ ବାଜିବ ମୋହର
ଆଜି ରାଜ୍ୟ କ୍ୟାବିନେଟ, ୮ଟି ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ(Odisha Cabinet Meeting) । ସନ୍ଧ୍ୟା 7ଟା 15 ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏଥିରେ 8ଟି ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିବା ନେଇ ସୂଚନା ମିଳିଛି । ଶୀତକାଳୀନ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମେକ ଇନ ଓଡିଶା କନକ୍ଲେଭ 2022 ଓ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ପ୍ରସ୍ତାବରେ ମୋହର ମାରିବ ରାଜ୍ୟ କ୍ୟାବିନେଟ ।

ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, କ୍ରୀଡା, ଶିଳ୍ପ ଓ ଓଡିଆ, ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ବିଭିନ୍ନ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତାରେ କରିବେ । ସେହିପରି ମନ୍ତ୍ରୀଗଣ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.