ETV Bharat / state

ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ସୁପାରିଶ କରିବ ରାଜ୍ୟ

author img

By

Published : Jun 21, 2023, 10:40 PM IST

ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସଉରା ଭାଷା ଅନ୍ତର୍ଭୁକ୍ତ ହେଲେ ସଉରା ଜନଜାତିଙ୍କ ପାଇଁ ନିମ୍ନୋକ୍ତ ସୁଯୋଗ ସୃଷ୍ଟି ହୋଇପାରିବ । ଏହା ସଉରା ଭାଷା ଓ ସଂସ୍କୃତିର ସଂରକ୍ଷଣ ପ୍ରଚାର ଓ ପ୍ରସାରରେ ସହାୟକ ହେବ । ବିଭିନ୍ନ ବିଷୟ ଉପରେ ଲେଖା ସୃଷ୍ଟି ତଥା ପ୍ରକାଶନ ଏବଂ ଭାଷାକୁ ସ୍ୱୀକୃତି ଦେବାରେ ବ୍ୟାପକତର ହେବ । ଅଧିକ ପଢନ୍ତୁ

ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ସୁପାରିଶ କରିବ ରାଜ୍ୟ
ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ସୁପାରିଶ କରିବ ରାଜ୍ୟ

ଭୁବନେଶ୍ବର: ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିବ ଓଡିଶା । ଏନେଇ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଏହି ପ୍ରସ୍ତାବକୁ ମୋହର ମାରିଛି । ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ନିକଟରେ ସୁପାରିଶ କରିବ ରାଜ୍ୟ । କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଆଦିବାସୀ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ।

ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସଉରା ଭାଷା ଅନ୍ତର୍ଭୁକ୍ତ ହେଲେ ସଉରା ଜନଜାତିଙ୍କ ପାଇଁ ନିମ୍ନୋକ୍ତ ସୁଯୋଗ ସୃଷ୍ଟି ହୋଇପାରିବ । ଏହା ସଉରା ଭାଷା ଓ ସଂସ୍କୃତିର ସଂରକ୍ଷଣ ପ୍ରଚାର ଓ ପ୍ରସାରରେ ସହାୟକ ହେବ । ବିଭିନ୍ନ ବିଷୟ ଉପରେ ଲେଖା ସୃଷ୍ଟି ତଥା ପ୍ରକାଶନ ଏବଂ ଭାଷାକୁ ସ୍ୱୀକୃତି ଦେବାରେ ବ୍ୟାପକତର ହେବ । ସଉରା ଭାଷାର ସଂରକ୍ଷଣ, ବିକାଶ ଏବଂ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହି ନିଷ୍ପତିରେ ରାଜ୍ୟର ୫ ଲକ୍ଷରୁ ଉର୍ଦ୍ଧ୍ବ ସଉରା ଭାଷାଭାଷୀ ଲୋକ ଉପକୃତ ହେବେ ।

ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ସକାଶେ ସୁପାରିଶ କରାଯାଇଥିବା କ୍ୟାବିନେଟ ନିଷ୍ପତିରେ କୌଣସି ଆର୍ଥିକ କାରବାର ରହିବ ନାହିଁ । ପୂର୍ବରୁ ରାଜ୍ୟର ତିନୋଟି ପ୍ରମୁଖ ଆଦିବାସୀ ଭାଷା ହୋ, ମୁଣ୍ଡାରି ଏବଂ ଭୁମିଜକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ମିଳୁ ବୋଲି ଓଡିଶା ଦାବି ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଥର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଆଦିବାସୀଙ୍କ ଭାଷା ପ୍ରତି କେନ୍ଦ୍ର ସରକାର ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ରାଜ୍ୟ ସରକାର ଅଭିଯୋଗ କରିଆସୁଛି । ଆଦିବାସୀଙ୍କ ଦ୍ବାରା କଥିତ ଭାଷା ଭାରତ ପାଇଁ ମୂଲ୍ୟବାନ । ଆଦିବାସୀମାନଙ୍କ ପରିଚୟ ପାଇଁ ଭାଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସଂସଦରେ ବାରମ୍ବାର ଦାବି କରୁଛନ୍ତି ବିଜେଡି ସାଂସଦ ।

ସେପଟେ ଆଜି କ୍ୟାବିନେଟ ଅନାଥଶ୍ରମ, ବ୍ଲାଇଣ୍ଡ ସ୍କୁଲ ଓ ଗୋଶାଳା ପାଇଁ ସ୍ବତନ୍ତ୍ର ରେଣ୍ଟ ବ୍ୟବସ୍ଥା । ସ୍ବତନ୍ତ୍ର ରେଣ୍ଟ ସମ୍ପର୍କୀତ ନୀତିକୁ କ୍ୟାବିନେଟ ମୋହର ବାଜିଛି । ଓଡ଼ିଶା ଜିଏସଟି ଆଇନରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଅବଢ଼ା ଯୋଜନାରେ ସଂଶୋଧିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଅବଢ଼ା ଯୋଜନା ଲାଗୁ ହୋଇଛି । ଏହି ଯୋଜନାର ଅଟକଳ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ୩୨୦୮ କୋଟିର ବ୍ୟୟବରାଦକୁ ୪୨୨୪.୨୨ କୋଟିକୁ ବୃଦ୍ଧି ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.