ETV Bharat / state

Odisha BJP State Executive Meet: ଶନିବାର ଠାରୁ ରାଜ୍ୟ ବିଜେପିର 2 ଦିନିଆ କାର୍ଯ୍ୟକାରିଣୀ ବୈଠକ

author img

By

Published : Jan 20, 2023, 5:55 PM IST

ଗୋଲକ କହିଛନ୍ତି ଆସନ୍ତାକାଲି (ଜାନୁୟାରୀ 21) ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ପ୍ରଥମ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ହେବ । ଏଥିରେ ଜିଲ୍ଲା ସଭାପତି, ଜିଲ୍ଳା ପ୍ରଭାରୀ ଏବଂ ରାଜ୍ୟ ପଦାଧୀକାରୀଙ୍କ ବୈଠକା ହେବ। ଦ୍ବିତୀୟ ଦିବସ 22 ରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତଏକ ଘରୋଇ ହୋଟେଲରେ ରାଜ୍ୟ କାରିଣୀ ସଦସ୍ୟଙ୍କ ବୈଠକ ହେବ । ଅଧିକ ପଢନ୍ତୁ

Odisha BJP State Executive Meet
Odisha BJP State Executive Meet

ଶନିବାର ଠାରୁ ରାଜ୍ୟ ବିଜେପିର 2 ଦିନିଆ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ । ପ୍ରଥମ ଦିନରେ ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ହେବାକୁ ଥିବାବେଳେ, ଦ୍ବିତୀୟ ଦିନରେ ରାଜଧାନୀସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ହେବ । ଆଗାମୀ ବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକର ବେଶ ଗୁରୁତ ରହିଛି । ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଗୋଲକ କହିଛନ୍ତି ଆସନ୍ତାକାଲି (ଜାନୁଆରୀ 21)ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ପ୍ରଥମ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ହେବ । ଏଥିରେ ଜିଲ୍ଲା ସଭାପତି, ଜିଲ୍ଳା ପ୍ରଭାରୀ ଏବଂ ରାଜ୍ୟ ପଦାଧୀକାରୀଙ୍କ ବୈଠକ ହେବ । ଦ୍ବିତୀୟ ଦିବସ ଜାନୁଆରୀ 22ରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ହୋଟେଲରେ ରାଜ୍ୟ କାରିଣୀ ସଦସ୍ୟଙ୍କ ବୈଠକ ହେବ । ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ, ସମସ୍ତ ବିଧାୟକ, ସାଂସଦ, 3ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ ଓ ରାଜ୍ୟ ପ୍ରଭାରୀ ଯୋଗଦେବେ ।

ଗୋଲକ କହିଛନ୍ତି ନିକଟରେ ଶେଷ ହୋଇଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ । ଜାତୀୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଥିବା ବିଷୟ ରାଜ୍ୟ କାର୍ଯ୍ୟକାରିଣୀରେ ଆସିବ । ଏହାସହ ରାଜ୍ୟରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହେବ । ଧାନ, ଚାଉଳ, ଘର ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ ସମସ୍ୟା, ଋଣଭାରରେ ବୁଡ଼ି ରହିଥିବା ରାଜ୍ୟ ସରକାର, ରାଜ୍ୟରେ ଆର୍ଥିକ ମାନ୍ଦାବସ୍ଥା, ଆବାସରେ ଯୋଗ୍ୟ ହିତାଧୀକାରୀ ବାଦ ପଡ଼ିବା ପ୍ରସଙ୍ଗ ସହ ମଣ୍ଡି ସମସ୍ୟା ସଂପର୍କରେ ଆଳୋଚନା ହେବ ।

ବିଜେପି କହିଛି ଦଳର ସ୍ବର ଶାଣିତ ହେବ । ରାଜ୍ୟ ସରକାର ଜନସାଧାରଣଙ୍କୁ ପ୍ରତାରିତ କରୁଛି । ଖାଲି ଭୋଟ ଜିତିବା ରାଜନୀତି କରୁଛି । ଲୋକମାନଙ୍କୁ ଭଣ୍ଡେଇ ଚାଲିଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛି ଏ ସମସ୍ତ କଥାକୁ ଲୋକକଲୋଚନକୁ ଆଣି, ତାରି ବିରୋଧରେ ଆନ୍ଦୋଳନକୁ ତୀବ୍ର କରାଯିବା ନେଇ ବିସ୍ତୃତ ଆଲୋଚନା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.