ETV Bharat / state

4 ଦିନରେ ସରିଲା ବିଧାନସଭା ଶୀତ ଅଧିବେଶନ: ବିରୋଧୀ କହିଲେ ଗଣତନ୍ତ୍ର ପାଇଁ ଅଶୁଭ

author img

By ETV Bharat Odisha Team

Published : Nov 24, 2023, 7:29 PM IST

Updated : Nov 24, 2023, 11:08 PM IST

Assembly Adjourned: ମାତ୍ର 4 ଦିନରେ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ବିରୋଧୀ କହିଲେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଅଧିକ ପଢ଼ନ୍ତୁ

4 ଦିନରେ ସରିଲା ବିଧାନସଭା ଶୀତ ଅଧିବେଶନ: ବିରୋଧୀ କହିଲେ ଗଣତନ୍ତ୍ର ପାଇଁ ଅଶୁଭ
4 ଦିନରେ ସରିଲା ବିଧାନସଭା ଶୀତ ଅଧିବେଶନ: ବିରୋଧୀ କହିଲେ ଗଣତନ୍ତ୍ର ପାଇଁ ଅଶୁଭ

ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର: ମାତ୍ର ୪ ଦିନ ଯାଇଥିଲା, ଆହୁରି ୨୬ଟି କାର୍ଯ୍ୟ ଦିବସ ବାକି ଥିଲା । ଅଧାରୁ ବନ୍ଦ ହୋଇଗଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଳତବି ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଯାହାକୁ ପ୍ରତିବାଦ କରି କକ୍ଷ ତ୍ୟାଗ କରିଛନ୍ତି ବିଜେପି ଓ କଂଗ୍ରେସ ସଦସ୍ୟ । ଶୀତ ଅଧିବେଶନକୁ ଅପ୍ରତ୍ୟାଶିତ ଭାବେ ବନ୍ଦ କରାଯିବା ଘଟଣାକୁ କଡ଼ା ସ୍ବରରେ ସମାଲୋଚନା କରିଛନ୍ତି ବିରୋଧୀ ।

ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । 26 ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି । ମୁଲତବି ଘୋଷଣା କରିବାକୁ ମୋସନ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସମର୍ଥନ ଜଣାଇଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା ଓ ଭୁପିନ୍ଦର ସିଂହ । ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ମୋସନକୁ ସମର୍ଥନ ଜଣାଇଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଯେ, ଏହି ଅଧିବେଶନ ଚାରି ଦିନ ସୁରୁଖୁରୁରେ ଚାଲିଥିଲା । ଆଉ କୌଣସି କାର୍ଯ୍ୟ ବାକି ନାହିଁ । ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ରଖିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର କକ୍ଷ ତ୍ୟାଗ କରିଥିଲେ ।

ଏହାମଧ୍ଯ ପଢ଼ନ୍ତୁ: ବିଧାନସଭାରେ 'କୋଶଳୀ' ତାତି: ନରସିଂହଙ୍କ ଗୁଗୁଲିକୁ ପ୍ରତାପଙ୍କ ପ୍ରହାର !

ଏହାମଧ୍ଯ ପଢ଼ନ୍ତୁ: ନବୀନ ସରକାରଙ୍କୁ ନରସିଂହଙ୍କ ଟାର୍ଗେଟ, 'ପ୍ରତିଶ୍ରୁତି ପାଳନରେ ଫେଲ୍ ରାଜ୍ୟ ସରକାର'

ବିଧାନସଭା ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି କଲେ ବାଚସ୍ପତି । ମାତ୍ର 4 ଦିନ ଚାଲିଛି ବିଧାନସଭା । ଏହି 4 ଦିନ ମଧ୍ୟରେ ଗୋଟିଏ ମୁଲତବି ପ୍ରସ୍ତାବ ଆଲୋଚନା ହୋଇଛି । ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ପ୍ରବଳ ହୋ ହଲ୍ଲା ହୋଇଥିଲା । ଡିସେମ୍ବର ୩୦ ପର୍ଯ୍ୟନ୍ତ ବିଧାନସଭା ଚାଲିବା ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ଏ ନେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, କେବଳ ଗୋଟିଏ ସଂଶୋଧନ ବିଲ୍ ରହିଥିଲା । ଏହା ଗତକାଲି(ଗୁରୁବାର) ପାରିତ ହୋଇଛି । ଆଉ କାର୍ଯ୍ୟକ୍ରମ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ପାଇଁ ପ୍ରସ୍ତାବ ରଖିଥିଲୁ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜେଡି ଜନ ବିରୋଧୀ ସରକାର ବୋଲି ପ୍ରମାଣିତ କରିଛନ୍ତି । ଜନସାଧାରଣଙ୍କୁ ଧୋକ୍କା ଦେଇଛନ୍ତି । କୌଣସି ଶୀତକାଳୀନ ଅଧିବେଶନ 4 ଦିନ ଚାଲିବା ନେଇ ନଜିର ନାହିଁ । ସଠିକ କହିବାକୁ ଗଲେ ଆଜି(ଶୁକ୍ରବାର) ଦିନଟିଏ ଗୃହ ଚାଲିଥିଲା । ଗୃହକୁ ଏମିତି ବନ୍ଦ କରିବା ଅତି ନିନ୍ଦନୀୟ ଘଟଣା । ବିରୋଧୀ ଦଳକୁ ସାହସ ନଥିବାରୁ ଶାସକ ଦଳ ଏମିତି କରିଛନ୍ତି । ଗଣତନ୍ତ୍ର ବିରୋଧୀ ସରକାର ଲୋକଙ୍କ ସମସ୍ୟା ଆଲୋଚନା କରିବାକୁ ଦେଲେ ନାହିଁ । ଭୟଭୀତ ହୋଇ ପଳାୟନ ପନ୍ଥୀ ସାଜିଲେ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 24, 2023, 11:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.