ETV Bharat / state

କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ମାମଲା, ଛାତ୍ର କଂଗ୍ରେସର SIT ତଦନ୍ତ ଦାବି

author img

By

Published : Jan 18, 2023, 6:04 PM IST

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ । ସାମ୍ବାଦିକ ସମ୍ବିଳନୀ ଜରିଆରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ସହିତ କ୍ରୀଡାମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଛାତ୍ର କଂଗ୍ରେସ । ଏହି ମାମଲାରେ ଏସଆଇଟି ତଦନ୍ତ ଦାବି କରିଛି । ଅଧିକ ପଢ଼ନ୍ତୁ

NSUI demands SIT Investigation in Cricketer Rajashree Swain Death Case
ଛାତ୍ର କଂଗ୍ରେସର SIT ତଦନ୍ତ ଦାବି

ଛାତ୍ର କଂଗ୍ରେସର SIT ତଦନ୍ତ ଦାବି

ଭୁବନେଶ୍ବର: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ମାମଲାରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ରାଜଶ୍ରୀଙ୍କ ମୃତ୍ୟୁ ପାଇଁ ସିଧାସଳଖ OCAକୁ ଦାୟୀ କରିଥିଲେ ପରିବାର ଲୋକେ । ରାଜଶ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ସମର୍ଥନ କରି ନିକଟରେ ବିଜେପି ପକ୍ଷରୁ OCA କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏବେ ଏହି ଘଟଣା ନେଇ ସାମ୍ବାଦିକ ସମ୍ବିଳନୀ ଜରିଆରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, କ୍ରୀଡାମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ଏହି ମାମଲାରେ ଏସଆଇଟି ତଦନ୍ତ ଦାବି କରିଛି ଛାତ୍ର କଂଗ୍ରେସ ।

ଆୟୋଜିତ ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି, "ରାଜ୍ୟରେ ଜଣେ କ୍ରୀଡ଼ାବିତ ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ, କ୍ରୀଡା ମନ୍ତ୍ରୀ, OCA ସଭାପତି ଏବେ ଯାଏଁ ନୀରବ ରହିଛନ୍ତି । ରାଜଶ୍ରୀ ଭଲ ଖେଳୁଥିଲେ । ରାଜ୍ୟ ଓ ଦେଶ ପାଇଁ ଆଗକୁ ଗୌରବ ଆଣିଥାନ୍ତେ । ଚୟନ ପ୍ରକ୍ରିୟାରେ ପାତରଅନ୍ତର କରାଯାଇଥିବା କଥା ସେ ପରିବାର ଲୋକଙ୍କୁ ଜଣାଇଥିଲେ । ମୁଣ୍ଡରେ ଓ ଶରୀରରେ ଆଘାତ ଲାଗିଥିବା କଥା ସାମ୍ନାକୁ ଆସୁଛି । OCA ସଭାପତି କ୍ରୀଡ଼ା ଉପରେ ଅନଭିଜ୍ଞ ।" ତେବେ କେଉଁ ଯୋଗ୍ୟତାରେ ସେ ପଦବୀରେ ବସିଛନ୍ତି ଓ କାହା ଚାପରେ କଟକ ଏସପି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ତେବେ ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲାର SIT ତଦନ୍ତ ଦାବି କରିଛି ଛାତ୍ର କଂଗ୍ରେସ । ଆଗକୁ ଏହି ମାମଲାରେ କ୍ରୀଡାମନ୍ତ୍ରୀ, OCA ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ପ୍ରକାଶ ଥାଉକି, ଗତ ୧୩ ତାରିଖରେ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ମିଳିଥିବା ନେଇ ମଙ୍ଗଳବାଗ ପୋଲିସ ସ୍ପଷ୍ଟ କରିଥିଲା । ଜାନୁଆରୀ ୧୧ ତାରିଖରୁ ନିଖୋଜ ଥିଲେ ରାଜଶ୍ରୀ । ଏନେଇ ମଙ୍ଗଳବାଗ ଥାନାରେ FIR ଦେଇଥିଲେ ମହିଳା ଟିମ୍‌ର କୋଚ୍ । ରାଜଶ୍ରୀଙ୍କ ମୁଣ୍ଡ ଏବଂ ମୁହଁରେ କ୍ଷତ ଚିହ୍ନ ଥିବାରୁ ତାଙ୍କ ବାପା ଓ ଭଉଣୀ ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଣାର୍କର ଭୁଆଁଗାଁରେ ରାଜଶ୍ରୀଙ୍କ ଘର । ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.