କୁଆଖାଇ ଉପରେ ବ୍ୟାରେଜ ନିର୍ମାଣ ଦାବି, ଜଳସମ୍ପଦ ମନ୍ତ୍ରୀଙ୍କୁ ଭେଟିଲେ ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦ ପ୍ରତିନିଧି

କୁଆଖାଇ ଉପରେ ବ୍ୟାରେଜ ନିର୍ମାଣ ଦାବି, ଜଳସମ୍ପଦ ମନ୍ତ୍ରୀଙ୍କୁ ଭେଟିଲେ ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦ ପ୍ରତିନିଧି
କୁଆଖାଇ ନଦୀ ଉପରେ ଆନିକଟ ନିର୍ମାଣ ପାଇଁ ଦାବି । ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା କଲେ ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ ପ୍ରତିନିଧି । ମନ୍ତ୍ରୀଙ୍କ ସହ ଆଲୋଚନା ସକାରାତ୍ମକ ରହିଥିବା ଗଣମାଧ୍ୟମକୁ କହିଛନ୍ତି ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦର ସଭାପତି ପ୍ରଭାତ ଦାସ । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: କୁଆଖାଇ ନଦୀ ଉପରେ ଏକ ଆନିକଟ ନିର୍ମାଣ ପାଇଁ ଜୋର ଧରିଲା ଦାବି । ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ ପ୍ରତିନିଧିମାନେ ଏନେଇ ମଙ୍ଗଳବାର ଜଳସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜଳସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା ସକାରାତ୍ମକ ରହିଥିବା କହିଛନ୍ତି ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦର ସଭାପତି ପ୍ରଭାତ ଦାସ ।
ଗୁଜୁରାଟ ସାବରମତି ମଡେଲରେ ନିର୍ମାଣ ହେବ ବାରଙ୍ଗ ବ୍ୟାରେଜ । ଉକ୍ତ ବ୍ୟାରେଜ ତିଆରି ଦ୍ବାରା ସମ୍ପୂର୍ଣ୍ଣ ଭୁବନେଶ୍ବର ସହ ୩୦ରୁ ୫୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ବାରଙ୍ଗବାସୀଙ୍କ ପାଣିର ସମସ୍ୟା ସମାଧାନ ପାଇଁ ଏହି ଆନିକଟ ଗୁରୁତ୍ବ ବହନ କରୁଛି । ତେବେ ବାଲିଅନ୍ତା ଠାରେ କୁଆଖାଇ ଉପରେ ଚାଲିଥିବା ଆନିକଟ ନିର୍ମାଣକୁ ନେଇ ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ ପକ୍ଷରୁ ଦୀର୍ଘ ୧୦ ବର୍ଷ ଧରି ସରକାରଙ୍କୁ ନିବେଦନ କରାଯାଉଛି l କିନ୍ତୁ ଆଜି ଯାଏଁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଫଳରେ ୬୦ ବର୍ଷ ଭିତରେ ବହୁ ପରିମାଣର ପୋତି ହେଇଯିବା ସହ ଏବଂ ଉପର ମୁଣ୍ଡରୁ ଜଳ ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ବର୍ତ୍ତମାନ ମହାନଦୀ ଶୁଖିଲା ପଡିଛି । ଏଥିପାଇଁ କୁଆଖାଇ ବାଲିଅନ୍ତା ଠାରେ ଏକ ବୃହତ ଆନିକଟ ନିର୍ମାଣ କରାଯିବା ସହ କୁଆଖାଇର ଉଭୟ ପାର୍ଶ୍ବରେ ବନ୍ଧ ଏବଂ ରାସ୍ତା ନିର୍ମାଣ କରାଯିବା ନେଇ ଆଜି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦର ପ୍ରତିନିଧିଗଣ ।
ଏନେଇ ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦର ସଭାପତି ପ୍ରଭାତ ଦାସ । ସେ କହିଛନ୍ତି, "କୁଆଖାଇ ଉପରେ ଏକ ଆନିକଟ ନିର୍ମାଣ ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା । ଆଜି ଜଳସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା ସକାରାତ୍ମକ ରହିଛି । ଆସନ୍ତା ଦୁଇ ବର୍ଷ ଭିତରେ ବ୍ୟାରେଜ ନିର୍ମାଣ ହେବା ନେଇ ମନ୍ତ୍ରୀ ରାଜି ହୋଇଛନ୍ତି । ଖୁବଶୀଘ୍ର ଏହାର ଆନୁଷଙ୍ଗିକ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାଦ୍ବାରା ଭୁବନେଶ୍ବରବାସୀଙ୍କ ପାଇଁ ଆଉ ଜଳ କଷ୍ଟ ସମସ୍ୟା ରହିବ ନାହିଁ ।" ଆଜି ଜଳସମ୍ପଦ ମନ୍ତ୍ରୀଙ୍କ ସହ ସାକ୍ଷାତ ଓ ଆଲୋଚନା ସମୟରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର
