ETV Bharat / state

ନାହିଁ ଭିତ୍ତିଭୂମି, ନାହାଁନ୍ତି ଶିକ୍ଷକ: ଅବ୍ୟବସ୍ଥା ଘେରରେ ବାଘମାରି ଉଚ୍ଚ ବିଦ୍ୟାଳୟ

author img

By

Published : Aug 18, 2021, 6:54 PM IST

ସମସ୍ୟା ଘେରରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ସ୍କୁଲ । ଶିକ୍ଷକ ଓ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ନାହିଁ ଆବଶ୍ୟକୀୟ ଭିତ୍ତିଭୂମି । ସ୍କୁଲରେ ତାଲା ପକାଇବାକୁ ଚେତାବନୀ ଦେଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ନାହିଁ ଭିତ୍ତିଭୂମି, ନାହାନ୍ତି ଶିକ୍ଷକ: ଅବ୍ୟବସ୍ଥା ଘେରରେ ବାଘମାରି ଉଚ୍ଚ ବିଦ୍ୟାଳୟ

ଖୋର୍ଦ୍ଧା: ଦୀର୍ଘଦିନର କଟକଣା କୋହଳ ହେବା ପରେ ଆରମ୍ଭ ହୋଇଛି ପାଠପଢା । ପୁଣି ଥରେ ସ୍କୁଲ ଆସି ପାଠପଢା ଆରମ୍ଭ କରିଛନ୍ତି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । କିନ୍ତୁ ଅବ୍ୟବସ୍ଥା ଘେରରେ ସ୍କୁଲ । ନାହିଁ ଆବଶ୍ୟକୀୟ ଭିତ୍ତିଭୂମି, ନାହାଁନ୍ତି ଆବଶ୍ୟକ ସଂଖ୍ୟକ ଶିକ୍ଷକ । ଏପରି ଏକ ସମସ୍ୟା ଘେରା ସ୍କୁଲ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ସ୍ଥିତ ରଘୁନାଥ ଦେବ ଉଚ୍ଚ ବିଦ୍ୟାଳୟ ।

ସ୍କୁଲରେ ଆବଶ୍ୟକୀୟ ଭିତ୍ତିଭୂମି ନ ଥିବାବେଳେ ନବମ ଶ୍ରେଣୀରେ 75 ଓ ଦଶମରେ 78 ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏମାନଙ୍କ ପାଇଁ ୮ ଜଣ ଶିକ୍ଷକ ରହିବା ସ୍ଥାନରେ ସ୍କୁଲରେ ଏବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ମାତ୍ର ୩ଜଣ ଶିକ୍ଷକ ପାଠ ପଢାଉଛନ୍ତି । ସ୍କୁଲରେ ଗଣିତ,ବିଜ୍ଞାନ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ପଢ଼ାଉଥିବା ଶିକ୍ଷକ ମଧ୍ୟ ନାହାନ୍ତି । ସ୍କୁଲରେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କିରାଣୀ ପଦବୀ ଖାଲି ପଡ଼ିଥିବାରୁ ସ୍କୁଲର ପରିଚାଳନା ଓ ରକ୍ଷଣାବେକ୍ଷଣା ମଧ୍ୟ ଠିକ ଭାବେ ହେଉନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି।

ଗ୍ରାମବାସୀ ଏହି ବିଷୟରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳଙ୍କୁ ମଧ୍ୟ ଅବଗତ କରି ନିରାଶ ହୋଇଛନ୍ତି । ସେପଟେ ତୁରନ୍ତ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ନହେଲେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲାବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ କ୍ୟାମେରା ସମ୍ନାରେ କିଛି କହିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.