ETV Bharat / state

Cyclone Mocha Update: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

author img

By

Published : May 8, 2023, 1:11 PM IST

Updated : May 8, 2023, 3:31 PM IST

ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆସନ୍ତାକାଲି(ମଙ୍ଗଳବାର) ଅବପାତରେ ପରିଣତ ହେବା ସମ୍ଭାବନା । ଅଧିକ ପଢନ୍ତୁ

Low pressure forms over southeast Bay of Bengal
Low pressure forms over southeast Bay of Bengal

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ତେବେ ଆସନ୍ତାକାଲି(ମଙ୍ଗଳବାର) ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ନେଇ ଅନୁମାନ କରାଯାଉଛି ।

ଏହାରି ଭିତରେ ଘନେଇବାରେ ଲାଗିଲାଣି ବାତ୍ୟା ମୋଚା ଭୟ । ପାଣିପାଗ ବିଭାଗର ଆକଳନ ଅନୁସାରେ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାଲାକି(୯ ତାରିଖ) ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ପରିଣତ ହେବ । ପରେ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଯିବ । ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ଼ର ରୂପ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ବାତ୍ୟାର ରୂପ ନେଲା ପରେ ଏହାର ଗତିପଥ କ'ଣ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ଆକାଳନ କରାଯିବା ନେଇ କୁହାଯାଇଥିଲା । ତେବେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଆଉ କିଛି ସମୟ ପରେ ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସବିଶେଷ ସୂଚନା ଦେବେ । ତେବେ ବାତ୍ୟା ବାଲାଂଦେଶ କିମ୍ବା ମିଆଁମାର ମୁହାଁ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: jharsuguda By Poll: ପ୍ରଚାର ମୈଦାନରେ ନବୀନ, ଝାରସୁଗୁଡ଼ାବାସୀଙ୍କୁ ନ୍ୟାୟ କେବେ ପଚାରିଲା କଂଗ୍ରେସ

ପ୍ରକାଶଥାଉକି, ଲଘୁଚାପର କ୍ଷେତ୍ର ସୃଷ୍ଟି ହେଲା ପରେ ୪୦ରୁ ୬୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ ନେଇ ପାଣପାଗ ବୈଜ୍ଞାନିକ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ, ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏହାର ପ୍ରଭାବ ରହିବ । ଏହାକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ପରେ ଏହା ଯେତେବେଳେ ଉତ୍ତର ଆଣ୍ଡାମାନ ଆଡକୁ ଗତି କରିବା ସେତେବେଳେ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଣ୍ଡାମାନ ଦୀପ ଓ ସାଗର ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନର ବେଗ ୫୦ରୁ ୮୦ କିମି ରହିପାରେ । ଦୁଇ ଦିନ ପୂର୍ବ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରିଥିଲେ ଆଇଏମଡି ଡିଜି । ଲଘୁଚାପ ପ୍ରଭାବରେ ଡଙ୍ଗା, ଟ୍ରଲର, ଛୋଟ ଜାହାଜ ପ୍ରଭାବିତ ହୋଇପାରେ । ବିପଦ ଆସିପାରେ । ତେଣୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 8, 2023, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.